ଜାନୁୟାରୀରେ ପାସେଞ୍ଜର ଯାନ ବିକ୍ରି ୬% କମିଲା

ନୂଆଦିଲ୍ଲୀ,୧୧-୨: ଜାନୁୟାରୀ ମାସରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୬.୨% ହ୍ରାସ ଘଟିଛି। ଓନରଶିପ ମୂଲ୍ୟରେ ବୃଦ୍ଧି ଏବଂ ଜିଡିପିରେ ମନ୍ଥର ଅବସ୍ଥା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକସର୍ସ(ସିଆମ) ପକ୍ଷରୁ କୁହାଯାଇଛି। ଗତ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୨.୬୨ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୮୦ ଲକ୍ଷ ୟୁନିଟ ରହିଥିଲା। ଜାନୁୟାରୀରେ କାର ବିକ୍ରି ୮.୧% ଖସିବା ସହ ୧.୬୪ ଲକ୍ଷ ୟୁନିଟ ରହିଛି। ଯାହା ଗତ ବର୍ଷ ଜାନୁୟାରୀରେ ୧.୭୯ ଲକ୍ଷ ୟୁନିଟ ରହିଥିଲା। ସବୁ ବର୍ଗରେ ଯାନ ବିକ୍ରି ୧୩.୮୩ % ହ୍ରାସ ଘଟି ୧୭.୩୯ ଲକ୍ଷ ୟୁନିଟ ରହିଛି। ୨୦୧୯ ଜାନୁୟାରୀରେ ଏହା ୨୦.୧୯ ଲକ୍ଷ ୟୁନିଟ ଥିଲା। ଓନରଶିପ ଖର୍ଚ୍ଚ ବଢିବା ଯୋଗୁ ଯାନ ବିକ୍ରି ଉପରେ ଏହାର ପ୍ରଭାବ ପଡିଥିବା ସିଆମ ସଭାପତି ରାଜନ ଓ୍ବାଧେରା ସୂଚନା ଦେଇଛନ୍ତି।
ଏପ୍ରିଲ ୧ରୁ ବିଏସ୍‌-୬ ସାରା ଦେଶରେ ଲାଗୁ ହେବାକୁ ଯାଉଛି। କମ୍ପାନୀଗୁଡିକ ବିଏସ୍‌ -୪ ପରିବର୍ତ୍ତେ ବିଏସ୍‌ ଲାଗୁ କରାଇବା ଦିଗରେ ଏବେ ପ୍ରୟାସ ଜୋରଦାର କରିଛନ୍ତି। ଇନପୁଟ ଖର୍ଚ୍ଚ ବଢିବା ଯୋଗୁ ଅନେକ କମ୍ପାନୀ ସେମାନଙ୍କ ଯାନ ଉପରେ ମୂଲ୍ୟ ବୃଦ୍ଧି କରୁଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ଓ୍ବାଧେରା କହିଛନ୍ତି ଯେ, ସରକାର ବଜେଟରେ ଘୋଷଣା କରିଥିବା ଭିତ୍ତିଭୂମି ଏବଂ ଗ୍ରାମୀଣ ବିକାଶ ପଦକ୍ଷେପ ଯାନ ବିକ୍ରି କୁ ବଢାଇବା ଦିଗରେ ସହାୟକ ହୋଇ ପାରିବ। ବିଶେଷ କରି ବାଣିଜି୍ୟକ ଏବଂ ୨ ଚକିଆ ଯାନ ବିକ୍ରି ବଢିବା ନେଇ ଆଶା କରାଯାଉଛି। ସୂଚନା ମୁତାବକ ଜାନୁୟାରୀରେ ୨ ଚକିଆ ଯାନ ବିକ୍ରି ୧୬.୦୬% କମି ୧୩.୪୧ ଲକ୍ଷ ୟୁନିଟ ରହିଛି। ମୋଟର ସାଇକେଲ ବିକ୍ରି ଗତ ମାସରେ ୧୫.୧୭% ହ୍ରାସ ଘଟି ୮.୭୧ ଲକ୍ଷ ୟୁନିଟକୁ ଖସିଛି। ସ୍କୁଟର ବିକ୍ରି ୧୬.୨୧% ହ୍ରାସ ଘଟି ୪.୧୬ ଲକ୍ଷ ୟୁନିଟ ରହିଛି। ଏହାବାଦ ବାଣିଜି୍ୟକ ଯାନ ବିକ୍ରିରେ ୧୪.୪% ହ୍ରାସ ଦେଖାଯିବା ସହ ଏହା ୭୫, ୨୮୯ ୟୁନିଟକୁ ଖସିଛି।
ପ୍ରାୟ ସବୁ ବର୍ଗରେ ଯାନର ହୋଲସେଲ ବିକ୍ରି ଖସିଥିବା ସିଆମ ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି। ଅଟୋ ଏକ୍ସପୋରେ ୭୦ ମଡେଲ ଉନ୍ମୋଚନ କରାଯାଇଛି। ଏହା ଦ୍ୱାରା ଗ୍ରାହକଙ୍କ ମନୋବୃତ୍ତିରେ କିଛିଟା ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ରହିଥିବା ସେ ମତ ରଖିଛନ୍ତି। ସୂଚନା ମୁତାବକ ପ୍ରମୁଖ ଯାନ ନିର୍ମାତା ମାରୁତିର ବିକ୍ରିରେ ୦.୨୯%, ହ୍ୟୁଣ୍ଡାଇ ୮.୩%, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ୧୭.୦୫% ବିକ୍ରି ହ୍ରାସ ଘଟିଛି। ଏହାବାଦ ୨ ଚକିଆ ଯାନ ନିର୍ମାତା କମ୍ପାନୀଙ୍କ ମଧ୍ୟରେ ହିରୋ ମୋଟୋକର୍ପର ବିକ୍ରି ୧୪.୩୭%, ହୋଣ୍ଡା ମୋଟର ସାଇକେଲ ୬.୬୩% ଏବଂ ଟିଭିଏସ୍‌ ମୋଟର୍ସର ୨୮.୭୨% ବିକ୍ରି ହ୍ରାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri