ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ ଗଳିର ଏହି ସହରର ପ୍ରତ୍ୟେକ ସାହିବସ୍ତିର ନାଁ ପଛରେ ଲୁଚି ରହିଛି ଚମତ୍କାର କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ, ସେତିକି ରୋମାଞ୍ଚକର ମଧ୍ୟ। ଉତ୍ତରପିଢି ଏହି ନାଁ ପଛର କାହାଣୀରୁ କିଛି ଶିକ୍ଷଣୀୟ ବିଷୟବସ୍ତୁ ପାଇବେ ବୋଲି କଟିକିଆ ଆଶା କରନ୍ତି। ଅନେକ ନଥିପତ୍ର କଟକ ଉପରେ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡି ହୋଇ ରହିଥିବା ଏହି ନଥିପତ୍ର ଭିତ୍ତିକ ତଥ୍ୟ ଲୋକଲୋଚନକୁ ଆଣିବା ନିମନ୍ତେ ଆମର ଏକ ପ୍ରୟାସ। ଏହି କ୍ରମରେ କଟକର ମହମ୍ମଦିଆ ବଜାର ଉପରେ ସ୍ବତନ୍ତ୍ର ଉପସ୍ଥାପନା…

ମହମ୍ମଦିଆ ବଜାର ନାଁ ପଛରେ ଅନେକ ଲୋକକଥା ରହିଛି। ଓଡ଼ିଶାରେ ମୋଗଲ ଶାସନ ସମୟରେ ମହମ୍ମଦ ଜାହାନ ନାମକ ଜଣେ ମୋଗଲ ଦେୱାନ ତାଙ୍କର ଦୁଇ ଭାଇଙ୍କ ସହ କଟକରେ ରହୁଥିଲେ। ସେ ଦେୱାନ(ବିତ୍ତଶାଳୀ) ଥିବାରୁ ତାଙ୍କର ସ୍ଥାନୀୟ ଅଞ୍ଚଳରେ ଯଥେଷ୍ଟ ପ୍ରଭାବ ରହିଥିଲା। ତାଙ୍କରି ନାଁ ଅନୁସାରେ ସେ ରହୁଥିବା ଅଞ୍ଚଳକୁ ମହମ୍ମଦିଆ ବଜାର ନାମକରଣ କରାଯାଇଥିଲା। ମହମ୍ମଦିଆ ବଜାରର ଅନ୍ୟ ଏକ ବିଶେଷତ୍ୱ ରହିଛି। କଟକର ପ୍ରସିଦ୍ଧ ତାରକସି କାମ ପାଇଁ ଏହି ସାହିର ଅନେକ ନାଁ ରହିଛି। ଏଠାରେ ୬୦ରୁ ଊର୍ଦ୍ଧ୍ୱ ପରିବାର ତାରକସି କାମକରି ପରିବାର ପୋଷଣ କରିଥାନ୍ତି। ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ କଟକରୁ ବିଭିନ୍ନ ସ୍ଥାନକୁ ଯାଇଥାଏ।

ୱାର୍ଡର ପରିବାର ସଂଖ୍ୟା
କଟକ ମହାନଗର ନିଗମ(ସିଏମ୍‌ସି) ଅନ୍ତର୍ଗତ ୧୧, ୧୨, ୧୩ ଓ ୧୪ ନମ୍ବର ୱାର୍ଡକୁ ନେଇ ମହମ୍ମଦିଆ ଅଞ୍ଚଳ ପରିବ୍ୟାପ୍ତ। ଏହି ଅଞ୍ଚଳରେ ୬୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି।
ଏଠାରେ କ’ଣ ରହିଛି
ଏହି ଅଞ୍ଚଳରେ ସର୍ବପୁରାତନ ଜଗନ୍ନାଥ ମଠ, ଚୈତନ୍ୟ ମଠ, ବେଲେଶ୍ୱର ମଠ, ଲକ୍ଷ୍ମୀନାରାୟଣ ମନ୍ଦିର, ବନଦୁର୍ଗା ମନ୍ଦିର ଓ ଗ୍ରାମଦେବତା ବୁଢୀ ବାସୁଳାଇ ମନ୍ଦିର ରହିଛି। ସେହିପରି ଏଠାରେ ଉଜାଲା ଖାନ୍‌ ମସ୍‌ଜିଦ, ଦୁର୍ଗା ମଣ୍ଡପ, ୮ଟି କ୍ଲବ ଓ ଚୈତନ୍ୟ ମଠ ଉ.ପ୍ରା. ବିଦ୍ୟାଳୟ ରହିଛି।
ଏଠାକାର ସମସ୍ୟା
ଦୀର୍ଘଦିନ ଧରି ସାହି ମଧ୍ୟରେ ଯାଇଥିବା ବିଦ୍ୟୁତ୍‌ ତାର ଏଠାକାର ମୁଖ୍ୟ ସମସ୍ୟା। ପ୍ରତ୍ୟେକ ଘରକୁ ଲାଗି ବିଦ୍ୟୁତ୍‌ ତାରଗୁଡିକ ଲାଗି ରହିଛି। ଫଳରେ ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗକୁ ଅନେକଥର ଅବଗତ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସୁନି ବୋଲି ସାହି ସମ୍ପାଦକ ଲିଙ୍ଗରାଜ ବାରିକ କହିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦିଆଯାଇଛି। ଏଥିଯୋଗୁ ରାତି ସମୟରେ ଲୋକମାନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି।

ସାହିରେ ବିଭିନ୍ନ ପର୍ବ ପାଳନ କରାଯାଇଥାଏ। ହିନ୍ଦୁ ଓ ମୁସ୍‌ଲିମ ସମ୍ପ୍ରଦାୟର ଲୋକେ ପର୍ବଗୁଡିକୁ ଶୃଙ୍ଖଳାର ସହିତ ପାଳନ କରନ୍ତି। କୌଣସି ସମୟରେ ବିଶୃଙ୍ଖଳା ଦେଖାଦେଲେ ସାହି ମୁରବୀମାନେ ସମାଧାନ କରିଥାନ୍ତି।
– ଶଙ୍କର ପ୍ରଧାନ, ସାହି ଅଧିକାରୀ

ସାହିରେ ଥିବା କ୍ଲବର ସଦସ୍ୟମାନେ ସବୁ ପରିସ୍ଥିତିରେ ଲୋକଙ୍କ ପାଖରେ ଛିଡା ହୋଇଥାନ୍ତି। ସ୍ଥାନୀୟ ବାସିନ୍ଦା ଅନ୍ୟ ଉପାୟରେ ଅର୍ଥ ଉପର୍ଜନ କରୁଥିଲେ ବି ମୁଖ୍ୟତଃ ତାରକସି କାମ ଉପରେ ନିର୍ଭର କରନ୍ତି। ନିଜେ ଅର୍ଥ ଉପାର୍ଜନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର କରିବାକୁ ବାଟ ଦେଖାଇଥାନ୍ତି।
– ଭାନୁପ୍ରତାପ ସାହୁ, ସାହି କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ଧୁରନ୍ଧର ଖେଳାଳିଙ୍କ ଏହା ଶେଷ IPL ସିଜିନ, ତାଲିକାରେ ଅଛନ୍ତି ଏମାନେ…

ନୂଆଦିଲ୍ଲୀ, ୧୮।୫: IPL ୨୦୨୬ ଅନେକ ପ୍ରମୁଖ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ। ପାଞ୍ଚଟି ଟ୍ରଫି ଜିତିଥିବା ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri