ଜିଏସ୍‌ଟି ରାଜସ୍ବ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୧-୧୦: କିଛି ମାସ ହେବ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ଆଦାୟ ହେଉଥିବା ଟିକସ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ରହୁଛି। ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପରୋକ୍ଷ ଟିକସ ସଂଗ୍ରହ କିଭଳି ବଢିବ ସେ ନେଇ ସରକାରଙ୍କ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ଜିଏସ୍‌ଟି ରାଜସ୍ବ ବଢାଇବା ଲାଗି ସରକାର ଏକ ନୂଆ କମିଟି ଗଠନ କରିଛନ୍ତି। ପରୋକ୍ଷ ଟିକସ ବୃଦ୍ଧି ଏବଂ ଟିକସ ପ୍ରସାଶନ ପ୍ରସଙ୍ଗ ନେଇ ବିଭିନ୍ନ ପଦକ୍ଷେପ ଉପରେ ଏହି କମିଟି ସରକାରଙ୍କୁ ପ୍ରସ୍ତାବ ହେବ। ପରୋକ୍ଷ ଟିକସ କ୍ଷେତ୍ରରେ ବିସ୍ତୃତ ସଂସ୍କାର ଉପରେ କମିଟି ବିଚାର କରିବ। ଏହା ଦ୍ୱାରା କମିଟି ଏକ ନିଷ୍କର୍ଷରେ ପହଞ୍ଚିବା ସହ ସରକାରଙ୍କୁ ପ୍ରସ୍ତାବ ରଖିବ ବୋଲି ସରକାରୀ ଅର୍ଡରରେ କୁହାଯାଇଛି।
ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥାରେ ସିଷ୍ଟମେଟିକ ପରିବର୍ତ୍ତନ, ଚେକ୍‌ ଆଣ୍ଡ ବାଲାନ୍ସ, ବ୍ୟବସ୍ଥାର ଅପବ୍ୟବହାର, ସ୍ବେଚ୍ଛାକୃତ ଭାବେ ଅନୁପାଳନ ବଢାଇବା ଭଳି ବିଭିନ୍ନ ଦିଗକୁ କମିଟି ବିଚାର କରିବ। ଟିକସ ପରିସର ବଢାଇବା ଦିଗରେ କେଉଁ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାକୁ ମଧ୍ୟ କମିଟି ତର୍ଜମା କରିବା ସହ ମତ ରଖିବ। ଏହାବାଦ ଆବଶ୍ୟକ ହେଲେ କୌଣସି ଆଇନରେ ପରିବର୍ତ୍ତନ, ଅନୁପାଳନ ମନିଟରିଂ, ଟିକସ ଠକେଇ ରୋକିବା, ଉନ୍ନତ ଡାଟା ଆନାଲିଟିକ୍ସ, ଜିଏସ୍‌ଟିରେ ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯିବ। କମିଟି ୧୫ ଦିନ ମଧ୍ୟରେ ଏହାର ପ୍ରଥମ ରିପୋର୍ଟ ଜିଏସ୍‌ଟି କାଉନସିଲ ସଚ୍ଚିବାଳୟକୁ ପ୍ରଦାନ କରିବା ନେଇ ଯୋଜନା ରହିଛି।
ସେପ୍ଟେମ୍ବର ମାସରେ ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତର ୯୧,୯୧୬ କୋଟି ଟଙ୍କାକୁ ଖସିଛି। ଲଗାତର ଭାବେ ଦୁଇ ମାସ ଲାଗି ଜିଏସ୍‌ଟି ସଂଗ୍ରହ ପରିମାଣ କମିଛି। ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଏହା ଦ୍ୱାରା ରାଜକୋଷକୁ ୧.୪୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ସରକାର ଗଠନ କରିଥିବା ପ୍ୟାନେଲରେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଏବଂ ପଞ୍ଜାବର ଜିଏସ୍‌ଟି କମିଶନରଙ୍କ ସମେତ ଜିଏସ୍‌ଟି ପ୍ରିନ୍ସପାଲ କମିଶନର ରାଜସ୍ବ ସଚିବ ରହିବେ। ପ୍ୟାନେଲରେ ଯୋଗଦେବା କିମ୍ବା ଲିଖିତ ଆକାରରେ ମତାମତ ଦେବାକୁ ରାଜ୍ୟଗୁଡିକୁ କୁହାଯାଇଛି।
ମୂଳ କମ୍ପାନୀର ବ୍ରାଣ୍ଡ ନାମ ଲୋଗୋ ବ୍ୟବହାର ଉପରେ ଲାଗିପାରେ ଟିକସ
ଦେଶର କେତେକ ବଡ କମ୍ପାନୀ ଓ ବିଦେଶୀ ବ୍ୟାଙ୍କଗୁଡିକ ଏବେ ଟିକସ ଅଧିକାରୀଙ୍କ ନଜରରେ । ଏମାନେ ସହାୟକ କମ୍ପାନୀ ଏବଂ ଭାରତୀୟ ୟୁନିଟଗୁଡିକୁ ମୂଳ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବା ଲାଗି ଅନୁମତି ଦେଉଛନ୍ତି। ଏଭଳି କ୍ଷେତ୍ରରେ ବ୍ରାଣ୍ଡ ନା ଏବଂ ଲୋଗୋର ମୂଲ୍ୟାଙ୍କନ କରିବା ଲାଗି ମୂଳ କମ୍ପାନୀଙ୍କୁ ପରୋକ୍ଷ ଟିକସ ବିଭାଗ ପକ୍ଷରୁ କୁହାଯାଇଛି। ସହାୟକ କମ୍ପାନୀ ଏବଂ ଗ୍ରୁପ କମ୍ପାନୀଠାରୁ ଦେୟ ସଂଗ୍ରହ କରି ଏହା ଉପରେ ୧୮% ଜିଏସ୍‌ଟି ପ୍ରଦାନ କରିବାକୁ ପରୋକ୍ଷ ଟିକସ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?