ଦରମା ବଢ଼ାଇବାରେ ଘରୋଇ କମ୍ପାନୀ କୁଣ୍ଠିତ

ନୂଆଦିଲ୍ଲୀ,୨୨।୮: ଚଳିତ ବର୍ଷ କମ୍‌ ଲୋକଙ୍କ ଦରମା ସେମାନଙ୍କ ମନମୁତାବକ ବଢ଼ିଛି। ଅର୍ଥନୀତିର ଅବସ୍ଥା ବିଗିଡିଯିବା କାରଣରୁ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ହାତ ଖୋଲା ଦରମା ବଢ଼ାଇନାହାନ୍ତି। ସେଣ୍ଟର ଫର୍‌ ମନିଟରିଂ ଅଫ୍‌ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ) ତଥ୍ୟରୁ ଜଣାପଡୁଛି ଯେ, ଘରୋଇ ସେକ୍ଟରରେ ଚଳିତ ବର୍ଷ ଦରମା ବୃଦ୍ଧି ୧୦ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ସିଏମ୍‌ଆଇଇ ଡାଟାବେସ୍‌ର ବିଶ୍ଲେଷଣରୁ ଜଣାପଡିଛି ଯେ, ଆୟ ହ୍ରାସ ପାଇବା କାରଣରୁ ଘରୋଇ ସେକ୍ଟରରେ ଦରମା ବୃଦ୍ଧି ଉତ୍ସାହଜନକ ନୁହେଁ। ଏହା ୨୦୦୯-୧୦ ପରେ ସବୁଠାରୁ ଖରାପ ସ୍ଥିତି ରହିଛି। ଏଥିସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ପ୍ରାସଙ୍ଗିକ ଡାଟା ଭାରତୀୟ ଅର୍ଥନୀତି ଏବଂ କମ୍ପାନୀଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ସ୍ପଷ୍ଟ ଚିତ୍ର ଉଜାଗର କରୁଛି।

ବେକାରି ସଂଖ୍ୟା ଦୁଇଗୁଣା ବଢ଼ିଛି
ପିଏଲ୍‌ଏଫ୍‌ଏସ୍‌ର ରିପୋର୍ଟ ଅନୁଯାୟୀ, ୨୦୧୧-୧୨ ବର୍ଷରେ ବେକାରି ସଂଖ୍ୟା ୧.୦୮ କୋଟି ଥିଲା, ଯାହା କି ୨୦୧୭-୧୮ରେ ଦୁଇଗୁଣା ବଢ଼ି ୨.୮୫ କୋଟିରେ ପହଞ୍ଚତ୍ଗଲାଣି। ୧୯୯୯-୨୦୦୦ ତଥା ୨୦୧୧-୧୨ ମଧ୍ୟରେ ବେକାରି ସଂଖ୍ୟା ପ୍ରାୟ ୧ କୋଟି ଥିଲା। ବର୍ଷ ୨୦୧୧-୧୨ ରୁ ୨୦୧୭-୧୮ ମଧ୍ୟରେ ୧.୮ କୋଟି ଶ୍ରମ ବଳଙ୍କୁ ସାମିଲ କରାଯାଇଥିଲା। ଏହି ସମୟରେ ମାତ୍ର ୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଥିଲା। ଯାହାକୁ ବେକାରି ବୃଦ୍ଧିର ସବୁଠାରୁ ବଡ଼ କାରଣ କୁହାଯାଉଛି।

ଧିମା ଅର୍ଥନୀତି ଦରମା ବୃଦ୍ଧିରେ ବାଧକ
ସିଏମ୍‌ଆଇଇର ଡାଟା ମୁତାବକ, ଦେଶରେ କାରବାର ଧିମା ପଡିବା କାରଣରୁ କର୍ପୋରେଟ ଇଣ୍ଡିଆର ଦରମା ବୃଦ୍ଧିରେ ବଡ଼ ବାଧକ ହୋଇଛି। ଡାଟା ଅନୁଯାୟୀ, ବର୍ଷ ୨୦୧୨-୧୩ ପରେ ୪ ଆର୍ଥିକ ବର୍ଷରେ କମ୍ପାନୀଗୁଡ଼ିକର ଆୟ ହ୍ରାସ ପାଇଛି।

ଅର୍ଥନୀତିକୁ ଦୋହରା ଝଟକା
ବେକାରି ବୃଦ୍ଧି ସହିତ ଦରମା କମ୍‌ ବଢ଼ିବା ଦେଶର ରୋଜଗାର ଦୃଶ୍ୟପଟ ଦେଖିଲେ ଅର୍ଥନୀତିକୁ ଦୋହରା ଝଟ୍‌କା ଦେଇଛି। ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ଅନୁଯାୟୀ ଦେଶରେ ବେକାରି ହାର ବର୍ତ୍ତମାନ ୬.୧% ରହିଛି, ଯାହା କି ଅଦ୍ୟାବଧି ସର୍ବାଧିକ ସ୍ତର କୁହାଯାଉଛି। ବର୍ତ୍ତମାନ ପୁରୁଷଙ୍କ ବେକାରି ୧୯୭୭-୭୮ ପରେ ସର୍ବାଧିକ ଉଚ୍ଚ ସ୍ତରରେ ରହିଛି ଓ ୧୯୮୩ ପରେ ମହିଳାଙ୍କ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ରହିଛି। ଅନ୍ୟପକ୍ଷରେ କେୟାର ରେଟିଂର ସର୍ଭେ ଅନୁଯାୟୀ, ଦେଶରେ ନିଯୁକ୍ତି ଦୃଶ୍ୟପଟ ଦିନକୁ ଦିନ ଖରାପ ହୋଇଚାଲିଛି। ଏହାକୁ ଗ୍ରହଣ କରାଗଲେ ଅର୍ଥନୀତି ଲାଗି ଏହା ତୃତୀୟ ଝଟ୍‌କା କୁହାଯାଇପାରେ।

ରୋଜଗାର ଦୃଶ୍ୟପଟ ଅସ୍ପଷ୍ଟ
ବ୍ୟାଙ୍କ, ବୀମା, ଅଟୋମୋବାଇଲ, ଲଜିଷ୍ଟିକ୍ସ ଓ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀଗୁଡ଼ିକ ନିଯୁକ୍ତି ସଂଖ୍ୟା ହ୍ରାସ କରିସାରିଛନ୍ତି। ଅଧିକାଂଶ ସେକ୍ଟରରେ ଭର୍ତ୍ତି ଗତିବିଧି ଧିମା ହୋଇଗଲାଣି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଦେଶରେ ନିଯୁକ୍ତି ଦୃଶ୍ୟପଟ ବେଶ୍‌ ଅସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?