ଥାନାରେ ରୋବୋ ପୋଲିସ: ଏତଲା ରଖିବ, ସମାଧାନ ବି କରିବ

ବିଶାଖାପାଟଣା: ଥାନାରେ ପୋଲିସ୍‌ କର୍ମଚାରୀଙ୍କୁ କାମରେ ସହଯୋଗ କରିବ ରୋବୋ। ଏତଲା ରଖିବାଠାରୁ ଆରମ୍ଭ କରି ମାମଲା ସମାଧାନ ହେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ବିଶାଖାପାଟଣାର ମହାଶନିପେଟା ଥାନାରେ ଏକ ରୋବୋ ‘ସାଇବିରା’ ନିଯୁକ୍ତ କରାଯାଇଛି। ‘ସାଇବିରା’ ଏତଲା ରେଜିଷ୍ଟର କରିବା ସହ ଏହାର ତ୍ୱରିତ ସମାଧାନ ପାଇଁ ପୋଲିସକୁ ସହଯୋଗ କରିବ। ସାଇବିରାକୁ ଷ୍ଟାର୍ଟଅପ୍‌ କମ୍ପାନୀ ରୋବୋ କପ୍‌ଲର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଡେଭଲପ୍‌ କରାଯାଇଛି। କମ୍ପାନୀର କର୍ମଚାରୀ ଦିନେଶ କୁମାର ଇରାବତଙ୍କ କହିବା ଅନୁସାରେ, ଆନ୍ଧ୍ରପ୍ରଦେଶରେ ପ୍ରଥମ କରି ଲଞ୍ଚ ହୋଇଥିବା ଏହି ରୋର୍ବୋକୁ ଇ-କୋପ୍‌ ଆଧାରରେ ତିଆରି କରାଯାଇଛି। ଏହା ପୋଲିସ୍‌କୁ କାମରେ ସାହାଯ୍ୟ କରିବା ସହ ସମୟ ମଧ୍ୟ ବଞ୍ଚାଇବ। ଯଦି ତଦନ୍ତକାରୀ ଅଫିସର ୨୪ ଘଣ୍ଟା ଭିତରେ କେସ୍‌ ସମାଧାନ କରି ନ ପାରନ୍ତି, ତା’ହେଲେ ସାଇବିରା ଏହାର ରିପୋର୍ଟ ସିନିୟର ଅଫିସର୍‌ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ପଠାଇଦେବ। ବିଭିନ୍ନ ସମସ୍ୟାର ସମାଧାନ ଲାଗି ସାଇବିରା ଦେହରେ ୧୩୮ ପ୍ରକାର ଆପ୍ଲିକେଶନ ଇନ୍‌ଷ୍ଟଲ କରାଯାଇଛି। ଏହା ଦେହରେ ଲାଗିଥିବା ୧୩ ଟି କ୍ୟାମେରା ୩୬୦ ଡିଗ୍ରୀରେ ୨୪ ଘଣ୍ଟା ବୁଲୁଥାଏ। ଏଥିସହ ରୋବୋ କ୍ୟାମେରା ଆଗରେ କେହି ଅପରାଧୀ ଚାଲିଗଲେ ଏଥିରୁ ସଙ୍ଗେ ସଙ୍ଗେ କଣ୍ଟ୍ରୋଲ ରୁମ୍‌କୁ ମେସେଜ୍‌ ଚାଲିଯାଇଥାଏ। କମ୍ପାନୀର ସିଇଓ ପ୍ରବୀଣ ମଲ୍ଲା କୁହନ୍ତି, ପ୍ରତ୍ୟେକ ଅଭିଯୋଗର ସମାଧାନ ପାଇଁ ରୋବୋ ସର୍ବାଧିକ ୩ ଦିନ ସମୟ ନେଇଥାଏ। ଏଥିରେ ଭଏସ୍‌ କମାଣ୍ଡ ଓ ଟାଇପିଂ କରି ଅଭିଯୋଗ ରେଜିଷ୍ଟ୍ରର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri