Posted inଜାତୀୟ

ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ, ୨।୮(ପି.ଟି.):ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ତିନି ତଲାକ୍‌ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ମୁସଲମାନ ସମ୍ପ୍ରଦାୟରେ ଚଳିଆସୁଥିବା ତତ୍କାଳ ତିନି ତଲାକ୍‌ ପ୍ରଥା ଉକ୍ତ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ପ୍ରକାଶିତ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି।
ଫେବୃୟାରୀ ୨୧ରେ ସରକାର ଜାରି କରିଥିବା ଅଧ୍ୟାଦେଶ ସ୍ଥାନରେ ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ, ୨୦୧୯ କାର୍ଯ୍ୟକାରୀ ହେବ। ଏହା ମୁସଲମାନ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ମୁସଲମାନ ସ୍ବାମୀ ଲିଖିତ ଭାବେ କିମ୍ବା ମୌଖିକ ଅଥବା ହ୍ବାଟ୍ସଆପ୍‌ କି ଏସ୍‌ଏମ୍‌ଏସ୍‌ ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଚାଟିଂ ମାଧ୍ୟମରେ ଏକକାଳୀନ ତିନି ତଲାକ୍‌ କହି ଆଉ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ନାହିଁ। ଏହାକୁ ବେଆଇନ ଭାବେ ଗ୍ରହଣ କରାଯିବ। ଯଦି ମୁସଲମାନ ସ୍ବାମୀ ଆଇନର ଅମାନ୍ୟ କରି ସ୍ତ୍ରୀଙ୍କୁ ତିନି ତଲାକ୍‌ କହି ଛାଡ଼ପତ୍ର ଦିଅନ୍ତି, ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ସାଙ୍ଗକୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ।
ତିନି ତଲାକ୍‌ ବିଲ୍‌ ମଙ୍ଗଳବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ଉଚ୍ଚ ସଦନରେ ଏନ୍‌ଡିଏ ସଂଖ୍ୟାଗରିଷ୍ଠ ନ ଥିବା ସତ୍ତ୍ୱେ ବିଲ୍‌ ସପକ୍ଷରେ ୯୯ ଓ ବିପକ୍ଷରେ ୮୪ ଭୋଟ ପଡିଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର କେତେକ ସଦସ୍ୟ ଅନୁପସ୍ଥିତ ରହିବା ଫଳରେ ବିଲ୍‌ ଗୃହୀତ ହେବା ସହଜ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ତାହା ଅଟକି ରହିଥିଲା। ଗତ ସପ୍ତାହରେ ଉକ୍ତ ବିଲ୍‌ ପୁଣିଥରେ ଲୋକ ସଭାର ଅନୁମୋଦନ ଲାଭ କରିଥିଲା। ତିନି ତଲାକ୍‌ ଆଇନ ଅନୁଯାୟୀ ପୋଲିସ ବିନା ଓ୍ବାରେଣ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ। ତେବେ ଆଇନର ଅପବ୍ୟବହାର ହେବା ସମ୍ଭାବନା ଥିବାରୁ ଏହାକୁ ରୋକିବା ଲାଗି କେବଳ ସମ୍ପୃକ୍ତ ମହିଳା କିମ୍ବା ତାଙ୍କ ରକ୍ତସମ୍ପର୍କୀୟଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା ରହିଛି। ଅଭିଯୋଗକାରିଣୀ ମହିଳାଙ୍କ ମତାମତ ଶୁଣିବା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ ମଞ୍ଜୁର କରିପାରିବେ। ଉକ୍ତ ଆଇନ ବଳରେ ମହିଳା ଜଣକ ନିଜ ପାଇଁ ଓ ନାବାଳକ ପିଲାଙ୍କ ପାଇଁ ଭରଣପୋଷଣ ଦାବି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri