ଟେଲିକମ୍‌ ନେଟଓ୍ବର୍କ ପୁନରୁଦ୍ଧାର ହେଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ) ବାତ୍ୟା ପରେ ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲାରେ ଟେଲିକମ୍‌ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ପୁରୀ,ଖୋର୍ଦ୍ଧା, କଟକ ଭଳି ଜିଲାଗୁଡିକରେ ଟେଲିକମ୍‌ ଭିତ୍ତିଭୂମି ବିଶେଷ ପ୍ରଭାବିତ ହୋଇଛି। ମାତ୍ର ବାତ୍ୟାର ଗୋଟିଏ ସପ୍ତାହ ପରେ  ପ୍ରମୁଖ କମ୍ପାନୀଗୁଡିକ ସେମାନଙ୍କ  ନେଟଓ୍ବର୍କ ସର୍ଭିସକୁ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। କମ୍ପାନୀଗୁଡିକ ଫନୀ ଯୋଗୁ ଓଡ଼ିଶାରେ ୭୦୦ କୋଟି ଟଙ୍କା କ୍ଷୟକ୍ଷତି ସହି ପାରନ୍ତି ବୋଲି ଆକଳନ କରାଯାଇଛି। ଟେଲିକମ୍‌ ଶିଳ୍ପର ସୂଚନା ମୁତାବକ ଭୋଡାଫୋନ ଆଇଡିଆ ଲିମିଟେଡ, ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ରାଷ୍ଟ୍ରାୟତ୍ତ ବିଏସ୍‌ଏନଏଲ୍‌ ସେମାନଙ୍କ ନେଟଓ୍ବର୍କକୁ ପୁନରୁଦ୍ଧାର କରିଛନ୍ତି।

ଟେଲିକମ୍‌ ବିଭାଗ ତଥ୍ୟ ମୁତାବକ ୬୦୦ ବେସ୍‌ ଟ୍ରାନ୍ସିଭର ସିଷ୍ଟମ(ବିଟିଏସ୍‌) ଫନି ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଭୁବନେଶ୍ୱରରେ ପ୍ରାୟ ୩୪% ଏବଂ କଟକରେ ୩୭% ବିଟିଏସ୍‌ ସାମିଲ ରହିଛି। ଭୁବନେଶ୍ୱରରେ ୧୮୦୦ ବିଟିଏସ୍‌ ଟାଓ୍ବାର ରହିଥିବା ବେଳେ କଟକରେ ଏହାର ସଂଖ୍ୟା ୧୩୦୦ ରହିଛି।

ରିଲାଏନ୍ସ ଜିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାତ୍ୟା ପ୍ରଭାବିତ ଅଞ୍ଚଳରେ କମ୍ପାନୀ ଏହାର ୮୫% ନେଟଓ୍ବର୍କକୁ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଛି। ରିଲାଏନ୍ସ ଜିଓର ୮୫% ସାଇଟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିଛି। ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଥିବା ବେଳେ ଅସୁବିଧା ଥିବା ଅନ୍ୟ ଅଞ୍ଚଳଗୁଡିକୁ ମଧ୍ୟ ଶୀଘ୍ର ଠିକ୍‌ କରାଯିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୫୦୦ରୁ ଉର୍ଦ୍ଧ୍ୱ ଟେଲିକମ୍‌ ସାଇଟକୁ ପୁନରୁଦ୍ଧାର କରାଯାଇଥିବା ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ କମ୍ପାନୀର ଆଇସିଆର ଏବଂ ଭିଆଇଏଲ୍‌ ନେଟ୍‌ଓ୍ବର୍କ ଦ୍ୱାରା ଅନ୍ୟ ସେବା ଯୋଗାଣକାରୀଙ୍କ ୪.୫ ଲକ୍ଷ ଗ୍ରାହକ ଲାଭବାନ ହୋଇଥିବା ବେଳେ ବାତ୍ୟା ପରେ ପରେ ତ୍ୱରିତ ଭିତ୍ତିରେ ନେଟଓ୍ବର୍କକୁ ସଜାଡିବାକୁ ସକ୍ଷମ ହୋଇଥିବା ଏହା ପ୍ରକାଶ କରିଛି।

ଅଧିକାଂଶ ସ୍ଥାନରେ କ୍ଷତିଗ୍ରସ୍ତ ନେଟଓ୍ବର୍କକୁ ସୁଧାରିଥିବା ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ କହିଛି। ଏହା ମଧ୍ୟରେ ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏଠାରେ କମ୍ପାନୀ ନେଟଓ୍ବର୍କ ଉନ୍ନତୀକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କହିଛି।

ସେହିଭଳି ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିବା କହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ରାଜ୍ୟର ପୁରୀ-ଭୁବନେଶ୍ୱର ବେଲ୍‌ଟରେ ମୋବାଇଲ ନେଟଓ୍ବର୍କର ତ୍ୱରିତ ପୁନରୁଦ୍ଧାର ଲାଗି ସେଲ୍‌ ଅନ୍‌ ହ୍ବିଲ ପଦକ୍ଷେପ ଗ୍ରହଣ କରିଛି। ସଂଯୋଗ ସୁବିଧା ଉନ୍ନତିକରଣରେ ଏହା ୧୩ ସେଲ୍‌ ଅନ୍‌ ହ୍ବିଲ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

ପେଟ୍ରୋଲ-ଡିଜେଲ ପରେ ଏବେ LPG ପାଳି? ଜାଣନ୍ତୁ ଆଜି କେତେ ରହିଛି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୩।୫: ଦେଶରେ ସାଧାରଣ ଜନତାଙ୍କ ପକେଟ ଉପରେ ପୁଣି ଥରେ ମହଙ୍ଗା ମାଡ଼ ହୋଇଛି। ଆଜି (୨୩ ମଇ, ୨୦୨୬) ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପୁଣି…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri