ଡକାର ର଼୍ୟାଲି ପାଇଁ ହିରୋର ପ୍ରସ୍ତୁତି

ନୂଆଦିଲ୍ଲୀ,୨୯-୧୧: ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଡକାର ର଼୍ୟାଲି ପାଇଁ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ମୋଟୋସ୍ପୋର୍ଟସ ଟିମ୍‌ ଡକାର ର଼୍ୟାଲି-୨୦୨୦ରେ ୪ ଚାଇଡର ଭାଗ ନେବା ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରଥମ ଥର ଲାଗି ୪ ରାଇଡର ବିଶିଷ୍ଟ ଟିମ୍‌ ଏହି ପ୍ରତିଯୋଗିତାରେ ଭାଗ ନେବେ। ପାନ ଆଫ୍ରିକା ର଼୍ୟାଲି ବିଜେତା ଓ୍ବାକିମ ରୋଡ୍ରିଗେସ, ଭାରତୀୟ ଶୀର୍ଷ ରାଇଡର ସି.ଏସ୍‌. ସନ୍ତୋଷ, ୨୦୧୭ର ଡକାର ନୂତନ ପ୍ରତିଭା ଓରିଅଲ ମୀନା ଏବଂ ପୂର୍ବ ରାଲି ଚାମ୍ପିୟନ ପାଉଲୋ ଗନକେଲଭିସ ଏହି ଟିମରେ ସାମିଲ ହୋଇଛନ୍ତି। ହିରୋମୋଟୋସ୍ପୋର୍ଟ ଟିମ୍‌ ର଼୍ୟାଲି ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ଶୀର୍ଷ ଟିମ୍‌ ଭାବେ ଉଭା ହୋଇଛି। ବର୍ତ୍ତମାନର ଏହି ସିଜନ ଟିମ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଡକାର ର଼୍ୟାଲିର ୪୨ତମ ସଂସ୍କରଣ ସାଉଦି ଆରମ୍ଭରେ ଆୟୋଜିତ ହେବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri