ତେଲ କମ୍ପାନୀଙ୍କ ୫ ହଜାର କୋଟି ବାକି ରଖିଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୨୪-୮: ଏୟାର ଇଣ୍ଡିଆ ଉପରେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ୫ ହଜାର କୋଟି ଟଙ୍କାର ବାକି ରହିଛି। ଗତ ଆଠ ମାସ ଧରି ଏହି ବିମାନ କମ୍ପାନୀ ଇନ୍ଧନ ବିଲ୍‌ ପ୍ରଦାନ କରି ନାହିଁ ବୋଲି ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ଆଇଓସି, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ ଗୁରୁବାର ଅପରାହ୍ନରୁ ଏୟାର ଇଣ୍ଡିଆକୁ ବିମାନ ଇନ୍ଧନ(ଏଟିଏଫ୍‌) ଯୋଗାଣ ବନ୍ଦ କରିଛନ୍ତି। ଦେଶର କୋଚି, ପୁଣେ, ପାଟନା, ରାଞ୍ଚି ଏବଂ ଭାଇଜାଗ ଭଳି ଏୟାରପୋର୍ଟରେ କମ୍ପାନୀଗୁଡିକ ଏୟାର ଇଣ୍ଡିଆକୁ ଏଟିଏଫ ଯୋଗାଣରୁ ବିରତ ରହିଛନ୍ତି।ଉକ୍ତ ବିମାନ କମ୍ପାନୀ ଉପରେ ବୃହତ୍ତ ପରିମାଣର ଅର୍ଥ ବାକି ରହିବା ଯୋଗୁ ବାଧ୍ୟହୋଇ ମିଳିତ ଭାବେ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ପୈଠ ନ ହେଲେ ଅଗଷ୍ଟ ୨୨ଠାରୁ ଇନ୍ଧନ ଯୋଗାଣ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ଏକ ଚିଠି ଯୋଗେ ଏୟାର ଇଣ୍ଡିଆ ପରିଚାଳନା ବୋର୍ଡକୁ ଜଣାଇ ଦିଆଯାଇଛି।
ଏହି ୬ ବିମାନ ବନ୍ଦରରେ ଦୈନିକ ଭିତ୍ତିରେ ଏୟାର ଇଣ୍ଡିଆକୁ ୨୫୦ କିଲୋ ଲିଟର ଏଟିଏଫ୍‌ ଆବଶ୍ୟକତା ହୋଇଥାଏ। ପୂର୍ବରୁ ବକେୟା ଲାଗି ତୈଳ କମ୍ପାନୀଗୁଡିକ ବିଭିନ୍ନ ସମୟରେ ଏୟାର ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି। ଅର୍ଥ ପୈଠ ହୋଇ ଯାଉଥିବାରୁ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇ ନ ଥିବା ବେଳେ ଚଳିତ ଥର ବାରମ୍ବାର କମ୍ପାନୀକୁ ଏ ନେଇ ଜଣାଇବା ପରେ କୌଣସି ସମାଧାନ ପନ୍ଥା ବାହାରି ନ ଥିଲା। ବିମାନ କମ୍ପାନୀ ମାତ୍ର ୬୦ କୋଟି ଟଙ୍କା ଦେବ ବୋଲି କହିଥିଲା ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ତେଲ କମ୍ପାନୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିମାନ ବନ୍ଦରଗୁଡିକରେ ଇନ୍ଧନ ଯୋଗାଣ ହେଉ ନାହିଁ ଅନ୍ୟ ବିମାନ ବନ୍ଦରରୁ ତେଲ ଭରାଯାଉଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ସରକାରଙ୍କ ବଡ଼ ପଦକ୍ଷେପ, ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ

ମୁମ୍ବାଇ,୨୫।୬: ବାଲ୍ୟବିବାହର ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ମହାରାଷ୍ଟ୍ରରେ ଏକ ଅନନ୍ୟ ଏବଂ କଠୋର ନିୟମ ଲାଗୁ ହେବାକୁ ଯାଉଛି। ରାଜ୍ୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri