‘ତାରା’ ଯୋଜନା ଶୁଭାରମ୍ଭ କଲେ ମନ୍ତ୍ରୀ: ୩ ବର୍ଷରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ

ଛତ୍ରପୁର,୫ା୧୨(ଡି.ଏନ.ଏ)-ଗ୍ରାମାଞ୍ଚଳରେ କୃଷିର ବିକାଶ ସହ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ‘ତାରା’ ଯୋଜନା ଶୁଭାରମ୍ଭ ହୋଇଛି । ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । କୃଷିକୁ ସଶକ୍ତ କରିବା ପାଇଁ ତାରା ଯୋଜନା ସହାୟକ ହେବ ବୋଲି ସେ କହିଥିଲେ । ମନ୍ତ୍ରୀ ଆହୁରି କହିଥିଲେ, କୃଷି ଓ ଆନୁଷଙ୍ଗିକ ବିଭାଗ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ଅନୁଦାନ ବ୍ୟବସ୍ଥା କରିଛନ୍ତି। ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖିଲେ ଏହା ସଫଳ ହୋଇପାରିବ । ଜିଲାର ୭ ଲକ୍ଷ ୧୧ ହଜାର ୫୮୯ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୦ ହଜାର ୩୧୯ ଚାଷୀ ସହାୟତା ପାଇଥିବା ମନ୍ତ୍ରୀ କହିଥିଲେ । ଗଞ୍ଜାମ ଜିଲା ପ୍ରଶାସନ ପ୍ରେରଣାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ ଓ ଆନୁଷଙ୍ଗିକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମ ସମନ୍ବୟରେ ‘ତାରା’ ଯୋଜନା କାର୍ଯ୍ୟକାରୀ ହେବ । ଚାଷୀଙ୍କ ଆୟକୁ ୩ ବର୍ଷ ମଧ୍ୟରେ ୨ ଗୁଣ ଅଧିକ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ପଞ୍ଚାୟତର ୧୦ ଆଗ୍ରହୀ ଚାଷୀ, ଯାହାଙ୍କର କୃଷି ଜୀବୀକା ଓ ଉଦ୍ୟୋଗୀ ହେବାକୁ ସଂକଳ୍ପ ନେଇଛନ୍ତି ସେଭଳି ୫୦୩୦ ଜଣଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାର ୨୮୦୦ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରାଯାଇଛି । ଏଥିରୁ ୭ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିଶ୍ୱ ମୃତିକା ଦିବସ ଅବସରରେ ମନ୍ତ୍ରୀ ପ୍ରଦାନ କରିଥିଲେ । ଗଞ୍ଜାମ ବ୍ଲକ ଆଲିବଆବାଦ ଗାଁର ଜୟକୃଷ୍ଣ ଚର୍ତୀ, ରାଜପୁରର ରମା ସେଠୀ, ଛତ୍ରପୁର ବ୍ଲକ ହୁମ୍ମର ଗାଁର ହରି ପଲାଇ, ଝରପୋଖରୀ ଗାଁର ହରିବନ୍ଧୁ ପ୍ରଧାନ, ଟାଙ୍ଗଣାପଲ୍ଲୀର ସରସ୍ବତୀ ପ୍ରଧାନ, ରଙ୍ଗେଇଲୁଣ୍ଡା ବ୍ଲକ କଡରାପଲ୍ଲୀ ଗାଁର ନିରାକାର ପ୍ରଧାନ ଓ ସୁଦାମ ପ୍ରଧାନ ଏହି କାର୍ଡ ପାଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ(ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲା ମୁଖ୍ୟ କୃଷି ଅଧିକାରୀ କାଶିନାଥ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ) ସୁଧାକର ଶତପଥୀ, ୱାଟରସେଡ୍‌ ପିଡି ପ୍ରଶାନ୍ତ କୁମାର ହଜାରୀ, ଉପନିର୍ଦ୍ଦେଶକ (ଉଦ୍ୟାନ) ଦିଗାମ୍ବର ପଣ୍ଡାଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?