ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

 

ମୁମ୍ବାଇ,୧-୨: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନୂଆ ଆପ୍ଲିକେଶନକୁ ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ଲିକେଶନର ନାମ ମୋବାଇଲ ଏଡେଡ ନୋଟ୍‌ ଆଇଡେଣ୍ଟିଫାୟର (ଏମ୍‌ଏଏନ୍‌ଆଇ) ରହିଛି। ଆଣ୍ଡ୍ରଏଡ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍‌ ଆପ୍‌ ଷ୍ଟୋରରୁ ଡାଉନଲୋଡ କରାଯାଇ ପାରିବ। ମୋବାଇଲର ପଛ କ୍ୟାମେରାରେ ଫଟୋ ଉଠାଇ ଦୃଷ୍ଟିବାଧିତ ମହାତ୍ମାଗାନ୍ଧୀ ସିରିଜ ଏବଂ ମହାତ୍ମା ଗାନ୍ଧୀ ନୂଆ ସିରିଜ ନୋଟ ଚିହ୍ନଟ କରିପାରିବେ। ଏହି ଆପ୍‌ କରେନ୍ସି ନୋଟର ଅଡିଓ ଜେନେରେଟ କରିବା ସହ ନନ୍‌ ସୋନିକ ନୋଟିଫିକେଶନ ପ୍ରଦାନ କରିବ। ନଭେମ୍ବର ୨୦୧୬ ପରେ ଆସିଥିବା ନୂଆ ସିରିଜର ମହାତ୍ମାଗାନ୍ଧୀ ନୂଆ ସିରିଜ ନୋଟରେ ଆକାର ଏବଂ ଡିଜାଇନ ଉନ୍ନତ ରହିଛି। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ହଟିବା ପରେ ୧୦,୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ରହିଛି। ଦୈନଦିନ କାର୍ଯ୍ୟ ବେଳେ ଏହି ନୂଆ ନୋଟ ଚିହ୍ନିବା ଲାଗି ଦୃଷ୍ଟିବାଧିତ ଲୋକମାନେ ହଇରାଣ ହେଉଥିବା ନଜରକୁ ଆସିଛି। ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ନୂଆ ଆପ୍ଲିକେଶନ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିରେ ଥିବା ବିଭିନ୍ନ ଫିଚର ମଧ୍ୟରେ ଭାଷା ଚୟନ ପରିବର୍ତ୍ତନ କରିବା ସୁବିଧା, ଭଏସ କମାଣ୍ଡ, କ୍ୟାମେରା ବ୍ୟବହାର ଦ୍ୱାରା ନୋଟ ଚିହ୍ନିବା ଟୁଲ ଏବଂ ୩୦ ଦିନର ହିଷ୍ଟ୍ରି ଭଳି ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

ସାଧାରଣ ଲୋକ ବି ଖୋଲିପାରିବେ ନିଜର ଏକ ବ୍ୟାଙ୍କ? ଜାଣନ୍ତୁ କେତେ ଟଙ୍କା ଆବଶ୍ୟକ…

ନୂଆଦିଲ୍ଲୀ,୧୭।୭: ଅନେକ ଲୋକ ନିଜର ବ୍ୟାଙ୍କ ଆରମ୍ଭ କରିବାର ସ୍ୱପ୍ନ ଦେଖନ୍ତି, କିନ୍ତୁ ଭାରତରେ ଏହା ପ୍ରକୃତରେ ସମ୍ଭବ କି? ଏହାର ଉତ୍ତର ହେଉଛି ହଁ। ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri