ତିହିଡ଼ିରେ କୋର୍ଟ ପ୍ରତିଷ୍ଠାରେ ବିଳମ୍ବ

ତିହିଡ଼ି,୧୧ା୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ିରେ ସିଭିଲ ଜଜ୍‌ ଜୁନିୟର ଡିଭିଜନ ଓ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ନେଇ ପ୍ରଶାସନ ପକ୍ଷରୁ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶନିବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତିହିଡ଼ି ଓକିଲ ସଂଘ ଆହ୍ବାନକ୍ରମେ ଆୟୋଜିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସମେତ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଓକିଲ ସଂଘର ସଭାପତି ସୂର୍ଯ୍ୟ ରଞ୍ଜନ ମିଶ୍ର ଏଥିରେ ପୌରୋହିତ୍ୟ କରିଥିଲେ। ସଂଘର ସମ୍ପାଦକ ବିଷ୍ଣୁ ଦାଶ ଦର୍ଶାଇଥିଲେ ଯେ, ତିହିଡ଼ିରେ କୋର୍ଟ ପ୍ରତିଷ୍ଠା ପାଇଁ ୨୦୧୬ରେ ଓକିଲ ସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟଙ୍କ ପକ୍ଷରୁ ୨୦୧୭ ଜାନୁୟାରୀ ୩ରେ ତିହିଡ଼ିରେ କୋର୍ଟ ଖୋଲିବା ସକାଶେ ଭଦ୍ରକ ଜିଲା ଜଜ୍‌ଙ୍କୁ ଜଣାଯାଇଥିଲା। ଜିଲା ଜଜ୍‌ କୋର୍ଟ ରେଜିଷ୍ଟ୍ରାର ଜାନୁୟାରୀ ୭ରେ ତିହିଡ଼ିରେ ୩ ବର୍ଷରେ କେତେ ମକଦ୍ଦମା ବିଚାରଯୋଗ୍ୟ ରହିଛି ସେ ସମ୍ପର୍କରେ ସୂଚନା ଦେବାକୁ ସମସ୍ତ କୋର୍ଟକୁ ଅବଗତ କରାଇଥିଲେ। ଏଥିସହ ଜିଲାପାଳଙ୍କୁ ମଧ୍ୟ କୋର୍ଟ ନିମିତ୍ତ ଆବଶ୍ୟକ ସରକାରୀ ବା ବେସରକାରୀ ଗୃହ ସମ୍ପର୍କରେ ସୂଚନା ଦେବାକୁ ଜଣାଇଥିଲେ। ପରେ ଜିଲାପାଳ ସେହିମାସ ୧୯ ତାରିଖରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ତହସିଲଦାରଙ୍କୁ ଜଣାଇଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇପାରି ନ ଥିବା ସମ୍ପାଦକ ଦାଶ କହିଛନ୍ତି। ବୈଠକରେ ଆଲୋଚନା ପରେ ଭାଟପଡ଼ା ମୌଜାରେ ନିରୂପଣ ହୋଇଥିବା ସ୍ଥାନ ସମ୍ପର୍କରେ ଜଜ୍‌ କୋର୍ଟ ରେଜିଷ୍ଟ୍ରାରଙ୍କ ସମେତ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସ୍ଥିର ହୋଇଛି।
ଆଇନଜୀବୀ ସତ୍ୟସୁନ୍ଦର ପତି, ଗୌରହରି ମହାନ୍ତି, ତପନ ମିଶ୍ର, ହିମାଂଶୁ ଭଟ୍ଟାଚାର୍ଯ୍ୟ, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଭାଜପା ନେତା ରଘୁନାଥ ପାତ୍ର, ସିପିଆଇର ସନ୍ଥ ଚରଣ ବିଶ୍ୱାଳ, ସିପିଏମ୍‌ର ନିର୍ମଳ ଦଳାଇ, ସାମାଜିକ କର୍ମୀ ଧିରେନ୍ଦ୍ର ସାହୁ, ହୀମାଦ୍ରି ରାଉତରାୟ, ରତିକାନ୍ତ ଦାସ, ମଦନମୋହନ ପଣ୍ଡା, କୈଳାସ ବେହେରା, ଧ୍ରୁବଚରଣ ପାଣିଗ୍ରାହୀ ଓ କୃପାସିନ୍ଧୁ ଦାଶ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri