Posted inଜାତୀୟ

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୪ା୧୧(ପି.ଟି.): ରାଜଧାନୀ ଦିଲ୍ଲୀର ବାୟୁ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଶନିବାର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୭ ଥିଲାବେଳେ ରବିବାର ଏହା ୬୨୫କୁ ବୃଦ୍ଧି ପାଇଛି। ଧୂଳି ଓ ଧୂଆଁର ବହଳ ଆସ୍ତରଣ ଦିଲ୍ଲୀ ଆକାଶକୁ ଆଚ୍ଛାଦିତ କରି ରଖିବା ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ଶ୍ୱାସକ୍ରିୟା ମଧ୍ୟ କଷ୍ଟକର ହୋଇପଡିଛି। ଆସ୍ତରଣ ଯୋଗୁ ସ୍ପଷ୍ଟ ଦେଖାଯାଉ ନ ଥିବାରୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ୩୭ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଇଦିଆଯାଇଛି। ଏୟାର ଇଣ୍ଡିଆର ୧୨ଟି ବିମାନ ଜୟପୁର, ଅମୃତସର ଓ ଲକ୍ଷ୍ନୌକୁ ପଠାଯାଇଛି। ଦିଲ୍ଲୀର ସମସ୍ତ ସ୍କୁଲ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲାବେଳେ ଏଥିରେ ନୋଏଡା ଓ ଗାଜିଆବାଦର ସ୍କୁଲଗୁଡିକୁ ମଧ୍ୟ ସାମିଲ କରାଯାଇଛି। ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଓ କ୍ୟାବିନେଟ ସଚିବ ରାଜୀବ ଗୌବା ଏହା ଉପରେ ଆଲୋଚନା କରିଥିବା ଜଣାପଡିଛି। ବୈଠକରେ ଦିଲ୍ଲୀର ଉଚ୍ଚ ପଦାଧିକାରୀମାନଙ୍କ ସହ ପଞ୍ଜାବ ଓ ହରିୟାଣା ସରକାରଙ୍କ ପ୍ରତିନିଧିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ। କ୍ୟାବିନେଟ ସଚିବ ପ୍ରତିଦିନ ଦିଲ୍ଲୀ ଓ ପଡୋଶୀ ରାଜ୍ୟଗୁଡିକର ବାୟୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର ମୁଖ୍ୟ ସଚିବମାନଙ୍କୁ ବିଭିନ୍ନ ଜିଲାର ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି।
ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ସ୍ତର ଅସହ୍ୟ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଟୁଇଟ୍‌ କରିଛନ୍ତି। ତାଙ୍କ ସରକାର ପ୍ରଦୂଷଣ ହ୍ରାସ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କୌଣସି ଦୋଷ ନ ଥାଇ ଦିଲ୍ଲୀବାସୀ ପ୍ରଦୂଷଣଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ପଡୋଶୀ ରାଜ୍ୟଗୁଡିକରେ ଚାଷୀ କ୍ଷେତରେ ନଡ଼ା ଜାଳିବା ଏବଂ ଶିଳ୍ପସଂସ୍ଥାଗୁଡିକ ବିଷାକ୍ତ ବର୍ଜ୍ୟ ପଦାର୍ଥ ଛାଡିବା ଯୋଗୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ଦର୍ଶାଇ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେବା ନିମନ୍ତେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଇପିସିଏ) ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅପରପକ୍ଷରେ ପ୍ରଦୂଷଣକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ। ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡାକିବା ଲାଗି କେଜ୍‌ରିଓ୍ବାଲ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସରକାର କାହା ଉପରେ ଦୋଷ ଲଦିବାକୁ ଚାହୁଁ ନାହାନ୍ତି, ବରଂ ନଡ଼ା ପୋଡ଼ିଜନିତ ପ୍ରଦୂଷଣ ରୋକିବା ଦିଗରେ ସମାଧାନର ସୂତ୍ର ବାହାରିବା ଆବଶ୍ୟକ ବୋଲି ଏଏପି ନେତା କହିଛନ୍ତି।
ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ସୋମବାରଠାରୁ ଗାଡ଼ି ଚଳାଚଳ କ୍ଷେତ୍ରରେ ଯୁଗ୍ମ-ଅଯୁଗ୍ମ ସୂତ୍ର ପ୍ରୟୋଗ କରିବାକୁ ଯାଉଛନ୍ତି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଫଳରେ ରାସ୍ତାରେ ଯାନବାହନ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ। ଜାତୀୟ ରାଜଧାନୀ ଅଞ୍ଚଳରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରିହେବା ସହ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ମୁତୟନ ଥିବା ହଜାର ହଜାର ଯବାନଙ୍କୁ ସିଆଇଏସ୍‌ଏଫ ତରଫରୁ ଫେସ୍‌ ମାସ୍କ ଯୋଗାଇଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?