Posted inଜାତୀୟ

ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହିଂସାତ୍ମକ ଆନ୍ଦୋଳନ: ବିଶ୍ୱ ନଜରରେ ଉତ୍ତରପୂର୍ବାଞ୍ଚଳ

ଓ୍ବାଶିଂଟନ/ଲଣ୍ଡନ,୧୫ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଉତ୍ତରପୂର୍ବ ଭାରତରେ ହିଂସାତ୍ମକ ଆନ୍ଦୋଳନ ଜାରି ରହଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସମୁଦାୟର ନଜର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ କେନ୍ଦ୍ରୀଭୂତ ହୋଇଛି। ହିଂସା ଓ ଆକ୍ରମଣର ଶିକାର ହେବା ଆଶଙ୍କା ଥିବାରୁ ସେଠାକୁ ନ ଯିବା ଲାଗି ଆମେରିକା, ବ୍ରିଟେନ, କାନାଡା, ଇସ୍ରାଏଲ୍‌, ସିଙ୍ଗାପୁର ସମେତ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କ ନିମନ୍ତେ ଆଡଭାଇଜରି ଜାରି କରିଛନ୍ତି। ଏପରି କି ଜାତିସଂଘ ମାନବାଧିକାର କମିଶନ ମଧ୍ୟ ନାଗରିକତ୍ୱ ଆଇନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ନୂଆ ଆଇନରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତରେ ଶରଣାର୍ଥୀ ଭାବେ ରହିଥିବା ଅଣମୁସଲମାନମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। ବେଆଇନ ଭାବେ ଆସି ଭାରତରେ ରହିଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିବା ଆଶଙ୍କା କରି ଉତ୍ତରପୂର୍ବାଞ୍ଚଳରେ ଏହାକୁ ଜୋର୍‌ଦାର ବିରୋଧ କରାଯାଉଛି। ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଥିବା ଆସାମକୁ ଆମେରିକା ଏହାର ଅଧିକାରୀମାନଙ୍କ ଗସ୍ତ ସାମୟିକ ବନ୍ଦ କରିଛି। ଆନ୍ଦୋଳନ ହିଂସାର ରୂପ ନେଇଥିବାରୁ ଉତ୍ତରପୂର୍ବାଞ୍ଚଳରେ ରହୁଥିବା ଆମେରିକୀୟମାନେ ସତର୍କ ରହିବାକୁ କୁହାଯାଇଛି। ଗୁଆହାଟୀ, ଶିଲଂରେ ସରକାର କର୍ଫ୍ୟୁ ଜାରି କରିବା ସହ ମୋବାଇଲ ଓ ଇଣ୍ଟରନେଟ ସେବା ଉପରେ କଟକଣା ଲାଗୁ ହୋଇଛି। ଯାତାୟାତ ଓ ପରିବହନ ସେବା ମଧ୍ୟ ବିଭିନ୍ନ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଛି। ତେଣୁ ଉତ୍ତରପୂର୍ବ ଭାରତରେ ରହୁଥିବା ଆମେରିକୀୟ ବିକ୍ଷୋଭ ସ୍ଥଳ ଓ ହିଂସାକାଣ୍ଡ ଘଟୁଥିବା ଅଞ୍ଚଳଠାରୁ ଦୂରେଇ ରହିବାକୁ ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ବ୍ରିଟିଶ ସରକାର ମଧ୍ୟ ଅନୁରୂପ ଭ୍ରମଣ କଟକଣା ଜାରି କରିଛନ୍ତି। ବିଦେଶ ଓ କମନଓ୍ବେଲ୍‌ଥ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଆଡଭାଇଜରିରେ ଇମ୍ଫାଲ, ମେଇତି ଭ୍ୟାଲି ଅଞ୍ଚଳ ବ୍ୟତୀତ ମଣିପୁରକୁ ଜରୁରୀ ଗସ୍ତ କରାଯାଇପାରିବ ବୋଲି କୁହାଯାଇଛି। ପୂର୍ବରୁ ଜମ୍ମୁ-କଶ୍ମୀର ଗସ୍ତ ନ କରିବା ପାଇଁ ଜାରି ହୋଇଥିତ୍ବା ଆଡଭାଇଜରି ବଳବତ୍ତର ରହିଛି। ସେହିପରି ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକୁ ନ ଯିବା ଲାଗି ତା’ର ନାଗରିକମାନଙ୍କୁ ସତର୍କ କରାଇଛି। ଜରୁରୀ ନ ଥିଲେ ଅରୁଣାଚଳପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ନ ଯିବାକୁ କାନାଡା ତା’ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ଆସାମ ଗସ୍ତରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଇସ୍ରାଏଲ ତା’ର ନାଗରିକମାନଙ୍କୁ ସତର୍କ କରାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?