Posted inଖେଳ

ଦ୍ୱିତୀୟ ଟି୨୦: ଭାରତର ସହଜ ବିଜୟ

ମୋହାଲି, ୧୯।୯(ପି.ଟି.)- ସ୍ଥାନୀୟ ପଞ୍ଜାବ କ୍ରିକେଟ ଆସୋସିଏଶନ (ପିସିଏ) ଆଇଏସ୍‌ ବିନ୍ଦ୍ରା ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ୧୯ ଓଭରରେ ୩ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରି ନେଇଥିଲା। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହ ୭୨ ରନରେ ଅପରାଜିତ ରହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୫୦ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ତାରକା ଓପନର ରୋହିତ ଶର୍ମାଙ୍କୁ ପ୍ରଥମେ ହରାଇଥିଲା। ରୋହିତ ୧୨ ବଲରୁ ୨ ଛକା ସହ ୧୨ ରନ କରି ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୧ଟି ବଲ ଖେଳି ୪ ଚୌକା ଓ ୧ ଛକା ସହ ଦ୍ରୁତ ୪୦ ରନ କରି ତାବରେଜ୍‌ ଶାମସିଙ୍କ ବଲ୍‌ରେ ଲଙ୍ଗ ଅନ୍‌ରେ ଡେଭିଡ ମିଲରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ମିଲର ଗୋଟିଏ ହାତରେ ଏକ ଚମତ୍କାର କ୍ୟାଚ ନେଇଥିଲେ। ବେପରୁଆ ଖେଳ ପାଇଁ ବେଶ୍‌ ସମାଲୋଚିତ ହୋଇଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଳି ପଡିଥିଲା। ସେ ମାତ୍ର ୪ ରନ କରି ବିଜର୍ନ ଫର୍ଚ୍ୟୁନଙ୍କ ବଲ୍‌କୁ ଲେଗ୍‌ ସାଇଡ୍‌କୁ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ଶର୍ଟ ଫାଇନ ଲେଗ୍‌ରେ ଶାମସି ତାଙ୍କ କ୍ୟାଚ୍‌ ନେଇଥିଲେ। ଫଳରେ ପନ୍ତଙ୍କୁ ନିରାଶ ହେବାକୁ ପଡିଥିଲା। ଆୟାର ୧୪ ବଲରୁ ୨ ଚୌକା ସହ ୧୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଫେଲୁକ୍ୱାୟୋ, ଶାମସି ଓ ଫର୍ଚ୍ୟୁନ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ତରଫରୁ ନବନିଯୁକ୍ତ ଅଧିନାୟକ କ୍ୱିଣ୍ଟନ ଡିକକ ଓ ପଦାର୍ପଣ କରିଥିବା ଟେମ୍ବା ବଭୁମା ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତେବେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଉଇକେଟ ନେବା ସହ ଅଧିକ ରନ ବ୍ୟୟ କରି ନଥିଲେ। ଅନ୍ତିମ ୪ ଓଭରରେ ଭାରତୀୟ ବୋଲରମାନେ ମାତ୍ର ୨୪ ରନ ଦେଇଥିଲେ। ତେବେ ୨୦ତମ ଓଭରରେ ସଇନି ୨୦ ରନ ବ୍ୟୟ କରିଥିଲେ। ଭଲ ଆରମ୍ଭ ପାଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର ହାସଲ କରିପାରି ନଥିଲା। ଓପନର ରିଜା ହେଣ୍ଡ୍ରିକ୍ସ ମାତ୍ର ୬ ରନ କରିଥିବା ବେଳେ ଦୀପକ ଚହରଙ୍କ ବଲ୍‌ରେ ମିଡଅନ୍‌ରେ ଓ୍ବାଶିଂଟନ ସୁନ୍ଦରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟ ଯୋଡିରେ ଡିକକ୍‌ ଓ ବଭୁମା ୪୫ଟି ବଲରୁ ୫୭ ରନ ସଂଗ୍ରହ କରିଥିଲେ। ଡିକକ୍‌ ୩୭ ବଲରୁ ୮ ଚୌକା ସହ ୫୨ ରନ ସଂଗ୍ରହ କରି ନବଦୀପ ସଇନିଙ୍କ ବଲ୍‌ରେ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲି ମିଡ୍‌ଅନ୍‌ରୁ ବାମପଟକୁ ଦୌଡି ଏହି ସୁନ୍ଦର କ୍ୟାଚ୍‌ ନେଇଥିଲେ। ଏହାପରେ ବଭୁମା ୪୩ଟି ବଲରୁ ୩ ଚୌକା ଓ ୧ ଛକା ସହ ୪୯ ରନ କରି ଆଉଟ ହେବା ସହ ଅର୍ଦ୍ଧଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଅଫ୍‌ ଷ୍ଟମ୍ପ ବାହାରେ ଚହରଙ୍କ ଗୁଡ୍‌ ଲେନ୍ଥ ବଲ୍‌କୁ ଖେଳିବାକୁ ଯାଇ ବଭୁମା ମିଡ୍‌ଅନ୍‌ରେ ରବୀନ୍ଦ୍ର ଜାଡେଜଙ୍କୁ କ୍ୟାଚ୍‌ ଦେଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମମ୍ୟାନ ବଡ଼ ସ୍କୋର ହାସଲ କରିପାରି ନଥିଲେ। ରାସି ଭାନ୍‌ ଡେର ଡୁସେନ ମାତ୍ର ୧ ରନ କରିଥିବାବେଳେ ଜାଡେଜାଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଡେଭିଡ ମିଲର ୧୫ ବଲରୁ ୧ ଛକା ସହ ୧୮ ରନକରି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲ୍‌ରେ କ୍ଲ୍‌ିନ୍‌ ବୋଲ୍ଡ ହୋଇଥିଲେ। ଡ୍ବେନ ପ୍ରିଟୋରିୟସ ୧୦ ଓ ଆଣ୍ଡିଲ ଫେଲୁକ୍ୱାୟୋ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ପକ୍ଷରୁ ଦୀପକ ଚହର ୨, ନବଦୀପ ସଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଧିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ୩ଜଣ ଖେଳାଳି ପଦାର୍ପଣ କରିଥିଲେ। ଅନରିଚ୍‌ ନୋର୍ଜ, ବିଜର୍ନ ଫର୍ଚ୍ୟୁନ ଓ ବଭୁମା ଟି୨୦ରେ ଡେବ୍ୟୁ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୪୯/୫
(ଡିକକ୍‌- ୫୨, ବଭୁମା- ୪୯, ମିଲର- ୧୮, ଚହର- ୨/୨୨, ସଇନି- ୧/୩୪, ଜାଡେଜା- ୧/୩୧, ପାଣ୍ଡ୍ୟା- ୧/୩୧)।
ଭାରତ ୧୯ ଓଭରରେ ୧୫୧/୩
(କୋହଲି- ୭୨*, ଧାଓ୍ବନ- ୪୦, ଫେଲୁକ୍ୱାୟୋ- ୧/ ୨୦, ଶାମସି- ୧/ ୧୯, ଫର୍ଚ୍ୟୁନ- ୧/ ୩୨)।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri