ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ବାଲିଶଙ୍କରା, ୨୫।୧ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ଉଜ୍ଜଳପୁର ରେଞ୍ଜ କିଞ୍ଜିରକେଲା ସେକ୍ସନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଶନିବାର ସକାଳ ୬ଟାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଆନନ୍ଦ ପ୍ରକାଶ ତିର୍ଗା (୬୦)। ତାଙ୍କ ଘର ଓଡ଼ିଶା ସୀମାନ୍ତ ଛତିଶଗଡ଼ର ତୁମୁଲା ଥାନା ସୁନାଜୁରୀ (ଶାଗଯୋର) ଗ୍ରାମରେ।
ସୁନାଜୁରୀ ଓ ବାଲିଶଙ୍କରା ବ୍ଲକର ସୀମାନ୍ତ ଗ୍ରାମର ଲୋକେ ଗମ୍ବେରଛକଠାରେ ବସ ଚଢି ବିଭିନ୍ନ ଅଞ୍ଚଳକୁ ଯିବା ଆସିବା କରନ୍ତି। ଏହି ଛକ ଛତିଶଗଡ଼ ରାଜ୍ୟ ଜଙ୍ଗଲ ନିକଟରେ ଅବସ୍ଥିତ। ସକାଳ ୬ଟାରେ ଆନନ୍ଦ ପ୍ରକାଶ ଓ ତାଙ୍କ ସ୍ତ୍ରୀ ସିବିରିଆ ଡାକ୍ତରଖାନା ଯିବା ପାଇଁ ଗମ୍ବେରଛକ ବସଷ୍ଟାଣ୍ଡ ନିକଟରେ ଠିଆ ହୋଇଥିଲେ। ଦନ୍ତାହାତୀ ହଠାତ ପହଞ୍ଚତ୍ ଆନନ୍ଦ ପ୍ରକାଶଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଟେକିନେଇ କିଛି ଦୂରରେ ଓଡ଼ିଶା ସୀମା ଭିତରେ କଚାଡି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ତ୍ରୀ ଏହା ଦେଖି ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିଲେ। ସେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ପରେ ଚେତା ଆସିବାରୁ ଲୋକମାନଙ୍କୁ ଜଣାଇଥିଲେ।
ଖବରପାଇ ଉଜ୍ଜଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହୀରା, କିଞ୍ଜିରକେଲା ଫରେଷ୍ଟର ଅଶ୍ୱିନୀ କୁମାର ପଟେଲ, ଫରେଷ୍ଟଗାର୍ଡ ରାମଲାଲ ଓରାମ, ଜୟପ୍ରକାଶ ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ଗୋକୁଳା ଭୈସାଲ, କୃଷ୍ଣ ଚିତା, ବନୀ ଏକ୍କା, ସୁଶାନ୍ତ ଏକ୍କା, ହଲିନ ସେଠ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଛତିଶଗଡ଼ ରାଜ୍ୟ ସୀମାରେ ଦନ୍ତା ହାତୀ ଆକ୍ରମଣ କରି ଓଡିଶା ରାଜ୍ୟ ସୀମାରେ କଚାଡି ଦେଇଥିବାରୁ ଖବରପାଇ ତୁମୁଲା ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡଛି। ପରିବାରଙ୍କୁ ସରକାରୀ ସହାୟତା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri