Posted inଫୁରସତ

ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍‌କ୍ରିପ୍‌ସନ୍‌ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ କ୍ଷେତ୍ରରେ। ଦୁଇ ଯୁବକଙ୍କ ପେଟ ଦରଜ ହେବାରୁ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସେମାନଙ୍କ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଏମିତି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ରାଜ୍ୟ ସିମରିଆର ଚୋରବୋରା ଗାଁର ଯୁବକ ଗୋପାଳ ଗଂଝୁ ଏବଂ କାମେଶ୍ୱର ଗଂଝୁଙ୍କ କ୍ଷେତ୍ରରେ। ଏହି ଦୁଇ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସିମରିଆ ରେଫରାଲ ହସ୍ପିଟାଲ ଯାଇଥିଲେ। ଡାକ୍ତର ମୁକେଶ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ଲେଖିଥିବା ପ୍ରେସ୍‌କ୍ରିପ୍‌ସନ୍‌ରେ ଏଏନ୍‌ସି ଅର୍ଥାତ୍‌ ଆଣ୍ଟି ନେଟାଲ ଚେକ୍‌ଅପ୍‌ ପାଇଁ ପରାମର୍ଶ ଦିଆଯାଇଛି। ଦୁଇ ଯୁବକଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ନଂ ୧୭୦୨୮ ଏବଂ ୧୭୦୩୨। ଖାଲି ଏତିକି ନୁହେଁ, ଏଥିରେ ଏଚ୍‌ଆଇଭି, ଏଚ୍‌ବିଏ, ଏଚ୍‌ସିବି, ଏଚ୍‌ଏଚ୍‌-୨ ଏବଂ ଏଏନ୍‌ସି ଚେକ୍‌ଅପ୍‌ ପାଇଁ ଲେଖାଯାଇଛି। ଦୁଇ ଯୁବକଙ୍କୁ ଡାକ୍ତର ଏକାପ୍ରକାର ଔଷଧ ବି ଲେଖିଛନ୍ତି। ପ୍ରେସ୍‌କ୍ରିପ୍‌ସନ୍‌ ନେଇ ଦୁଇଜଣ ଏକ ପାଥୋଲାବକୁ ଯାଇଥିଲେ। ଲ୍ୟାବ୍‌ରେ କିଛି ପରୀକ୍ଷା ମଧ୍ୟ କରାଯାଇଥିଲା କିନ୍ତୁ ଗର୍ଭ ପରୀକ୍ଷା ପାଇଁ ମନା କରାଯାଇଥିଲା।

ପରେ ଦୁଇ ଯୁବକ ସିଭିଲ ସର୍ଜନ ଡାକ୍ତର ଅରୁଣ କୁମାର ପାଶ୍‌ଓ୍ବାନ୍‌ଙ୍କ ନିକଟକୁ ଯାଇଥିଲେ। ଏହା ପରେ ଡାକ୍ତର ଅରୁଣ ପ୍ରଭାରୀଙ୍କୁ ଯାଞ୍ଚ କରି ଦୁଇଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଦ୍ୱିତୀୟ ଥର ଡାକ୍ତର ମୁକେଶ ଅଲଗା ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ମୁକେଶଙ୍କୁ ପଚାରିବାରୁ ପ୍ରେସ୍‌କ୍ରିପ୍‌ସନ୍‌ରେ ଓଭର ରାଇଟିଂ କରାଯାଇଛି। ତାଙ୍କୁ ବଦ୍‌ନାମ କରିବାକୁ ଏପରି କେହି କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?