Posted inଜାତୀୟ

ଝିଅ ବୁଲେଟ ଚଢିବାରୁ ପିତାଙ୍କୁ ଗୁଳିମାଡ

ନୋଏଡା, ୬।୯: ଉତ୍ତର ପ୍ରଦେଶର ନୋଏଡା ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବୁଲେଟ୍‌ ଚଢିବାରୁ କିଛି ଦୁର୍ବୃତ୍ତ ତାଙ୍କ ପିତାଙ୍କୁ ଗୁଳି ମାରିଛନ୍ତି। ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗ୍ରେଟର ନୋଏଡାର ଜାରଚା ଅଞ୍ଚଳରେ ସୁନୀଲ କୁମାର ନାମକ ଜଣେ କୃଷକ ରୁହନ୍ତି। ତାଙ୍କ ୪ ଝିଅ ଏବଂ ଦୁଇଟି ପୁଅ ଅଛନ୍ତି। ସବା ସାନ ଝିଅ କଲେଜ ଯିବାରେ ଅସୁବିଧା ହେବାରୁ ଝିଅର ପସନ୍ଦ ମୁତାବକ ତାଙ୍କୁ ଏକ ବୁଲେଟ୍‌ ଗାଡି ଆଣିଦେଇଥିଲେ ପିତା। ଗାଁରେ ଝିଅ ବୁଲେଟ୍‌ ଚଢିବାରୁ କିଛି ଲୋକଙ୍କୁ ଏହା ପସନ୍ଦ ଆସି ନ ଥିଲା। ଝିଅ ବୁଲେଟ ଚଢିଲେ ଗାଁ ପରିବେଶ ଖରାପ ହେଉଛି ବୋଲି ଗାଁ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ମାନି ନ ଥିଲେ ସୁନୀଲ। ଅଗଷ୍ଟ ୩୧ ରାତିରେ ଗାଁ ଜଣେ ଶିକ୍ଷକ ସଚିନ ଏବଂ କୁଲୁ ସୁନୀଲ ନାମକ ଦୁଇ ଜଣ ବ୍ୟକ୍ତି ହାତରେ ବନ୍ଧୁକ ଧରି ସୁନୀଲଙ୍କ ଘରେ ପହଞ୍ଚି ତାଙ୍କୁ ଧମକ ଦେଇଥିଲେ। ଯଦି ଝିଅକୁ ବୁଲେଟ ଚଢିବାକୁ ବାରଣ ନ କର ତେବେ ପରିସ୍ଥିତି ଭୟଙ୍କର ହେବ। କିନ୍ତୁ ସୁନୀଲ ଏଥିରେ ଅରାଜି ହୋଇ ଝିଅ ବୁଲେଟ୍‌ ଚଢିବ ବୋଲି କହିଥିଲେ। ସେମାନେ ତାଙ୍କୁ ଗୁଳିମାଡ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ସୁନୀଲଙ୍କ ପରିବାର ପକ୍ଷରୁ ପୋଲିସରେ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri