ଟ୍ରାଫିକ ଛକରେ ବଢୁଛି ବେଆଇନ ପାର୍କିଂ : ୟୁ ଟନର୍ର୍ ରାସ୍ତା ଅବରୋଧ, ଲୋକେ ହଇରାଣ

କଟକ ରୋଡ,୨୯।୭(ଡି.ଏନ୍‌.ଏ.) : ରାଜଧାନୀର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ ସମସ୍ୟା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଯାନବାହନ ସୁରୁଖୁରରେ ଯାତାୟାତ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଇଛି। ରାସ୍ତାରେ ଗାଡିମୋଟର ବେଆଇନ ପାର୍କିଂ ପରିସ୍ଥିତିକୁ ଜଟିଳ କରିଛି। ଏଭଳି ଘଟଣାକ୍ରମେ ଭୁବନେଶ୍ୱରରେ ଏକ ପ୍ରମୁଖ ଜନଗହଳି ଅଞ୍ଚଳ କୁହାଯାଉଥିବା କଟକ ରୋଡରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାରେ ଗାଡି ପାର୍କିଂ ଯୋଗୁ ଲୋକେ ଯାତାୟାତର ଅସୁବିଧା ଭୋଗୁଛନ୍ତି। ବର୍ଷାଧିକକାଳ ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ କମିଶନରେଟ ପୋଲିସ କିମ୍ବା ଟ୍ରାଫିକ ବିଭାଗ ଦୃଷ୍ଟି ଦେଉନାହିଁ। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଅଟୋଚାଳକ ରାସ୍ତା ଜାମ କରି ଗହଳି ଅଧିକ ବଢାଉଛନ୍ତି। ପୁରୁଣା ଷ୍ଟେଶନ ବଜାର ଛକରେ ଏହି ସମସ୍ୟା ରହିଥିଲେ ମଧ୍ୟ ଉକ୍ତ ପୋଷ୍ଟରେ ରହୁଥିବା କର୍ମଚାରୀ ଜାଣି ନ ଜାଣିବା ଭଳି ଅଭିନୟ କରିବା ନିତିଦିନିଆ ହୋଇଛି। ଲକ୍ଷ୍ମୀସାଗର ଟ୍ରାଫିକ ଛକ ସଙ୍କୁଚିତ ହୋଇ ପଡୁଥିବା ଲକ୍ଷ୍ୟ ରଖି ୨୦୧୫ ରେ ଏହି ଛକକୁ ଓସାର କରାଯାଇ ସ୍ଥାନ ବଢାଯାଇଥିଲା। ରାସ୍ତା ଓ ଛକ ସମ୍ପ୍ରସାରଣ ପରେ ଏଠାରେ ବେଆଇନ ପାର୍କିଂ ଲୋକଙ୍କୁ ନାକେଦମ କରିଛି। ଛକ ନିକଟରେ ଏକ ଘରୋଇ ହସ୍ପିଟାଲ, ବ୍ୟାଙ୍କ ସହ ବ୍ୟବସାୟ ପ୍ରତିଷ୍ଠାନ ଥିବା ବେଳେ ପାର୍କିଂ ବ୍ୟବସ୍ଥା ନ ଥିବା ହେତୁ ଟ୍ରାଫିକ ଛକରେ ୪ଚକିଆ ଯାନ ରାସ୍ତା ଅବରୋଧ କରୁଛନ୍ତି। ଝାରପଡ଼ା ଓଭରବ୍ରିଜ ଛକରୁ ଲକ୍ଷ୍ମୀସାଗର ଗ୍ରାମକୁ ଯିବାକୁ ଥିବା ୟୁ ଟର୍ନ ସମ୍ପୂର୍ଣ୍ଣ କବ୍‌ଜା ହେବା ଫଳରେ ଅନେକ ସମୟରେ ଅଗ୍ନିଶମ ଗାଡି, ଆମ୍ବୁଲାନ୍ସ, ସ୍କୁଲ ବସ ଆଦି ସଙ୍କୁଚିତ ରାସ୍ତାରେ ଅତିକ୍ରମ କରିବା କଷ୍ଟସାଧ୍ୟ ହେଉଛି। ଏପରିକି ରାସ୍ତା ଉପରେ ଲୋକେ ଲକ୍ଷ୍ମୀସାଗର, ଝାରପଡ଼ା, ଜିଜିପି କଲୋନୀ, ରସୁଲଗଡ଼ ଆଦି ଅଞ୍ଚଳକୁ ଯିବା ପାଇଁ ନିର୍ଭରଶୀଳ ହୋଇଥିବା ବେଳେ ସବୁ ସମୟରେ ଛକ ସ୍ଥାନକୁ ଗାଡି ଚାଳକ ମାଡି ବସିବା ଅସନ୍ତୋଷ ଦେଖାଯାଇଛି। ଟ୍ରାଫିକ ଛକ ସହ ୟୁ ଟନର୍ର୍ ରାସ୍ତା ବନ୍ଦ ହେବା ନେଇ ପୋଷ୍ଟରେ ଡିୟୁଟିରେ ଥିବା ଜଣେ କର୍ମଚାରୀ କୁହନ୍ତି, ୟୁ ଟନର୍ର୍ରେ ଗାଡି ନ ରଖିବା ପାଇଁ ବାରମ୍ବାର କହୁଛୁ। କିନ୍ତୁ ଲୋକେ ଶୁଣୁନାହାନ୍ତି। ଏପରିକି ରାସ୍ତା ମଝିରେ ଟ୍ରାଫିକ ପୋଷ୍ଟ ରହିବା ସହ ମେଡିଆନ ନ ରହିବା ଫଳରେ ପ୍ରାୟ ସମୟରେ ଲୋକେ ରଙ୍ଗ ରୁଟରେ ଯାଉଛନ୍ତି। କଟକ ରୋଡ ସହ ଏକାଧିକ ଛକ ସ୍ଥାନ ଅବରୋଧ ହେଉଥିବା ଟ୍ରାଫିକ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପୋଲିସ ଜାଣି କାହିଁକି ପଦକ୍ଷେପ ନେଉନାହିଁ ତାହା ମୁଖ୍ୟ ପ୍ରସଙ୍ଗ ହୋଇଛି। ଏ ସମ୍ପର୍କରେ ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ କୁହନ୍ତି, ୟୁ ଟନର୍ର୍ ଅବରୋଧ ହେଉଥିବା ବାବଦରେ ଅନୁଧ୍ୟାନ କରିବା ସହ କିଭଳି ଲୋକେ ସେଠାରେ ଯିବା ଆସିବାରେ ଅସୁବିଧା ନ ହେବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?