Posted inଜାତୀୟ

ଡିସେମ୍ବର ୧୦ ଯାଏ ୧୪୪

ନୂଆଦିଲ୍ଲୀ,୧୫ା୧୦: ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କାରେ ଅଯୋଧ୍ୟାରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସ୍ଥାନରେ ୪ କିମ୍ବା ତାହାଠାରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ଶନିବାର ରାତିରୁ ଲାଗୁ ହୋଇଥିବା ଏହି କଟକଣାକୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅଯୋଧ୍ୟା ଜମିବିବାଦ ରାୟ ପ୍ରକାଶ ପାଇବାକୁ ଥିବାରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ଓ ନିରାପତ୍ତାକୁ ବିଚାରକୁ ନେଇ କଟକଣା ଲାଗୁ କରାଯାଇଥିବା କୁହାଯାଇଛି। ସୁଟିଂ ପାଇଁ ଡ୍ରୋନ୍‌ ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରୁଥିବାରୁ ଏହା ପୂର୍ବରୁ ଅଯୋଧ୍ୟା ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।
କଟକଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଅସନ୍ତୋଷ ବ୍ୟକ୍ତ କରିଛି। ଦିଓ୍ବାଲିରେ ଦୀପ ଜାଳିବା ଲାଗି ଅନୁମତି ଦେବାକୁ ଉକ୍ତ ସଂଗଠନ ଦାବି କରିଛି। ଦିଓ୍ବାଲିରେ ସାରା ଅଯୋଧ୍ୟା ଆଲୋକମୟ ହେବାକୁ ଥିଲାବେଳେ ରାମଲାଲା କ’ଣ ପାଇଁ ଅନ୍ଧକାରରେ ରହିବେ ବୋଲି ମହନ୍ତ ନୟନ ଦାସ ପ୍ରଶ୍ନ କରିବା ସହ ଏନେଇ ସେ ଡିଭିଜନାଲ କମିଶନରଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ଯଦି ବିବାଦୀୟ ସ୍ଥାନରେ ଦୀପ ଜାଳିବାକୁ ଭିଏଚ୍‌ପିକୁ ଅନୁମତି ମିଳେ ତେବେ ମୁସଲମାନ ମଧ୍ୟ ନମାଜ ପଢ଼ିବା ଲାଗି ଅନୁମତି ଲୋଡିବେ ବୋଲି ହାଜି ମେହବୁବ୍‌ କହିଛନ୍ତି।
ହିନ୍ଦୁ ପକ୍ଷଙ୍କୁ ପ୍ରଶ୍ନ କରା ନ ଯାଇ କେବଳ ମୁସଲମାନ ପକ୍ଷଙ୍କୁ ପ୍ରଶ୍ନ କରାଯାଉଥିବା ସୋମବାର ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଛି। ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ଅଯୋଧ୍ୟା ମାମଲାର ୩୮ତମ ଦିବସର ଶୁଣାଣି ବେଳେ ମୁସଲମାନ ପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ରାଜୀବ ଧାଓ୍ବନ ଏଭଳି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାମଲାଲା ପକ୍ଷର ଓକିଲ ସି.ଏସ୍‌. ବୈଦ୍ୟନାଥନ ଏହାର ବିରୋଧ କରିଥିଲେ। ବିବାଦୀୟ ସ୍ଥଳର ଭିତର ଅଗଣାକୁ ବାହାର ଅଗଣାଠାରୁ ଅଲଗା କରିବା ଲାଗି ଲୁହା ରେଲିଂ ଲଗାଇବାର ଚିନ୍ତାଧାରା କରାଯାଇଥିବା ସାମ୍ବିଧାନିକ ପୀଠ କହିବାରୁ ଧାଓ୍ବନ ଉପରୋକ୍ତ ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri