ଦୋହଲିଗଲା ଖାଉଟିଙ୍କ ଆତ୍ମବିଶ୍ୱାସ

 

ନୂଆଦିଲ୍ଲୀ,୬।୬: କରୋନା ପାଇଁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି। ଏହି ମହାମାରୀ ଖାଉଟିଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିବା ଜଣାପଡିଛି। ଏଥିଲାଗି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧.୫% ଖସିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି।
ଖାଉଟିଙ୍କ ଆତ୍ମବିଶ୍ୱାସ ଖସିଥିବାରୁ କରେଣ୍ଟ ସିଚୁଏଶନ ଇଣ୍ଡେକ୍ସ(ସିଏସ୍‌ଆଇ) ରେକର୍ଡ ନିମ୍ନ ସ୍ତରରେ ରହିଛି। ସେହିଭଳି ଫ୍ୟୁଚର ଏକ୍ସପେକ୍ଟେଶନ ଇଣ୍ଡେକ୍ସ (ଏଫ୍‌ଇଆଇ) ଐତିହାସିକ ନିମ୍ନ ସ୍ତରକୁ ଖସିଛି। ଫଳରେ ସ୍ଥିତି ନୈରାଶ୍ୟଜନକ ରହିଥିବା ଆର୍‌ବିଆଇ ଏହାର କଞ୍ଜ୍ୟୁମର କନ୍‌ଫିଡେନ୍ସ ସର୍ଭେରେ ପ୍ରକାଶ କରିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ଖସିବ। ଆସନ୍ତା ଆର୍ଥତ୍କ ବର୍ଷ ଉନ୍ନତ ସ୍ଥିତିରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ୭.୨% ରହିବ ବୋଲି ଆର୍‌ବିଆଇର ପ୍ରଫେସନାଲ ଫୋରକାଷ୍ଟରମାନେ ପୂର୍ବାନୁମାନ କରିଛନ୍ତି।
ରିୟଲ ପ୍ରାଇଭେଟ ଫାଇନାଲ କଞ୍ଜମ୍ପସନ ଏକ୍ସପେଣ୍ଡିଚର(ପିଏଫ୍‌ସିଇ) ୦.୫% ଖସିବା ନେଇ ଆକଳନ କରାଯାଇଛି। ଏହା ୨୦୨୦-୨୧ରେ ୬.୯% ରହିବ ବୋଲି କୁହାଯାଇଛି। ଗ୍ରସ୍‌ ଫିକ୍ସଡ କ୍ୟାପିଟାଲ ଇନ୍‌ଫରମେଶନ( ଜିଏଫ୍‌ସିଏଫ୍‌ରେ) ନକାରାତ୍ମକ ଅଭିବୃଦ୍ଧି ସହ ୬.୪% ରହିବ। ୨୦୨୧-୨୨ରେ ଏହା ୫.୬% ରହିପାରେ। ରିୟଲ ଗ୍ରସ୍‌ ଭାଲ୍ୟୁ ଆଡେଡ୍‌ ୧.୭% ଖସିବ ବୋଲି ଆକଳନ ହୋଇଛି। ୨୦୨୦-୨୧ରେ ଏହା ୬.୮% ରହିପାରେ। ଦେଶର ଆର୍ଥତ୍କ ସ୍ଥିତି, ନିଯୁକ୍ତି ଆଶା ଏବଂ ପାରିପାରିକ ଆୟକୁ ନେଇ ଲୋକଙ୍କ ମଧ୍ୟରେ ନିରାଶା ରହିଛି। ଅସୁବିଧା ସ୍ଥିତି ଲାଗି ରହିବ ବୋଲି ଲୋକମାନେ ଆଶଙ୍କା ରହିଛନ୍ତି। କେବଳ ଅତ୍ୟାବଶ୍ୟକ ଖର୍ଚ୍ଚକୁ ଛାଡି ଦେଲେ ଲୋକମାନେ ଅନ୍ୟ କୌଣସି ଖର୍ଚ୍ଚ କରୁ ନାହାନ୍ତି। ଆସନ୍ତା ବର୍ଷ ସ୍ଥିତରେ ଉନ୍ନତି ଆସିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆର୍‌ବିଆଇର ଏହି ସର୍ଭେରେ ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ,ମୁମ୍ବାଇ, ପାଟନା ଭଳି ସହରକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?