ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର ପିଛା ୧୦.୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଲିଟର ପିଛା ୨୦ ପଇସା ବୃଦ୍ଧି ଫଳରେ ଦେଶର ପେଟ୍ରୋଲ ଦର ମଧ୍ୟ ରେକଡର୍ର୍ ପରିମାଣରେ ବୃଦ୍ଧି ପାଇଛି ବୋଲି ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଗୋଟିଏ ପଟରେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୭ ଦିନ ମଧ୍ୟରେ ତେଲ ଦର ବୃଦ୍ଧି ପାଇ ଚାଲିଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ତେଲ ଦର ଏଭଳି ଭାବରେ ବୃଦ୍ଧି ପାଇବ। ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ହେଉ ନ ଥିବାରୁ ଏଭଳି ସ୍ଥିତି ଲାଗି ରହିବ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକଙ୍କ ପକ୍ଷରୁ କୁହାଯାଇଛି। ଚଳିତ ମାସ ୭ ରୁ ଆଜି ପର୍ଯ୍ୟନ୍ତ (ମଙ୍ଗଳବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ପେଟ୍ରୋଲ ଉପରେ ୮.୫୦ ଟଙ୍କା ଏବଂ ଡିଜେଲ ୧୦.୨ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ମଙ୍ଗଳବାର ପେଟ୍ରୋଲ ଦର ୭୯.୫୬ ଟଙ୍କାରୁ ବୃଦ୍ଧି ପାଇ ୭୯.୭୬ ଟଙ୍କା ଏବଂ ଡିଜେଲ ଦର ୭୮.୮୪ ଟଙ୍କାରୁ ବୃଦ୍ଧି ହୋଇ ୭୯.୪୦ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୦.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୫୯ ଟଙ୍କା ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ବ୍ରାଜିଲକୁ ବଡ଼ ଝଟ୍‌କା

ମୋରିସଟାଉନ୍‌,୮ା୬: ବିଶ୍ୱକପ୍‌ରେ ମରକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଆଉ ଏକ ସପ୍ତାହରୁ କମ୍‌ ଦିନ ଥିବାବେଳେ ବ୍ରାଜିଲ ଆଘାତଜନିତ କାରଣରୁ ଦଳରେ ଜଣେ ଖେଳାଳି ପରିବର୍ତ୍ତନ…

ବିଲ ମଝିରୁ ମିଳିଲା ବିବାହିତ ଯୁବକଙ୍କ ମୃତଦେହ: ମୁତ୍ୟୁକୁ ନେଇ ବଢିଲା ସନ୍ଦେହ

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟଭା ସରୁଆ ଗାଁ ବିଲ ମଝିରୁ ସୋମବାର ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ…

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ…

ରଜକ ସମାଜ ନୂତନ କର୍ମକର୍ତ୍ତା ଚୟନ: ରାଧାମୋହନ-କହ୍ନେଇଙ୍କୁ ବଡ଼ ଦାୟିତ୍ୱ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଯୋଗୀମାରୀ ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି।…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍‌ରୁ ମିଳିଲା ଏତେ ପରିମାଣର… ଦେଖିକି ଭିଜିଲାନ୍ସ ତାଜୁବ

ବାଲିଗୁଡା, ୮।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବେକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରକୁ ଓଡ଼ିଶା…

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ବାଉଁଶୁଳି–ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ସୋମବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ‘ସାହୁ’ ନାମକ ଏକ…

ମମତାଙ୍କୁ ୪୨୦ ଭୋଲ୍ଟର ଝଟ୍‌କା: ୨୦ ଏମ୍‌ପି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri