ଜେଟ୍‌ଲୀଙ୍କୁ ଝୁରିଲା ଶିଳ୍ପ ଜଗତ

ନୂଆଦିଲ୍ଲୀ, ୨୫-୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟଲୀଙ୍କ ମୃତ୍ୟୁରେ ଦେଶର ଶିଳ୍ପ ଜଗତ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି। ଦେଶ ଜଣେ ପ୍ରକୃତ ସଂସ୍କାରକ ତଥା ଜନନାୟକଙ୍କୁ ହରାଇଲା ବୋଲି ଶିଳ୍ପ ଲିଡରମାନେ ମତପ୍ରକାଶ କରିଛନ୍ତି। ଜଣେ ଭଲ ବାଗ୍ମୀ, ବିଚକ୍ଷଣ ପାର୍ଲାମେଣ୍ଟାରିଆନ, ନୀତି ନିର୍ଦ୍ଧାରଣରେ ଚାମ୍ପିୟନ ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଲୋକଙ୍କ ସହ ଯୋଡି ହେବାର ଦକ୍ଷତା ଜେଟଲୀଙ୍କର ରହିଥିବା ଶିଳ୍ପ ଜଗତ ପ୍ରକାଶ କରିଛି। ତାଙ୍କ ବିୟୋଗରେ ଦେଶର ଶିଳ୍ପ ଲିଡରମାନେ ଦେଇଥିବା ପ୍ରତିକ୍ରିୟା…
-ନୂତନ ଭାରତ ଗଠନ ଦିଗରେ ଜେଟଲୀଙ୍କର ଲକ୍ଷ୍ୟ ଏବଂ ପ୍ରଗତିଶୀଳ ଚିନ୍ତାଧାରା ବେଶ୍‌ ପ୍ରଶଂସାଯୋଗ୍ୟ। ସେ ଜନମାନସରେ ସର୍ବଦା ମନେରହିବେ।
– ଗୌତମ ଆଦାନୀ, ଅଧ୍ୟକ୍ଷ, ଆଦାନୀ ଗ୍ରୁପ
– ଜିଏସ୍‌ଟି, ଆଇବିସି ଭଳି ଅର୍ଥନୈତିକ ସଂସ୍କାର ଧାରା ଲାଗୁ କରିବା ଦିଗରେ ଜେଟ୍‌ଲୀଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଦେଶର ଆର୍ଥତ୍କ କ୍ଷେତ୍ର ତାଙ୍କ ଭଳି ଜଣେ ମହାନ୍‌ ମାର୍ଗଦର୍ଶକଙ୍କୁ ହରାଇଲା। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛୁ।
– ରଜନୀଶ କୁମାର, ଏସ୍‌ବିଆଇ ଅଧ୍ୟକ୍ଷ
– ଆଇନ ଏବଂ ରାଜନୀତି କ୍ଷେତ୍ରରେ ଜଣେ ଲିଡରଙ୍କୁ ଦେଶ ହରାଇଲା। ଜେଟଲୀ ସବୁ କ୍ଷେତ୍ରରେ ଜଣେ ଭଲ କ୍ରାଇସିସ ମ୍ୟାନେଜର ଥିଲେ।
– ସୁନୀଲ ଭାରତୀ ମିତ୍ତଲ, ଭାରତୀ ଏୟାରଟେଲ ଅଧ୍ୟକ୍ଷ
-ଦେଶ ପ୍ରତି ରହିଥିବା ତାଙ୍କର ତ୍ୟାଗ ଏବଂ ଅବଦାନ ଲାଗି ସେ ସବୁବେଳେ ମନେ ରହିବେ। ତାଙ୍କୁ ସାଲ୍ୟୁଟ କରୁଛି।
– ଆନନ୍ଦ ମହିନ୍ଦ୍ରା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ
-ଜିଏସ୍‌ଟି ଲାଗୁ କରାଇବା ଦିଗରେ ଜେଟ୍‌ଲୀଙ୍କ ଭୂମିକା ବେଶ ଅତୁଳନୀୟ। ଦେଶ ଜଣେ ମହାନ୍‌ ଲିଡରଙ୍କୁ ହରାଇଲା।
– ଦୀପକ ପାରେଖ, ଏସ୍‌ଡିଏଫ୍‌ସି ଲିମିଟେଡ ଅଧ୍ୟକ୍ଷ
– ଜେଟ୍‌ଲୀଙ୍କ ମୃତ୍ୟୁ ସାରା ଦେଶ ଲାଗି ଏକ ଅପୂରଣୀୟ କ୍ଷତି। ରାଜନୀତି, ଆଇନ, ଅର୍ଥ କ୍ଷେତ୍ର ସହ ଜଣେ ଅଗ୍ରଦୂତ ଭାବେ ତାଙ୍କ ଅବଦାନକୁ ଦେଶ ମନେ ରଖିବ।
– ଅନୀଲ ଅଗ୍ରଓ୍ବାଲ, ଅଧ୍ୟକ୍ଷ, ବେଦାନ୍ତ ଅଧ୍ୟକ୍ଷ
– ଅର୍ଥନୈତିକ ଉଦାରୀକରଣ, ନୀତି ନିର୍ଦ୍ଧାରକ, ପ୍ରକୃତ ସଂସ୍କାରକ ଭଳି ବିଭିନ୍ନ ଅବଦାନ ଲାଗି ଦେଶର ଅର୍ଥନୈତିକ ଦୃଶ୍ୟପଟରେ ସେ ସର୍ବଦା ମନେ ରହିବେ।
– ବିକ୍ରମ କିର୍ଲୋସ୍କାର, ସିଆଇଆଇ ସଭାପତି
– ଦେଶ ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଲା। ଦେଶର ବିକାଶ ଦୃଶ୍ୟପଟକୁ ତାଙ୍କର ଅବଦାନ ବେଶ୍‌ ଉଲ୍ଲେଖଯୋଗ୍ୟ।
-କିରନ ମଜୁମଦାର ସ, ବାୟୋକନ ଅଧ୍ୟକ୍ଷ
– ଦେଶ ଜଣେ ପ୍ରଗତିଶୀଳ ରାଜନେତା ଏବଂ ସଂସ୍କାରକଙ୍କୁ ହରାଇଲା। ଶିଳ୍ପ ସଂଘ ଗୁଡିକ ପ୍ରତି ତାଙ୍କର ସମ୍ପର୍କ ସବୁବେଳେ ଭଲ ଥିଲା।
– ବି.କେ. ଗୋଏଙ୍କା, ଆସୋଚାମ ସଭାପତି
– ଦେଶର ବିତ୍ତୀୟ ଶୃଙ୍ଖଳା ଏବଂ ଆର୍ଥତ୍କ କ୍ଷେତ୍ର ପ୍ରତି ଜେଟଲୀଙ୍କ ଅବଦାନ ଭାରତ ଲାଗି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଐତିହାସିକ ଆର୍ଥତ୍କ ସଂସ୍କାର ଲାଗି ସବୁବେଳେ ମନେ ରହିବେ।
– ରାଜୀବ ତଲଓ୍ବାର, ପିଏଚ୍‌ଡି, ଚାମ୍ବର୍ସ ଅଫ୍‌ କମର୍ସ ସଭାପତି
-ଦେଶ ତାର ଜଣେ ଯୋଗ୍ୟ ସନ୍ତାନଙ୍କୁ ହରାଇଲା। ଜେଟଲୀ ଜଣେ ଭଲ ମଣିଷ ଏବଂ ପରମ ବନ୍ଧୁ ଥିଲେ।
– ସଜ୍ଜନ ଜିନ୍ଦଲ, ଅଧ୍ୟକ୍ଷ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ
– ଭାରତ ଜଣେ ଜାତୀୟତାବାଦୀ ନେତା ଏବଂ ଦେଶପ୍ରେମୀ ଲିଡରଙ୍କୁ ହରାଇଲା। ଏହା ଅପୂରଣୀୟ କ୍ଷତି।
– ସନ୍ଦୀପ ସୋମାନି, ଫିକି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?