ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ ଖାଇବେ ଔଷଧ

ବ୍ରହ୍ମପୁର ଅଫିସ,୮।୮: ଗଞ୍ଜାମ ଜିଲା ଗୋଳନ୍ଥରାସ୍ଥିତ ବିଜୁ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ଜିଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇଥିଲେ। ଔଷଧକୁ ନେଇ ଅଭିଭାବକଙ୍କ ମନରେ ନାନା ଦ୍ୱନ୍ଦ୍ୱ ଥିବାରୁ ଶିଶୁମାନେ ଔଷଧ ସେବନ କରିପାରୁ ନାହାନ୍ତି । ବିନା ଭୟ ଏବଂ ଦ୍ୱନ୍ଦ୍ୱରେ ସମସ୍ତ ଶିଶୁ ଏହି ଔଷଧ ଖାଇବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଔଷଧ ଖୁଆଇ ଜିଲାପାଳ କୁଲାଙ୍ଗେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ସେଠୀ, ଏଡିପିଏଚ୍‌ଓ(ଭିବିଡ଼ି) ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ, ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ଜିଲା କୁଷ୍ଠ ଅଧିକାରୀ ଡା. ତୃପ୍ତିଲତା ମହାପାତ୍ର, ଜିଲା ଟିବି ଅଧିକାରୀ ଡା. ମଜୋନ କୁମାର ପଣ୍ଡା, ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଗୋଲକ ବିହାରୀ ମିଶ୍ର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲାରେ ପ୍ରଥମରୁ ୧୯ ବର୍ଷ ପର୍ଯ୍ୟନ୍ତ ୭ଲକ୍ଷ ୩୪ ହଜାର ୧୨୦ଜଣ ଶିଶୁଙ୍କୁ ଔଷଧ ଖୁଆଇବାକୁ ଲକ୍ଷ୍ୟ ରଖାଯାଇଛି । ୪ହଜାର୪୮୪ଟି ବିଦ୍ୟାଳୟ ଏବଂ ୫ହଜାର ୧୪୧ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଔଷଧ ପ୍ରଦାନ କରାଯିବ। ପ୍ରଥମରୁ ୫ ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ୫୧ ହଜାର ୭୨୭ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ତଦୁର୍ଦ୍ଧ ୫ ଲକ୍ଷ ୮୨ହଜାର ୩୯୩ଜଣ ଶିଶୁଙ୍କୁ ବିଦ୍ୟାଳୟଗୁଡ଼ିକରେ ଔଷଧ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗେଶ ସିଂହଙ୍କ ନିର୍ବାଚନୀ ପ୍ରଚାର

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂହ ବୁଧବାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ବଡ଼ବଙ୍ଗା...

ଅତାବିରା ଆସନ ପାଇଁ ଜୟକ୍ରିଷ୍ଣାଙ୍କ ନାମାଙ୍କନପତ୍ର ଦାଖଲ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ ବୁଧବାର...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri