ଥରକରେ ସରକାରଙ୍କୁ ମିଳିବନି ଆର୍‌ବିଆଇ ବଳକା ଅର୍ଥ

ନୂଆଦିଲ୍ଲୀ,୧୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପଡି ରହିଥିବା ବଳକା ପୁଞ୍ଜିକୁ ନେଇ ନିଜର ରିପୋର୍ଟ ଚୂଡ଼ାନ୍ତ କରିସାରିଛନ୍ତି। ବୁଧବାର ଏ ସମ୍ପର୍କରେ ସୂଚନା ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଆର୍‌ବିଆଇର ବଳକା ଅର୍ଥକୁ ପର୍ଯ୍ୟାୟକ୍ରମେ ସରକାରଙ୍କୁ ହସ୍ତାନ୍ତର କରାଯିବ। ଏକାଥରକେ ସରକାରଙ୍କୁ ବଳକା ପୁଞ୍ଜି ପ୍ରଦାନ ନ କରିବାକୁ କମିଟି ସୁପାରିସ୍‌ କରିଥିବା ପ୍ରାପ୍ତ ସୂତ୍ରରୁ ପ୍ରକାଶ। ଜଲାନ କମିଟି ଏକ ନିର୍ଦ୍ଧାରିତ ଅର୍ଥକୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ କିସ୍ତିରେ ପ୍ରଦାନ କରିବାକୁ ସୁପାରିସ୍‌ରେ କୁହାଯାଇଛି।
ତେବେ ସରକାରଙ୍କୁ ଆର୍‌ବିଆଇ ନିଜର ବଳକା ଅର୍ଥରୁ କେତେ ସରକାରଙ୍କୁ ଦେବ ଏହା ସ୍ଥିର କରାଯାଇନାହିଁ। ଜଲାନଙ୍କ ଅଧ୍ୟକ୍ଷତାରେ ୬ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହି କମିଟି ଆର୍‌ବିଆଇ ନିକଟରେ କେତେ ବଳକା ପୁଞ୍ଜି ରହିବା ଦରକାର ଓ କେତେ ପରିମାଣ ଅର୍ଥ ସରକାରଙ୍କୁ ପ୍ରଦାନ କରାଯିବା ଉଚିତ୍‌ ସେ ସମ୍ପର୍କରେ ସୁପାରିସ୍‌ କରିବେ। ଏହି ବିବାଦ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛି। କାରଣ ସରକାର ି କେନ୍ଦ୍ରୀୟ ବ୍ୟାଙ୍କ ଠାରୁ ବଳକା ପୁଞ୍ଜି ଚାହୁଁଥିବା ବେଳେ ଏହାକୁ ଆର୍‌ବିଆଇ ଓ ବହୁ ଅର୍ଥନୈତିକ ବିଶେଷଜ୍ଞ ବିରୋଧ କରୁଛନ୍ତି। ଆର୍‌ବିଆଇ ବିଶ୍ୱ ସ୍ତରରେ ଆପଣାଯାଉଥିବା ସର୍ବଶ୍ରେଷ୍ଠ ପଦ୍ଧତିକୁ ଆପଣାଉ ବୋଲି ସରକାର ଚାହୁଁଛନ୍ତି। ନିଜ ବ୍ୟବହାର ପାଇଁ ପୁଞ୍ଜି ରଖି କେନ୍ଦ୍ରୀୟ ବ୍ୟାଙ୍କ ବଳକା ଅର୍ଥ କେନ୍ଦ୍ରକୁ ଦେଉ ବୋଲି ସରକାର ଯୁକ୍ତି ଦର୍ଶାଇଛନ୍ତି। ତେବେ ଦେଶରେ ଜରୁରୀକାଳୀନ ଆର୍ଥିକ ପରିସ୍ଥିତି ଲାଗି ବଳକା ପୁଞ୍ଜିର ଆବଶ୍ୟକତା ଦର୍ଶାଇ ଆର୍‌ବିଆଇ ଏହାକୁ ବିରୋଧ କରୁଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମିଟି ପକ୍ଷରୁ ରିପୋର୍ଟକୁ ଚୂଡ଼ାନ୍ତ କରାଯାଇଥିଲେ ହେଁ ସରକାରଙ୍କୁ ହସ୍ତାନ୍ତରିତ ହେବାକୁ ଥିବା ଅର୍ଥ ସମ୍ପର୍କରେ କିଛି ସୁପାରିସ୍‌ କରାଯାଇନାହିଁ। ତେବେ ଆର୍‌ବିଆଇ ବଳକା ଅର୍ଥକୁ ଏକାଥରକେ ନ ଦେଇ ୩ରୁ ୫ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଦେଉ ବୋଲି ସୁପାରିସ କରାଯାଇଛି।

