ଜୟମଙ୍ଗଳ କେନାଲ, ରାହାଡ଼ା ନାଳ ପୁନରୁଦ୍ଧାର ହେବ: ବିଧାନସଭାରେ ଜଣାଇଲେ ମନ୍ତ୍ରୀ

ଛତ୍ରପୁର,୨୦ା୨(ଡି.ଏନ.ଏ)-ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭା ଅଧିବେଶନରେ ଜୟମଙ୍ଗଳ କେନାଲ ଓ ରାହାଡା ନାଳ ପୁନରୁଦ୍ଧାର ନିମନ୍ତେ ଏକ ପ୍ରଶ୍ନ କରିଥିଲେ। ଛତ୍ରପୁର ବ୍ଲକ ବଡମାଧପୁର, ବିପୁଳିଙ୍ଗି, ବଉଳଗାଁ, ମହାନାଦପୁର, ମୁନିଷିପେଣ୍ଠ ଆଦି ଅଞ୍ଚଳର ଚାଷ ଜମି ବର୍ଷା ଦିନେ ଜଳମଗ୍ନ ହେଉଛି । ପ୍ରତ୍ୟେକ ବର୍ଷ ଫସଲ ନଷ୍ଟ ହେଉଛି । ଜୟମଙ୍ଗଳ କେନାଲ ଓ ରାହାଡ଼ା ନାଳ ପୋତି ହୋଇଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଜଣାଇଥିଲେ। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ କ’ଣ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ଯେ, ଜୟମଙ୍ଗଳ କେନାଲ ଓ ରାହାଡ଼ା ନାଳ ପୁନରୁଦ୍ଧାର ସହ କିଭଳି ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରିବ ସେ ନେଇ ୯୯.୫୦ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ରାଜ୍ୟ ବୈଷୟିକ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ଜଣାଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଛତ୍ରପୁର ଆସି କେନାଲ, ନାଳ ଅନୁଧ୍ୟାନ କରିବା ସହ ପୁନରୁଦ୍ଧାର କରାଯିବ ବୋଲି କହିଥିଲେ । ପୂର୍ବରୁ ଜିଲାପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ ଜିଲାପରିଷଦ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଥିସହ ଜିଲାପାଳ ଓ ସଚିବଙ୍କୁ ଏ ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଜନସାଧାରଣ ଓ ଜନ ପ୍ରତିନିଧିମାନେ ସମସ୍ୟା ଛତ୍ରପୁର ବିଧାୟକଙ୍କୁ ଭେଟି ସମସ୍ୟା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri