ଭୁବନେଶ୍ୱର,୧୯।୯: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ (ଟିଏସ୍ଏମ୍ଏଲ୍)କୁ ଆଉ ଏକ ଜାତୀୟ ସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ସମ୍ମାନଜନକ ହିଣ୍ଡାଲ୍କୋ-ଆଦିତ୍ୟ ବିର୍ଲା ଆୱାର୍ଡ ଫର ସଷ୍ଟେନେବଲ୍ ମାଇନିଂ ପୁରସ୍କାରରେ ପୁରସ୍କୃତ ହୋଇଛି। ଏପରିକି ଜୈବବିବିଧତାର ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ଖଣି ଖନନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଉକ୍ତ ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଫେଡେରେଶନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ (ଫିମି) ଆୱାର୍ଡସ୍ ୨୦୨୨-୨୩ ଅବସରରେ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଖଣିର ପ୍ରଦର୍ଶନ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣିର ମୁଖ୍ୟ ଶମ୍ଭୁନାଥ ଝାଙ୍କୁ ମଧ୍ୟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଫିମି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ସମାରୋହକୁ ଫିମିର ୫୭ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଓ ମିନେରାଲ ଡିଭିଜନର ଏକ୍ଜିକ୍ୟୁଟିଭ୍ ଇନ୍ ଚାର୍ଜ ପଙ୍କଜ ସତିଜା କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ଅତ୍ୟନ୍ତ ଖୁସି ଅଛୁ। ବିଶେଷକରି ଆମର ବ୍ୟାପକ ଦୀର୍ଘସ୍ଥାୟୀ ଫ୍ରେମ୍ୱର୍କ ଏବଂ ଦାୟିତ୍ୱପୂର୍ଣ୍ଣ ଓ ନିରନ୍ତର ଖଣି ଅଭ୍ୟାସ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ମାନ୍ୟତା ପ୍ରଦାନ କରିଥିବାରୁ ଆମେ ଜୁରୀ ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛୁ। ଏପରିକି ପରିବେଶ ପ୍ରତି ଦାୟିତ୍ୱବାନ ଓ ଏକ ସଚେତନ କର୍ପୋରେଟ ହାଉସ୍ ଭାବେ ଟାଟା ଷ୍ଟିଲ୍ ପକ୍ଷରୁ ଏଫ୍ଏଏମ୍ଡିର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଶକ୍ତି ଓ ଜଳ ଅଡିଟ୍ ସମେତ କ୍ରୋମାଇଟ୍ ଖଣିରେ ଅନେକ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି।
ଗୁରୁବାର ନବୀନ କରିବେ ବଡ଼ ଘୋଷଣା! ସୁଜାତା କାର୍ତ୍ତିକେୟନକୁ ନେଇ ଆସିଲା ବଡ଼ ଖବର
ଭୁବନେଶ୍ୱର,୨୬।୬: ଗୁରୁବାର ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ। ବୁଧବାର ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ବଢ଼ିଲା ଚର୍ଚ୍ଚା। ଶଙ୍ଖ ଭବନରେ ଏନେଇ ନବୀନ ବଡ଼…
କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…
ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…
ପୁରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କଲା ପୋଲିସ
ପୁରୀ,୨୪ା୬(ଅଜିତ କୁମାର ମହାନ୍ତି): ପୁରୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ହୋଟେଲ ମାଲିକଙ୍କୁ ବୀଭତ୍ସ ହତ୍ୟା…
ମେଡିସିନ୍ ଖାଇ ୭ କଏଦୀ ଅସୁସ୍ଥ! ଝାରପଡ଼ା ଜେଲ୍ରେ ଚାଲିଛି ତଦନ୍ତ
ଭୁବନେଶ୍ୱର,୨୪।୬: ରାଜଧାନୀର ଝାରପଡ଼ା ସ୍ପେଶାଲ୍ ଜେଲ୍ରେ ୭ ଜଣ କଏଦୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ…
ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ
ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…
ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ
ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…
ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ
ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…
ଅର୍ଥ ବିଭାଗର ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ତାଲିକାରେ ଏବେ ୧୪
ଭୁବନେଶ୍ୱର,୨୪।୬(ରବିନାରାୟଣ ଜେନା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟାନ୍ବୟନ କରିବାରେ ଅବହେଳା ପ୍ରଦର୍ଶନ କରିବା ଏବେ ୮ଟି ବ୍ୟାଙ୍କକୁ ମହଙ୍ଗା ସାବ୍ୟସ୍ତ…
Archives

