ଜିଓ ଇଣ୍ଟରକନେକ୍ସନ ମାମଲା;ଏୟାରଟେଲ୍‌, ଭୋଡାଫୋନ ଦେଇପାରନ୍ତି ୩୦୫୦ କୋଟି ପେନାଲ୍ଟି

ନୂଆଦିଲ୍ଲୀ,୧୮-୬: ଟେଲିକମ୍‌ ଡିପାର୍ଟମେଣ୍ଟର ସମସ୍ତ ନିଷ୍ପତ୍ତି ନେଉଥିବା ସଂସ୍ଥା ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ସୋମବାର ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଠାରୁ ପେନାଲ୍ଟି ଆଦାୟ ଲାଗି ଅନୁମତି ଦେଇଛନ୍ତି। ରିଲାଏନ୍ସ ଜିଓକୁ ପଏଣ୍ଟ ଅଫ୍‌ ଇଣ୍ଟରକନେକ୍ସନ(ପିଓଆଇ) ନ ଦେବା କାରଣରୁ ସେମାନଙ୍କ ଠାରୁ ପେନାଲ୍ଟି ଆଦାୟ କରାଯିବ। ତେବେ ଡିସିସି ୩୦୫୦ କୋଟି ଟଙ୍କାର ପେନାଲ୍ଟି ରାଶିରେ ସଂଶୋଧନ ଲାଗି ଟ୍ରାଇ ଠାରୁ ପରାମର୍ଶ ନେବାକୁ ରାୟରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣରେ ତ୍ରୁଟି କରିବା ଅଭିଯୋଗରେ ରିଲାଏନ୍ସ ଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଟେଲିକମ୍‌ ସଚିବ ଦେଇଥିବା ପ୍ରସ୍ତାବ ଉପରେ ଡିସିସି ଅସହମତି ବ୍ୟକ୍ତ କରିଥିଲେ। ସୂଚନାଥାଉ କି, ରିଲାଏନ୍ସ ଜିଓକୁ ଇଣ୍ଟର କନେକ୍ସନ ନ ଦେବା ଅଭିଯୋଗରେ ଟେଲିକମ ଅଥରିଟ ଅଫ୍‌ ଇଣ୍ଡିଆ(ଟ୍ରାଇ) ୨୦୧୬ ଅକ୍ଟୋବରରେ ଭୋଡାଫୋନ ଆଇଡିଆ ଓ ଏୟାରଟେଲ ଉପରେ ୩୦୫୦ କୋଟି ଟଙ୍କାର ପେନାଲ୍ଟି ଆଦାୟ ନିର୍ଦ୍ଦେଶ ଦେଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ, ଏୟାରଟେଲ ଓ ଭୋଡାଫୋନ ଉପରେ ପ୍ରାୟ ୧୦୫୦ କୋଟି ଟଙ୍କା ଲେଖାଏ ଏବଂ ଆଇଡିଆ ଠାରୁ ୯୫୦ କୋଟି ଟଙ୍କାର ପେନାଲ୍ଟି ଆଦାୟ ଲାଗି ସେତେବେଳେ ଟ୍ରାଇ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଭୋଡାଫୋନ ସହ ଆଇଡିଆର ମିଶ୍ରଣ ହୋଇସାରିଛି। ତଦନୁଯାୟୀ, ଭୋଡାଫୋନ ଆଇଡିଆ ୨୦୦୦ କୋଟି ଟଙ୍କା ପେନାଲ୍ଟି ଦେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?