ଦିଲ୍ଲୀରୁ ଆସିଲେ ୪୯୬ ପ୍ରବାସୀ, ଗଲେ ୪୨୭

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ସନ୍ଧ୍ୟା ୭ଟା ୧୦ରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲା। ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେକ୍ସ (୦୨୮୨୪)ର ୧୮ ବଗିରେ ଆସିବାକୁ ୧୫୦୩ଜଣ ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ଭୁବନେଶ୍ୱରରେ ୪୯୬ଜଣ ଓହ୍ଲାଇଥିଲେ। ତେବେ ଅନ୍ୟମାନେ ବାଟରେ ଖୋର୍ଦ୍ଧାରୋଡ୍‌ ଓ ଅନ୍ୟ ଷ୍ଟେଶନରେ ଓହ୍ଲାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସକାଳ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ଦ୍ୱିତୀୟ ସ୍ବତନ୍ତ୍ର ଟ୍ରେନ୍‌ ଦିଲ୍ଲୀ ଅଭିମୁଖେ ବାହାରିଛି। ସେଥିରେ ୪୨୭ ଜଣ ଯାତ୍ରୀ ଦିଲ୍ଲୀ ଯାଇଥିବା ଜଣାପଡିଛି। ତେବେ ଷ୍ଟେଶନକୁ ପ୍ରବେଶ ଓ ଟ୍ରେନ୍‌ରୁ ଓହ୍ଲାଇବା ପରେ ସମସ୍ତ ଯାତ୍ରୀଙ୍କର ସ୍କିନ୍ରିଂ କରାଯାଇଥିଲା।
ଦିଲ୍ଲୀରୁ ଆସିଥିବା ଟ୍ରେନ୍‌ଟି ୧ନଂ. ପ୍ଲାଟ୍‌ ଫର୍ମରେ ଲାଗିବା ପୂର୍ବରୁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା। ଶ୍ରମ ବିଭାଗ ସଚିବ ଅନୁ ଗର୍ଗ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ, ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ, ଡିସିପି ଅନୁପ ସାହୁ ଷ୍ଟେଶନରେ ପହଞ୍ଚତ୍ ସ୍ଥିତି ଯାଞ୍ଚ କରିଥିଲେ। ଯାତ୍ରୀମାନେ ଓହ୍ଲାଇବା ପରେ କିଭଳି ସୁରୁଖୁରୁରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୋଲିସ ସୁରକ୍ଷାରେ ଷ୍ଟେଶନ ବାହାରକୁ ବାହାରିବେ ସେନେଇ ବ୍ୟବସ୍ଥା କରାଯାଇଥିଲା। ବିଏମ୍‌ସି ପକ୍ଷରୁ ୯ଟି ସ୍ବତନ୍ତ୍ର ପଞ୍ଜୀକରଣ କାଉଣ୍ଟର ଖୋଲା ଯାଇଥିଲା। ଟ୍ରେନ୍‌ରୁ ପର୍ଯ୍ୟାୟକ୍ରମେ ଯାତ୍ରୀ ଓହ୍ଲାଇବା ପରେ ସାମାଜିକ ଦୂରତ୍ୱ ରକ୍ଷା କରି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦିଲ୍ଲୀରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲେ ବି ଏଠାରେ ମଧ୍ୟ ପୁଣି ସ୍କ୍ରିନିଂ କରାଯାଇଥିଲା। ଯେଉଁମାନେ ପଞ୍ଜୀକରଣ କରି ନ ଥିଲେ ସେମାନେ ପଞ୍ଜୀକରଣ କରିଥିଲେ। ସେମାନଙ୍କ ହାତରେ ଅଲିଭାକାଳି ମଧ୍ୟ ଲଗାଯାଇଥିଲା। ଯାଞ୍ଚରେ ନିୟୋଜିତ ଥିବା କର୍ମଚାରୀଙ୍କ ସୁରକ୍ଷା ପାଇଁ ପିପିଇ କିଟ୍‌ ଦିଆଯାଇଥିଲା। ପୋଲିସ ପକ୍ଷରୁ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପ୍ରକ୍ରିୟା ସରିବା ପରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବସ୍‌ରେ ପ୍ରବାସୀମାନଙ୍କୁ ନିଜ ଜିଲାକୁ ପଠାଇ ଦିଆଯାଇଥିଲା। କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ପାଇଁ ୧୦ଟି ବସ୍‌ର ବ୍ୟବସ୍ଥା କରାଯାଇଥିଲା। ଯେଉଁମାନେ ବସ୍‌ରେ ଯିବାକୁ ଚାହିଁ ନ ଥିଲେ ସେମାନଙ୍କ ପାଇଁ କ୍ୟାବ୍‌ ବ୍ୟବସ୍ଥା ହୋଇଥିଲା। ତେବେ ସମସ୍ତଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି। ପ୍ରତିଦିନ ଗୋଟିଏ ଟ୍ରେନ୍‌ ସକାଳ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ଦିଲ୍ଲୀ ଅଭିମୁଖେ ବାହାରିବ ଓ ରାତି ୭ଟାରେ ଭୁବନେଶ୍ୱରରେ ପହଞ୍ଚତ୍ବ ବୋଲି ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ମୋଦିଙ୍କ ତ୍ୱଚା ଦେଶର ଭବିଷ୍ୟତ ଅପେକ୍ଷା ଅଧିକ ଉଜ୍ଜ୍ୱଳ: ଏମିତି କାହିଁକି କହିଲେ ଅଭିଜିତ୍‌ ଦୀପକେ

ନୂଆଦିଲ୍ଲୀ,୩୧।୭: ଲୋକ ସଭା ପରେ, ରାଜ୍ୟ ସଭା ଏବେ ପେପର ଲିକ ବିରୋଧୀ ସଂଶୋଧନ ବିଲ,୨୦୨୬କୁ ମଧ୍ୟ ଅନୁମୋଦନ କରିଛି। ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି…

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ସରକାରଙ୍କ ଏହି ପଦକ୍ଷେପରେ CJP ଅସନ୍ତୁଷ୍ଟ: ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଦେଲା ଧମକ

ନୂଆଦିଲ୍ଲୀ,୩୧।୭: କକ୍ରୋଚ ଜନତା ପାର୍ଟି (CJP) ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିକୁ ସ୍ବାଗତ କରିଛି। ୩୬ ଦିନ ଧରି ଚାଲିଥିବା ଛାତ୍ର ପ୍ରତିବାଦ ସହିତ ପଞ୍ଜିକୃତ FIR ସମ୍ପର୍କରେ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri