Posted inଫୁରସତ

ଡ୍ରାମା ଅଫ୍‌ ନେଚର

ନୂଆଦିଲ୍ଲୀ: ସାପ ଉପରେ ବେଙ୍ଗ। ଏମିତି ଏକ କଥା ଶୁଣିବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। କାହିଁକିନା ଜଣେ ଖାଦ୍ୟ ଆଉ ଜଣେ ଖାଦକ। ଏମିତି ଏକ ସମ୍ପର୍କର ଦୁଇଟି ଜୀବଙ୍କୁ ଏକାଠି ଦେଖିବା ନିହାତିଭାବେ ଆଶ୍ଚର୍ଯ୍ୟର କଥା। ମାତ୍ର ଅନେକ ସମୟରେ ପ୍ରକୃତିର ଏଭଳି ବିଚିତ୍ର ଦୃଶ୍ୟ ଆମକୁ ଯେତିକି ଆମୋଦିତ କରେ ସେତିକି ଆଚମ୍ବିତ ବି କରିଥାଏ। ଏଭଳି ଏକ ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଜୁଆଲକୁ ପୋଷ୍ଟ କରି ଏହାର କ୍ୟାପସନ୍‌ରେ ଲେଖିଛନ୍ତି ‘ଡ୍ରାମା ଅଫ୍‌ ନେଚର’ ବା ପ୍ରକୃତିର ବୈଚିତ୍ର୍ୟ।
ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟି ମାତ୍ର ୮ ସେକେଣ୍ଡର। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ସାପ ଚାଲୁଥିବାବେଳେ ତା ଉପରେ ଏକ ବେଙ୍ଗ ବେଶ୍‌ ଆରାମରେ ବସିଛି। ବେଙ୍ଗଟି ଆଦୌ ବିଚଳିତ ନ ହୋଇ ନିଜକୁ ସାପ ଉପରେ ବସିବା ନେଇ ସୁନ୍ଦ ଭାବରେ ଆଡଜଷ୍ଟ କରି ନେଉଛି। ସାପର ମୁଖ୍ୟ ଖାଦ୍ୟ ବେଙ୍ଗର ନିର୍ଭିକତାକୁ ଦେଖିବା ଲୋକଙ୍କ ପାଇଁ ବେଶ୍‌ ଉତ୍ସାହପୂର୍ଣ୍ଣ। ଖାଦ୍ୟ ଓ ଖାଦକର ଏହି ସମ୍ପର୍କ କେତେ ସମୟ ତିଷ୍ଟି ରହିବ ତାହା ଭିନ୍ନ କଥା। କିନ୍ତୁ ଭିଜୁଆଲଟି ଏବେ ଲୋକଙ୍କୁ ଖୁବ୍‌ ପସନ୍ଦ ହୋଇଛି। ବହୁ ସଂଖ୍ୟାରେ ଲୋକେ ଏହି ଭିଡିଓକୁ ଦେଖିବା ସହିତ ଏହାକୁ ନେଇ ରିଟୁଇଟ୍‌ ବି କରୁଛନ୍ତି। ଭିଜୁଆଲକୁ ନେଇ ଲୋକଙ୍କ କମେଣ୍ଟ ମଧ୍ୟ ରହିଛି ବେଶ୍‌ ମଜାଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri