Posted inଜାତୀୟ

ଜେଏନ୍‌ୟୁରେ ହିଂସା: ୨୫ ଆହତ

ନୂଆଦିଲ୍ଲୀ,୬ା୧(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ କେତେଜଣ ମୁଖାପିନ୍ଧା ଗୁଣ୍ଡା ପ୍ରବେଶ କରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ କାଠଫାଳିଆ ଓ ଲୁହାରଡ୍‌ରେ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଜେଏନ୍‌ୟୁ ଛାତ୍ର ସଂଘର ସଭାନେତ୍ରୀ ଐଶେ ଘୋଷ, କେତେଜଣ ଶିକ୍ଷକଙ୍କ ସମେତ ୨୫ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏଥିସହିତ ଆକ୍ରମଣକାରୀମାନେ କ୍ୟାମ୍ପସ୍‌ ପରିସରରେ ଭଙ୍ଗାରୁଜା କରିଥିଲେ। ଦୁଇ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଫଳରେ ପ୍ରଶାସନ ପୋଲିସକୁ ଡାକିଥିଲା। ପୋଲିସ ପହଞ୍ଚତ୍ ଫ୍ଲାଗ୍‌ମାର୍ଚ୍ଚ କରିଛି।
ହିଂସାକାଣ୍ଡ ପାଇଁ ଛାତ୍ରୀଛାତ୍ର ଆର୍‌ଏସ୍‌ଏସ୍‌ର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ଦାୟୀ କରିଛନ୍ତି। ତେବେ ଏବିଭିପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଛାତ୍ରୀଛାତ୍ରଙ୍କ ସ୍ବରକୁ ଚାପିଦେବା ପାଇଁ କ୍ଷମତାରେ ଥିବା ଦଳ ଉଦ୍ୟମ କରୁଛି ବୋଲି ବିରୋଧୀ ଦଳଗୁଡ଼ିକ ଭାଜପାକୁ ଲକ୍ଷ୍ୟ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ଏସ୍‌. ଜୟଶଙ୍କର ଏବଂ ନିର୍ମଳା ସୀତାରାମନ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି। ସ୍ବରାଷ୍ଟ୍ର ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୋଲିସ ଓ ଜେଏନ୍‌ୟୁ ପ୍ରଶାସନକୁ ରିପୋର୍ଟ ମଗାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ସହ କଥା ହୋଇ ଜେଏନ୍‌ୟୁ ସ୍ଥିତି ସମ୍ପର୍କରେ ବୁଝିଥିଲେ।
ମୁଖାପିନ୍ଧା ଗୁଣ୍ଡାମାନେ ବିଶ୍ୱବିଦ୍ୟାଳୟ ପରିସରରେ ପଶି ଲୁହାରଡ଼, ହକିଷ୍ଟିକ୍‌ ଓ ଲାଠିରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ଡକାଗଲା ବୋଲି ଜେଏନ୍‌ୟୁ କର୍ତ୍ତୃପକ୍ଷ କହିଛନ୍ତି। ଫ୍ଲାଗ ମାର୍ଚ୍ଚ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି। ଛାତ୍ରସଂଘ ସଭାନେତ୍ରୀ ଘୋଷ ଗୁରୁତର ହୋଇଥିବାବେଳେ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି। ଏବିଭିପି ନେତୃତ୍ୱରେ ଏହି ଆକ୍ରମଣ ହୋଇଥିବା ଜେଏନ୍‌ୟୁ ଛାତ୍ରସଂଘ ଉପାଧ୍ୟକ୍ଷ ସକେତ ମୁନ୍‌ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ବାମଦଳ ସମର୍ଥତ୍ତ ଛାତ୍ରସଂଘକୁ ଏବିଭିପି ଦାୟୀ କରିଛି। ଆକ୍ରମଣକାରୀମାନେ ହଷ୍ଟେଲ ପ୍ରକୋଷ୍ଠ ଓ ଲବିରେ ଭଙ୍ଗାରୁଜା କରିବା ସହ ଅନେକ ଗାଡ଼ି ଭାଙ୍ଗିଛନ୍ତି।
ଜେଏନ୍‌ୟୁ ଶିକ୍ଷକ ସଂଘ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସଭା ଚାଲିଥିଲା। ଏହି ସଭା ଶେଷ ହେବା ପରେ ୫୦ରୁ ଅଧିକ ଗୁଣ୍ଡା କ୍ୟାମ୍ପସ୍‌ରେ ପ୍ରବେଶ କରି ଛାତ୍ର ଓ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ ବୋଲି ଇତିହାସ ବିଭାଗ ପ୍ରଫେସର ଆର୍‌. ମହାଲକ୍ଷ୍ମୀ କହିଛନ୍ତି। ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷା ସହ କ୍ୟାମ୍ପସ୍‌ରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କ ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଛନ୍ତି। କ୍ୟାମ୍ପସ୍‌ରେ ଏଭଳି ଆକ୍ରମଣ ଚିନ୍ତାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିବା ସହ ଏହାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?