ଦୃଷ୍ଟିବାଧିତଙ୍କ ଲାଗି ଆର୍‌ବିଆଇର ନୋଟ୍‌ ଚିହ୍ନିବା ଆପ୍‌

ମୁମ୍ବାଇ,୧୩।୫: ଦୃଷ୍ଟିବାଧିତଙ୍କୁ ସହଜରେ ନୋଟ୍‌ ଚିହ୍ନିବାରେ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ମୋବାଇଲ ଆପ୍‌ ଆଣିବାକୁ ଯାଉଛି। ବର୍ତ୍ତମାନ ଦେଶରେ ୫,୧୦,୨୦,୫୦,୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନରେ ରହିଛି। ଏହାବ୍ୟତୀତ କେନ୍ଦ୍ର ସରକାର ୧ ଟଙ୍କିଆ ନୋଟ୍‌ ଜାରି କରୁଛନ୍ତି। ଦୃଷ୍ଟିବାଧିତ ଯେପରି ସହଜରେ ନୋଟ୍‌ ଚିହ୍ନି ପାରିବେ ସେଥିପାଇଁ ଆର୍‌ବିଆଇ ପକ୍ଷରୁ ୧୦୦ଟଙ୍କାରୁ ଊର୍ଦ୍ଧ୍ୱ ନୋଟ୍‌କୁ ଇଣ୍ଟାଗ୍ଲିଓ ପ୍ରିଣ୍ଟିଂ କରିଥାଏ। ଅର୍ଥାତ୍‌ ଏଭଳି ନୋଟ୍‌ରେ ଲେଖାଯାଇଥିବା ଅକ୍ଷରସବୁ ସାମାନ୍ୟ ଉଠି ରହିଥାଏ। ଯାହାକୁ ଛୁଇଁ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ସହଜରେ ନୋଟ୍‌ ଚିହ୍ନି ପାରୁଛନ୍ତି। ନୂଆ ମୋବାଇଲ ଆପ୍‌ ତିଆରି ଲାଗି ଆର୍‌ବିଆଇ ପକ୍ଷରୁ ଟେକ୍ନିକାଲ ବିଡିଂ ଆହ୍ବାନ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୁଣା ଓ ନୂଆ ମହାମତ୍ା ଗାନ୍ଧୀ ସିରିଜର ବୈଧ ନୋଟ୍‌କୁ ମୋବାଇଲ ଆପ୍‌ କ୍ୟାମେରା ସମ୍ମୁଖରେ ଧରିବା କ୍ଷଣି ଏହା ତୁରନ୍ତ ନୋଟ୍‌କୁ ଚିହ୍ନଟ କରିପାରିବ। ଏଭଳି ବ୍ୟବସ୍ଥା ବିକଶିତ କରିବା ଲାଗି ଆପ୍‌ ନିର୍ମାତାଙ୍କୁ କୁହାଯାଇଛି। ଏହାଛଡ଼ା ଏହି ଆପ୍‌ ଯେକୌଣସି ଆପ୍‌ ଷ୍ଟୋରରେ ଭଏସ୍‌ କଲ୍‌ ଜରିଆରେ ଖୋଜାଯାଇପାରୁଥିବ। ମାତ୍ର ୨ ସେକେଣ୍ଡ ମଧ୍ୟରେ ନୋଟ୍‌ ଚିହ୍ନଟ ଲାଗି ବ୍ୟବସ୍ଥା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri