ଦେଶରେ ଠିକ୍‌ ଅର୍ଥନୈତିକ ନୀତି ଲାଗୁ ହେଉନି: ସୁବ୍ରମଣ୍ୟନ ସ୍ବାମୀ

ମୁମ୍ବାଇ,୨୯-୯: ଦେଶରେ ଠିକ୍‌ ଅର୍ଥନୈତିକ ନୀତି ଲାଗୁ ହେଉ ନ ଥିବା ଭାଜପା ନେତା ସୁବ୍ରମଣ୍ୟନ ସ୍ବାମୀ ଶନିବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ୍‌ ଇଣ୍ଡିଆ ଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ହେଲେ ସମଗ୍ର ଅର୍ଥନୀତିକୁ ଦେଖିଲେ ଅନେକ କିଛି ଅଭାବ ରହିଥିବା ସେ କହିଛନ୍ତି। ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ବାମୀ କହିଛନ୍ତି, ଜବାହରଲାଲ ନେହେରୁ ଦେଶ ଉପରେ ବଳପୂର୍ବକ ସୋଭିଏଟ ଅର୍ଥନୈତିକ ମଡେଲ ଲଦିଦେଲେ। ଫଳରେ ଅର୍ଥନୀତିକୁ ଏହା ନିମ୍ନଗାମୀ କରିଛି। ବର୍ତ୍ତମାନ ସରକାର ଅନେକ ପଦକ୍ଷେପ ଉପରେ କାର୍ଯ୍ୟ କରୁଥିବା ବେଳେ ସାରା ଦେଶର ସମସ୍ୟା ସମାଧାନ ହେଲା ଭଳି ନୀତି ଉପରେ କାମ ଏଯାଏ ହେବା ସମ୍ଭବ ହୋଇ ନାହିଁ। ଏନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ସେହିଭଳି ସେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କୁ ସମାଲୋଚନା କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଉଚ୍ଚ ସୁଧହାର ଭଳି ରାଜନଙ୍କ ପଦକ୍ଷେପକୁ ସେ ନାପସନ୍ଦ କରିଛନ୍ତି। ଏହା ଦ୍ୱାରା ଦେଶରେ ବେକାରି ସମସ୍ୟା ବଢିବା ସହ କ୍ଷୁଦ୍ର ଶିଳ୍ପଗୁଡିକ ସମସ୍ୟା ସାମ୍ନା କଲେ ବୋଲି ସେ ମତ ରଖିଛନ୍ତି। ବ୍ୟାଙ୍କଗୁଡିକ ଋଣ ପ୍ରଦାନ ବେଳେ ସୁଧହାରକୁ ୯%ରୁ ଅଧିକ ନ କରିବା ନେଇ ସରକାର ନିଶ୍ଚିତ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ହେଲେ ନିବେଶ ଏବଂ ଅଭିବୃଦ୍ଧି ହାର ବଢିବ। ଏହାବାଦ ସଞ୍ଚୟ ବଢାଇବା ଲାଗି ଆୟକରକୁ ବାଦଦେବା ଉଚିତ। ନେହେରୁଙ୍କ ସମୟରେ ଦେଶର ଅଭିବୃଦ୍ଧି ଧାରା ୩.୫%ରୁ ଅଧିକ ହେବ ନାହିଁ ବୋଲି ବିବେଚନା କରାଯାଉଥିଲା। ବର୍ତ୍ତମାନ ବାର୍ଷିକ ୧୦% ଅଭିବୃଦ୍ଧି ହାସଲ କରିବା ସମ୍ଭବ ବୋଲି ବିଚାର କରାଯାଉଛି। ଦେଶବାସୀଙ୍କ ନିକଟରେ ଏ ନେଇ କ୍ଷମତା, ଦକ୍ଷତା ଏବଂ ସମ୍ବଳ ରହିଥିବା ସ୍ବାମୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?