Posted inଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ସହଜ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୪।୮(ପି.ଟି.)- ଅଫ୍‌ ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ୫ ଉଇକେଟ ସଫଳତା ଏବଂ ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଜଲ, ଅଭିମନ୍ୟୁ ଈଶ୍ୱରନ ଓ ଅନମୋଲପ୍ରୀତ୍‌ ସିଂଙ୍କ ଅର୍ଦ୍ଧଶତକ ବଳରେ ଭାରତ-ଏ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ମ୍ୟାଚ୍‌ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଏଥିସହ ହନୁମା ବିହାରୀଙ୍କ ନେତୃତ୍ୱାଧୀନ ଭାରତ-ଏ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ଭାରତ-ଏ ପ୍ରଥମ ମ୍ୟାଚ୍‌କୁ ୬ ଉଇକେଟ୍‌ରେ ଜିତିଥିଲା। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଅଗଷ୍ଟ ୯ରୁ ତ୍ରିନିଦାଦରେ ଆରମ୍ଭ ହେବ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌-ଏ ପ୍ରଥମ ଇନିଂସରେ ୧୧୩ ଓଭରରେ ୩୧୮ ରନ କରି ଅଲଆଉଟ ହୋଇଛି। ଜବାବରେ ଭାରତ-ଏ ଆଶାନୁରୂପ ବ୍ୟାଟିଂ କରି ନ ପାରି ୪୭ ଓଭରରେ ୧୯୦ ରନକରି ଅଲଆଉଟ ହୋଇଛି। ଫଳରେ ପ୍ରଥମ ଇନିଂସରେ ଭାରତ-ଏ ୧୨୮ ରନ ପଛରେ ପଡିଥିଲା। ତେବେ ଭାରତୀୟ ବୋଲର ଉନ୍ନତ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ-ଏ’କୁ ୨ୟ ଇନିଂସରେ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନ ଥିଲା। ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ-ଏ ୩୯.୫ ଓଭରରେ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ-ଏ ସମ୍ମୁଖରେ ୨୭୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ-ଏ ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୫୦ ଓଭରରେ ୩ ଉଇକେଟ ହରାଇ ୧୮୫ ରନ ସଂଗ୍ରହ କରିଥିଲା। ଅନ୍ତିମ ଦିବସରେ ଶନିବାର ଭାରତ-ଏ ଆଉ କୌଣସି ଉଇକେଟ୍‌ ନ ହରାଇ ବିଜୟ ପାଇଁ ଆବଶ୍ୟକ ୯୩ ରନ ସଂଗ୍ରହ କରିନେଇଥିଲା। ଦୁଇ ଓପନର ମୟଙ୍କ (୮୧ ରନ) ଓ ପ୍ରିୟଙ୍କ ପଞ୍ଚଲ (୬୮) ଓପନିଂ ଯୋଡିରେ ୧୫୦ ରନ କରି ଦଳକୁ ଜବରଦସ୍ତ ଆରମ୍ଭ ପ୍ରଦାନ କରିଥିଲେ। ହନୁମା ବିହାରୀ ୧ ରନ କରି ଆଉଟ୍‌ ହୋଇଥିବାବେଳେ ଈଶ୍ୱରନ ୬୨ ଓ ଅନ୍‌ମୋଲପ୍ରୀତ୍‌ ସିଂ ୫୧ ରନ୍‌ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ-ଏ ତରଫରୁ ହୋଲ୍ଡର ୨ ଓ ରେଇଫର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨/୪ ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ-ଏ ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସୁନୀଲ ଆମ୍ବ୍ରିସ ଓ ଜେରମାଇନ ବ୍ଲାକଉଡ୍‌ ଯଥାକ୍ରମେ ୭୧ ଓ ୩୧ ରନ କରି ଆଉଟ ହୋଇଥିଲେ। ରୋମାରିଓ ଶେଫେର୍ଡ ୧୬ ରନ କରି ଅପରାଜିତ ରହିଥିତ୍ଲେ। ଓପନର କ୍ରେଗ ବ୍ରାଥଓ୍ବେଟ ୧୦ ରନ କରିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ଭାରତ-ଏ ପକ୍ଷରୁ କ୍ରିଷ୍ଣାପ୍ପା ଗୋଥାମ ସର୍ବାଧିକ ୫, ଏସ୍‌. ସନ୍ଦୀପ ଓ୍ବାରିୟର ୩ ଓ ମହମ୍ମଦ ସିରାଜ ଓ ଶିବମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌-ଏ ପ୍ରଥମ ଇନିଂସ: ୧୧୩ ଓଭରରେ ୩୧୮ ଅଲଆଉଟ।
ଭାରତ-ଏ ପ୍ରଥମ ଇନିଂସ: ୪୭ ଓଭରରେ ୧୯୦ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ-ଏ ଦ୍ୱିତୀୟ ଇନିଂସ: ୩୯.୫ ଓଭରରେ ୧୪୯ ଅଲଆଉଟ
(ଅମ୍ବ୍ରିଶ- ୭୧, ବ୍ଲାକ୍‌ଉଡ- ୩୧, ଗୋଥାମ- ୫/୧୭, ଓ୍ବାରିୟର- ୩/୪୩)।
ଭାରତ-ଏ ଦ୍ୱିତୀୟ ଇନିଂସ: ୭୯.୧ ଓଭରରେ ୨୮୧/୩
(ଅଗ୍ରଓ୍ବାଲ- ୮୧, ପଞ୍ଚଲ- ୬୮, ଈଶ୍ୱରନ ୬୨, ଅନ୍‌ମୋଲପ୍ରୀତ୍‌ ୫୧, ହୋଲ୍ଡର- ୨/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?