Posted inଜାତୀୟ

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭। ଉକ୍ତ ରିପୋର୍ଟ ଅନୁସାରେ ୨୦୧୭ରେ ମୋଟ ୩,୫୯,୮୪୯ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୩.୩୮ ଲକ୍ଷ ଥିବାବେଳେ ୨୦୧୫ରେ ଥିଲା ୩.୨ ଲକ୍ଷ। ଅର୍ଥାତ୍‌ ମହିଳାଙ୍କୁ ବଳାତ୍କାର, ହତ୍ୟା, ଅପହରଣ, ଯୌତୁକ ନିର୍ଯାତନା, ଏସିଡ୍‌ ଆକ୍ରମଣ ଓ ଆମତ୍ହତ୍ୟା ପାଇଁ ଉସୁକାଇବା ଭଳି ଜଘନ୍ୟ କାଣ୍ଡ ଦେଶରେ ବଢ଼ିବାରେ ଲାଗିଛି। ୨୦୧୭ରେ ରୁଜୁ ହୋଇଥିବା ମୋଟ ବଳାତ୍କାର ମାମଲା ସଂଖ୍ୟା ହେଉଛି ୩୨,୫୫୯। ସେଥିରୁ ୯୩.୧% ମାମଲାରେ ପୀଡ଼ିତା ନିଜ ବନ୍ଧୁ ସମ୍ପର୍କୀୟ, ପରିବାର ସଦସ୍ୟଙ୍କ ଭଳି ଜଣାଶୁଣା ଲୋକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ୨୦୧୯ ଶେଷ ହେବାକୁ ଯାଉଥିବାବେଳେ ଚଳିତ ବର୍ଷର ଅପରାଧ ପରିସଂଖ୍ୟାନ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବାକୁ ହୁଏତ ଆଉ ଦୁଇବର୍ଷ ଲାଗିଯାଇପାରେ। ତେବେ ସମ୍ପ୍ରତି ଘଟୁଥିବା ମହିଳା ବିରୋଧୀ ଅପରାଧ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି।
୨୦୧୨ ଡିସେମ୍ବର ୧୬। ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ପାରା ମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଗଣବଳାତ୍କାର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ସେବେଠୁ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ଅନେକ ଆଇନ ପ୍ରଣୟନ ହେଲାଣି। ହେଲେ ସେହି ଛାତିଥରା ଘଟଣାର ୭ ବର୍ଷ ପରେ ବି ଦଣ୍ଡ ପାଇନାହାନ୍ତି ନିର୍ଭୟାଙ୍କ ଦୋଷୀ। ସମ୍ଭବତଃ ଏଇଥିପାଇଁ ଦେଶରେ ଲଜ୍ଜା ଥମୁନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି। ବୁଧବାର ରାତିରେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ପରେ ହତ୍ୟା ଓ ତାଙ୍କ ମୃତଦେହକୁ ପୋଡ଼ିଦିଆଯିବା ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାସହ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଳାତ୍କାର ମାମଲା।
କୋଏମ୍ବାଟୁରସ୍ଥିତ ଈଶ୍ୱର ନଗର ପାର୍କରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ୧୭ତମ ଜନ୍ମଦିନରେ ତାଙ୍କର ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଏଭଳି ବର୍ବରତାର ସୀମା ଲଂଘିଛନ୍ତି। କେବଳ ଏତିକି ନୁହେଁ, ବଳାତ୍କାର ବେଳ ଦୃଶ୍ୟର ଭିଡିଓ ଶୁଟିଂ କରିବାକୁ ମଧ୍ୟ ପଛାଇ ନାହାନ୍ତି। ନଭେମ୍ବର ୨୬ରେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗତ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ବୟସ ୨୨ରୁ ୩୦ ବର୍ଷ ମଧ୍ୟରେ। ସେହିପରି ରାଜସ୍ଥାନସ୍ଥିତ ଟୋଙ୍କ୍‌ ଜିଲାର ଜଣେ ୬ ବର୍ଷର ଝିଅ ଶନିବାର ନିଖୋଜ ହୋଇଯାଇଥିଲେ। ରବିବାର ତାଙ୍କର ମୃତଦେହ ମିଳିଛି। କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବା ପାଇଁ ଯାଇଥିବା ଛାତ୍ରୀଙ୍କୁ ବଳାତ୍କାର ପରେ ତାଙ୍କ ସ୍କୁଲ ବେଲ୍ଟରେ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳକୁ କେତେକ ମଦ ବୋତଲ ଓ ସ୍ନାକ୍ସ୍‌ ଜବତ କରିଛି। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ସେହିପରି ଦିଲ୍ଲୀର ଗୁଲାବୀ ବାଗ୍‌ରେ ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିବା ପରେ ତଣ୍ଟିଚିପି ହତ୍ୟା କରିଛନ୍ତି। ୨୨ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ସେ ଏକ ପୂଜା ସାମଗ୍ରୀ ଦୋକାନ ଦେଇଥିଲେ। ଯୁବକଙ୍କ ସହ ତାଙ୍କର ବିବାଦ ହେବାରୁ ମହିଳା ତାଙ୍କ ମୁହଁରେ ଛେପ ପକାଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ମହିଳାଙ୍କୁ ବଳାତ୍କାର କରି ଶେଷରେ ଜୀବନ ନେଇଯାଇଥିବା ଡେପୁଟି ପୋଲିସ କମିଶନର (ଉତ୍ତର) ମୋନିକା ଭରଦ୍ୱାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ କେବେ ଖୋଲିବ ହର୍ମୁଜ ପ୍ରଣାଳୀ? IRGC ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ରଖିଲା ଏହି ସର୍ତ୍ତ

ତେହରାନ,୧୨।୭: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ଜୀବନରେଖା ହର୍ମୁଜ ପ୍ରଣାଳୀ ସମ୍ପର୍କରେ…

‘ତାଙ୍କ ସ୍ବର ସର୍ବଦା ବଞ୍ଚି ରହିବ…’: କିମ୍ବଦନ୍ତୀ ଗାୟିକା ଏସ. ଜାନକୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଏସ. ଜାନକୀ ଆମ୍ମାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି, ତାଙ୍କ ବିୟୋଗକୁ ସଙ୍ଗୀତ ଏବଂ ସଂସ୍କୃତି ଜଗତ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

‘ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ’ – ଆମେରିକା ଧମକର ଜବାବ ଦେଇଛି ଇରାନ; ଜାଣନ୍ତୁ ହର୍ମୁଜ ବିଷୟରେ କ’ଣ କହିଛି

ତେହରାନ,୧୨।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି।…

ଇରାନ ଉପରେ ମାଡ଼ ହେଲା ୧୪୦ ମିଶାଇଲ

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପାଇଁ ପ୍ରତ୍ୟେକ ଆଶା ବାରମ୍ବାର ଧୂଆଁରେ ଉଠୁଥିବା ପରି ମନେ ହେଉଛି। କୌଣସି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ,…

Crude Oil Price : ହର୍ମୁଜ ବନ୍ଦ, ଇରାନ ଉପରେ ଆମେରିକାର ଆକ୍ରମଣ ଆରମ୍ଭ ଅଶୋଧିତ ତୈଳ ମୂଲ୍ୟ ଉପରେ କ’ଣ ପଡ଼ିଲା ପ୍ରଭାବ? ଜାଣନ୍ତୁ…

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ଅଶୋଧିତ ତୈଳ ବଜାରରେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଇରାନ ଉପରେ ଆମେରିକାର ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri