Posted inଜାତୀୟ

ଜେଏନ୍‌ୟୁରେ ଥମୁନି ବିବାଦ: ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.): ବିକ୍ଷୋଭରତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରୀଛାତ୍ରଙ୍କ ବିରୋଧରେ ମଙ୍ଗଳବାର ପୋଲିସ ମାମଲା ରୁଜୁକରିଛି। ହଷ୍ଟେଲ ଫି ବୃଦ୍ଧିକୁ ନେଇ ଏମାନେ ପ୍ରତିବାଦ ସ୍ବରୂପ ବିକ୍ଷୋଭ କରୁଥିବାବେଳେ ସୋମବାର ଏମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା। ଏବେ ଆଇପିସିର ଧାରା ୧୮୬, ୩୫୩, ୩୩୨, ୧୮୮, ୧୪୭, ୧୪୯ ଆଦି ଲଗାଯାଇ ପୋଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରିଛି। କିଷନଗଡ଼ ପୋଲିସ ଷ୍ଟେଶନ ଓ ଲୋଧି କଲୋନୀ ପୋଲିସ ଷ୍ଟେଶନରେ ଏହି ମାମଲା ରୁଜୁ କରାଯାଇଥିବା ଡିସିପି(ସାଉଥ୍‌) ଅତୁଲ୍‌ କୁମାର ଠାକୁର ପ୍ରକାଶ କରିଛନ୍ତି। ସରକାରୀ ସମ୍ପତ୍ତି ନଷ୍ଟକରିବା, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିକରିବା, ଦଙ୍ଗା ଓ ବିଶୃଙ୍ଖଳା କରି ଏକାଠି ହେବା ଭଳି ଅନେକ ସଙ୍ଗିନ ଅଭିଯୋଗ ଛାତ୍ରୀଛାତ୍ରଙ୍କ ବିରୋଧରେ ଲଗାଯାଇଛି। ସୋମବାର ଶତାଧିକ ଛାତ୍ରୀଛାତ୍ର ଦିଲ୍ଲୀରେ ବିକ୍ଷୋଭକରିବା ସହ ଫି ବୃଦ୍ଧିକୁ ବିରୋଧ କରି ମାର୍ଚ୍ଚ କରିଥିଲେ। ପୋଲିସ ଅଟକାଇବାରୁ ସଂଘର୍ଷ ହୋଇଥିଲା। ଛାତ୍ରୀଛାତ୍ରଙ୍କୁ ଦମନ କରିବା ଲାଗି ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଏହାକୁ ଅସ୍ବୀକାର କରିଥିଲେ। ସଂଘର୍ଷରେ ୩୦ ପୋଲିସ ଓ ୧୫ ଛାତ୍ରୀଛାତ୍ର ଆହତ ମଧ୍ୟ ହୋଇଥିଲେ। ୮ ଘଣ୍ଟା ଧରି ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ଏଥିରେ ଦିଲ୍ଲୀର ଅନ୍ୟ ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ରୀଛାତ୍ର ମଧ୍ୟ ସାମିଲ ଥିଲେ। ବ୍ୟାରିକେଡ୍‌ ଭାଙ୍ଗି ଛାତ୍ରୀଛାତ୍ରମାନେ ଆଗକୁ ମାଡ଼ିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଜେଏନୟୁ ଛାତ୍ର ସଂଘ ସଭାପତି ଏ.ଘୋଷ୍‌, ସମ୍ପାଦକ ସତୀଶ୍‌ ଚନ୍ଦ୍ର ଯାଦବଙ୍କ ସମେତ ଶତାଧିକ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକ ରଖିଥିଲା।
ପୋଲିସ ଦମନଲୀଳାକୁ ନେଇ ଗୃହରେ ତାତି

ଫି’ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଥିବା ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନର ତାତି ମଙ୍ଗଳବାର ପାର୍ଲାମେଣ୍ଟରେ ଦେଖିବାକୁ ମିଳିଛି। କେନ୍ଦ୍ରକୁ ଏନେଇ ବିରୋଧୀ ସମାଲୋଚନା କରିଛନ୍ତି। ଏଏପି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ନିରୀହ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସହରୀ ମାଓବାଦୀ କାର୍ଯ୍ୟକଳାପ ସହ ସମାନ ବୋଲି ମତ ଦେଇଛନ୍ତି। ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ପୋଲିସର ଦମନଲୀଳାକୁ ଲଜ୍ଜାଜନକ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ବିରୋଧୀ ସଦସ୍ୟମାନେ ଏଥିରେ ସ୍ବରମିଳାଇ ରାଜ୍ୟ ସଭାରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।
‘ଆଇନଗତ ପଦକ୍ଷେପ ନିଆ ନ ଯାଉ’

ବିକ୍ଷୋଭରତ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ପ୍ରଶାସନିକ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ ବୋଲି ଜେଏନ୍‌ୟୁ ଛାତ୍ରସଂଘ ପକ୍ଷରୁ ଦାବି କରାଯାଇଛି। ଛାତ୍ରସଂଘ ସଭାପତି ଏ. ଘୋଷ୍‌ କହିଛନ୍ତି, ମାନବସମ୍ବଳ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରାଯାଇ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆ ନ ଯିବା ଲାଗି ଅନୁରୋଧ କରାଯାଇଛି। ଇ-ମେଲ୍‌ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ନୋଟିସ ପଠାଯାଇଥିଲେ ହେଁ କେହି ଟଙ୍କାଟିଏ ବି ଜରିମାନା ଦେବେନାହିଁ। ମଧ୍ୟସ୍ଥତା ଲାଗି ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ପ୍ୟାନେଲ ସହ ଆଲୋଚନା କରିବାକୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ମନା କରିଦେବା ଉଚିତ ନ ଥିଲା। ଏହା ଦ୍ୱାରା ଛାତ୍ର ଅଶାନ୍ତି ବୃଦ୍ଧି ପାଇବ। ଛାତ୍ରୀଛାତ୍ରଙ୍କ ଦାବି ପୂରଣ ନ ହେବା ଓ ଫି ବୃଦ୍ଧି ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ରସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri