ଜିଏସ୍‌ପି ଉପରେ ଭାରତ ନିର୍ଭଳଶୀଳ ନୁହେଁ:ଗୋୟଲ

ନୂଆଦିଲ୍ଲୀ,୮-୬: ଆମେରିକାର ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେଜ(ଜିଏସ୍‌ପି) ପ୍ରତି ଭାରତ ବ୍ୟାକୁଳ କି ନିର୍ଭରଶୀଳ ନୁହେଁ। ଏହା ନିଜର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବାକୁ ସକ୍ଷମ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭାରତ ଏଭଳି ଏକ ବ୍ୟବସ୍ଥା ଉପରେ ଜୋର୍‌ ଦେବ ଯାହା ଦେଶର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବ ବୋଲି ଗୋୟଲ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ସ୍ବତନ୍ତ୍ର ବାଣିଜ୍ୟ ଛାଡ଼ କାର୍ଯ୍ୟକ୍ରମରୁ ଭାରତକୁ ହଟାଇ ଦେଇଥିଲେ। ଏହା ଗତ ୫ରୁ ଲାଗୁ ହୋଇଛି। ଏଣିକି ଭାରତରୁ ଆମେରିକାକୁ ଯାଉଥିବା ସମସ୍ତପ୍ରକାର ସାମଗ୍ରୀ ଉପରେ ସ୍ଥାନୀୟ ସରକାର ଆମଦାନୀ ଶୁଳ୍କ ଲାଗୁ କରିବ। ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ଆମେରିକାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଆଦାୟ କ୍ଷେତ୍ରରେ ଭାରତ ତର୍କସଙ୍ଗତ ତଥା ସମାନ ସୁବିଧା ଦେଉନାହିଁ। ତେବେ ଆମେରିକାର ନିଷ୍ପତ୍ତିକୁ ଭାରତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଅଭିହିତ କରିଛି। ଗୋୟଲ କହିଛନ୍ତି ଯେ, ଭାରତ ଏବେ ଅବିକଶିତ ଅଥବା ସ୍ବଳ୍ପ ବିକଶିତ ଦେଶ ନୁହେଁ। ଏଭଳି ଛାଡ଼ ଉପରେ ଭାରତ ଏବେ ନିର୍ଭରଶୀଳ ନୁହେଁ। କିଛି ସେକ୍ଟର ଉପରେ ୧ ଅଥବା ୨ ପ୍ରତିଶତ ପ୍ରଭାବ ପଡ଼ିପାରେ। ତେବେ ଭାରତକୁ ସାହାଯ୍ୟର ହାତ ବଢ଼ାଇବା ଲାଗି ଏଭଳି ବହୁ ଦେଶ ରହିଛନ୍ତି, ଯାହାଙ୍କ ଠାରୁ ଦେଶ ସହାୟତା ନେବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri