Posted inଖେଳ

ଜୋତା କିଣିବାକୁ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ଆଣିଲେ ସଫଳତା

ଲଡରହିଲ,୪।୮:ବିଶ୍ୱକପ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ଖେଳି ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳି ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶନିବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପଦାର୍ପଣ କରି ୨୬ ବର୍ଷୀୟ ସଇନି ମାତ୍ର ୧୭ ରନ ବ୍ୟୟ କରି ୩ ଉଇକେଟ ନେବା ସହ ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ୨୦୧୯ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ନବଦୀପ ଓ୍ବେଷ୍ଟଇଣ୍ଡିଜ ଗ୍ରସ୍ତରେ ଉଭୟ ଏକଦିବସୀୟ ଏବଂ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଦିଲ୍ଲୀ ପକ୍ଷରୁ ରଣଜୀ ଖେଳୁଥିବା ନବଦୀପ ଦ୍ରୁତ ଗତିରେ ବୋଲିଂ ସାଙ୍ଗକୁ ସଠିକ ଲାଇନଲେନ୍ଥରେ ପକାଇବା ଯୋଗୁ ତାଙ୍କୁ ଦଳରେ ଚୟନ କରାଯାଇଛି। ଆଇପିଏଲରେ ମଧ୍ୟ ସେ ତାଙ୍କ ପ୍ରତିଭା ଦେଖାଇସାରିନ୍ତି। ୨୦୧୭-୧୮ ରଣଜୀ ସିଜିନରେ ଦିଲ୍ଲୀକୁ ଫାଇନାଲ ପହଞ୍ଚାଇବାରେ ନବଦୀପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୮ଟି ମ୍ୟାଚରୁ ୩୪ ଉଇକେଟ ନେଇଥିଲେ। କ୍ରିକେଟ ସଫଳତା ପାଇବା ପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡିଥିଲା। ମାତ୍ର ୨୦୦ ଟଙ୍କା ପାଇଁ ସେ ଗଳି କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେଉଥିଲେ। ୨୦୧୩ ପର୍ଯ୍ୟନ୍ତ ଲେଦର୍‌ ବଲରେ ନୁହେଁ, ଟେନିସ ବଲରେ ସେ ବୋଲିଂ କରୁଥିଲେ। ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଏକ ଘରୋଇ କ୍ରିକେଟ ଲିଗ୍‌ରେ ନବଦୀପଙ୍କୁ ଭେଟିଥିଲେ। ତାଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ପ୍ରଥମେ ନେଟ୍ସ ଅଭ୍ୟାସ ପାଇଁ ଡାକିଥିଲେ। ସେତେବେଳକୁ ନବଦୀପଙ୍କ ପାଖରେ ହଳେ ଜୋତା ମଧ୍ୟ ନ ଥିଲେ। ପରେ ଗମ୍ଭୀର ତାଙ୍କୁ ଦୁଇହଳ ଜୋତା ଦେଇଥିଲେ। ପ୍ରତିଦିନ ସେ ଫିରୋଜ ଶାହ କୋଟଲାକୁ ଅଭ୍ୟାସ ପାଇଁ ଆସନ୍ତି। ଶେଷରେ ହରିୟାଣାର ହୋଇଥିଲେ ମଧ୍ୟ, ଦିଲ୍ଲୀ ପାଇଁ ରଣଜୀ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?