ରିପୋର୍ଟ ଜମା କରିବାର ଦିନ ଧାର୍ଯ୍ୟ ହୋଇନି
ଜଲାନ କମିଟି କେଉଁ ଦିନ ତାଙ୍କର ରିପୋର୍ଟ ଦେବେ ସେ ସମ୍ପର୍କରେ ତାରିଖ ଧାର୍ଯ୍ୟ ହୋଇନି। ତେବେ ରିପୋର୍ଟ ସମ୍ପାଦନ ପରେ ଆର୍‌ବିଆଇକୁ ଏହା ହସ୍ତାନ୍ତର ଲାଗି ତାରିଖ ମଗାଯିବ ବୋଲି ପ୍ରାପ୍ତ ସୂତ୍ରରୁ ପ୍ରକାଶ। ବୁଧବାର ବୈଠକ ଶେଷ ହେବା ପରେ ଆଉ କୌଣସି ବୈଠକ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ କେତେକ ପ୍ରସଙ୍ଗରେ ବିରୋଧ କରାଯାଇଥିଲା ବୋଲି ଉକ୍ତ ସୂତ୍ର କହିଛି। ସୂଚନାଥାଉ କି, ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ରାକେଶ ମୋହନ କମିଟିର ଉପାଧ୍ୟକ୍ଷ ଥିବା ବେଳେ ଅନ୍ୟ ସଦସ୍ୟମାନେ ହେଲେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏନ୍‌.ଏସ୍‌.ବିଶ୍ୱନାଥନ, ଦୁଇ କେନ୍ଦ୍ରୀୟ ବ୍ୟାଙ୍କ ବୋର୍ଡ ସଦସ୍ୟ ଭରତ ଦୋଷୀ ଏବଂ ସୁଧୀର ମଙ୍କଡ।

ଆର୍‌ବିଆଇ ନିକଟରେ ରହିଛି ୯ ଲକ୍ଷ କୋଟି ବଳକା ଅର୍ଥ 
ରିଜର୍ଭ ବ୍ୟାଙ୍କ ନିକଟରେ ୯ ଲକ୍ଷ କୋଟି ଟଙ୍କା ବଳକା ଅର୍ଥ ରହିଛି ବୋଲି କୁହାଯାଉଛି। ଏ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ କିମ୍ବା କେନ୍ଦ୍ର ସରକାର କିଛି ସ୍ପଷ୍ଟ କରିନାହାନ୍ତି। ତତ୍କାଳୀନ ଗଭର୍ନର ଡ.ଉର୍ଜିତ ପଟେଲଙ୍କ ସହ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିବାଦ ସୃଷ୍ଟି ହୋଇଥିଲା।

ପୂର୍ବରୁ ୩ କମିଟି ଗଠିତ ହୋଇଛି
ପୂର୍ବରୁ ରିଜର୍ଭ ବ୍ୟାଙ୍କର ବଳକା ପୁଞ୍ଜିକୁ ନେଇ ତିନୋଟି କମିଟି ଗଠନ କରାଯାଇଥିଲା। ୧୯୯୭ରେ ବି.ସୁବ୍ରମଣ୍ୟମ କମିଟି, ୨୦୦୪ରେ ଉଷା ଥୋରାଟ କମିଟି ଏବଂ ୨୦୧୩ରେ ମାଲେଗାଓଁ କମିଟି ଏହାର ସମୀକ୍ଷା କରିଥିଲେ। ସୁବ୍ରମଣ୍ୟମ କମିଟି ଆକଷ୍ମିକ ସଂରକ୍ଷିତ ପାଣ୍ଠି ୧୨%ରେ ରଖିବା ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ଥୋରାଟ କମିଟି ଏହାକୁ ୧୮%କୁ ବୃଦ୍ଧି କରିଥିଲେ। ତେବେ ରିଜର୍ଭ ବ୍ୟାଙ୍କ ଥୋରାଟ କମିଟିର ସୁପାରିସ୍‌କୁ ଅଗ୍ରାହ୍ୟ କରି ସୁବ୍ରମଣ୍ୟମ କମିଟି ସୁପାରିସ୍‌କୁ ଜାରି ରଖିଥିଲେ। ତେବେ ମାଲେଗାଓଁ କମିଟି କୌଣସି ନିଶ୍ଚିତ ସଂଖ୍ୟା ଜଣାଇ ନ ଥିଲେ। ରିଜର୍ଭ ବ୍ୟାଙ୍କ ନିଜ ଲାଭର ଏକ ଉପଯୁକ୍ତ ରାଶି ସରକାରଙ୍କୁ ଦେବା ଉଚିତ୍‌ ବୋଲି କମିଟି ସୁପାରିସ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri