ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର ସ୍ଥିତ ଷ୍ଟୋରରେ ଏହି ଅଫର ଚଳିତ ମାସ ୩୧ ଯାଏ ଉପଲବ୍ଧ ହେବ। ୩୨,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗ୍ରାହକମାନେ ହୋମ୍‌ଓ୍ବେର ବର୍ଗରେ ଡେକର, ଫର୍ନିସ, କିଚେନ ଓ୍ବେର ଭଳି ପ୍ରଡକ୍ଟ ଲାଭ କରିପାରିବେ। ଏହାବାଦ ଫର୍ନିସିଂ ଏବଂ ଫର୍ନିଚର ବର୍ଗରେ ଲିଭିଂ, ବେଡ୍‌ରୁମ, ମ୍ୟାଟ୍ରେସ, ଡାଇନିଂ ସହ ଅଫିସ ଫର୍ନିଚର, ମଡ୍ୟୁଲାର କିଚେନ, ଡିଜାଇନ ଏବଂ ବିଲ୍ଟ ଭଳି ପ୍ରଡକ୍ଟ ରହିଛି। ଗ୍ରାହକମାନେ ପ୍ରମୋଶନାଲ ଅଫରରେ ୬୦% ପର୍ଯ୍ୟନ୍ତ ରିହାତି ପାଇବେ। ହୋମଓ୍ବେର ପ୍ରଡକ୍ଟ କ୍ରୟରେ ନିଶ୍ଚିତ ଉପହାର ରହିଛି। ବଜାଜ ଫାଇନାନ୍ସରେ ଆକର୍ଷଣୀୟ ସ୍କିମ ପ୍ରଦାନ କରାଯାଉଛି। ୦% ଇଣ୍ଟରେଷ୍ଟ ଏବଂ ୦% ଡାଉନପେମେଣ୍ଟରେ ଗ୍ରାହକ ଷ୍ଟୋରରୁ ସାମଗ୍ରୀ କିଣି ପାରିବେ। ହୋମଓ୍ବେର ବର୍ଗରେ ୭,୫୦୦ ଟଙ୍କାର ସାମଗ୍ରୀ କିଣିଲେ ୨୫୦ ଟଙ୍କା ଭାଉଚର ମିଳୁଥିବା ଷ୍ଟୋର ପକ୍ଷରୁ କୁହାଯାଇଛି।
୧ ଲକ୍ଷ ଟଙ୍କାର କ୍ରୟ ଉପରେ ୧୦ ହଜାର ଟଙ୍କାର ଭାଉଚର କିମ୍ବା ୪୩ ଇଞ୍ଚ କର୍‌ୟୋ ଏଲ୍‌ଇଡି ଟିଭି ମାତ୍ର ୬,୯୯୯ ଟଙ୍କାରେ ମିଳିବ। ମଡ୍ୟୁଲାର କିଚେନ କ୍ଷେତ୍ରରେ ୧.୫ ଲକ୍ଷରୁ ୧.୯୯ ଟଙ୍କା ଟଙ୍କାର କ୍ରୟରେ ୧ ଗ୍ରାମ ଗୋଲ୍ଡ କଏନ ଏବଂ ନିର୍ଦ୍ଦିଷ୍ଟ ମୂଲ୍ୟର ସାମଗ୍ରୀ କ୍ରୟରେ ୫ ଗ୍ରାମ ପର୍ଯ୍ୟନ୍ତ ଗୋଲ୍ଡ କଏନ ଲାଭ କରିବାର ସୁଯୋଗ ରହିଛି। ପ୍ୟାନେଲ ଟେଲିଭିଜନ, ହବ୍‌ସ ଏବଂ ଚିମନୀ କ୍ଷେତ୍ରରେ ୫୦% ପର୍ଯ୍ୟନ୍ତ ଓ ରେଫ୍ରିଜରେଟର, ଓ୍ବାଶିଂ ମେଶିନ ଉପରେ ୩୦% ପର୍ଯ୍ୟନ୍ତ ରିହାତି ରହିଛି। ଏସ୍‌ବିଆଇ ପକ୍ଷରୁ କ୍ରେଡିଟ କାର୍ଡ ଉପରେ ୫% କ୍ୟାଶବ୍ୟାକ ସୁବିଧା ରହିଛି। ପାର୍ବଣ ସମୟରେ ଗ୍ରାହକ ଚାହିଦାକୁ ଧ୍ୟାନରେ ରଖି ନୂଆ ନୂଆ ଅଫର ଯୋଡାଯାଇଥିବା ପ୍ରାକ୍ସିସ ହୋମ ରିଟେଲ ଲିମିଟେଡ( ହୋମ୍‌ଟାଉନ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିରାଜ ଦିଦଓ୍ବାନିଆ କହିଛନ୍ତି। ପାର୍ବଣରେ ଗ୍ରାହକଙ୍କୁ ନୂଆ କଲେକ୍ସନ ଏବଂ ସର୍ବୋତ୍ତମ କ୍ରୟ ଅଭିଜ୍ଞତା ପ୍ରଦାନ ଦିଗରେ ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri