Posted inଜାତୀୟ

ଜାଗ୍ରତ ପ୍ରହରୀ ନୌସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ଓ ଉଲ୍ଲେଖନୀୟ କାର୍ଯ୍ୟକୁ ମନେ ପକାଇବା ଲାଗି ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଉଛି। ଦେଶର ଉପକୂଳକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବାରେ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଅତୀତରୁ ଏବେ ଯାଏ ନୌସେନା ଦେଶ ପାଇଁ ଜାଗ୍ରତ ପ୍ରହରୀ ଭାବେ ରହିଆସିଛି। ଭାରତୀୟ ନୌସେନାର ଆଧୁନିକୀକରଣ ମଧ୍ୟ ହୋଇଛି। ଏବେ ଏଥିରେ ୬୭,୦୦୦ କର୍ମଚାରୀ ରହିଥିବାବେଳେ ୧୫୦ ଜାହାଜ ଓ ଯୁଦ୍ଧ ଜାହାଜ ରହିଛି। ସ୍ବାଧୀନତା ପୂର୍ବରୁ ୧୯୪୪ରେ ପ୍ରଥମେ ରୟାଲ ଇଣ୍ଡିଆନ ନାଭି ଅକ୍ଟୋବରରେ ଆରମ୍ଭ ହୋଇଥିବାରୁ ଏହି ମାସରେ ନୌସେନା ଦିବସ ପାଳନ କରାଯାଇଥିତ୍ଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୫ରେ ନୌସେନା ଦିବସ ୧ ଡିସେମ୍ବରରେ ପାଳନ କରାଯାଇଥିଲା। କିନ୍ତୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଆକ୍ରମଣ କରି ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲା ତାହାକୁ ମନେପକାଇବା ପାଇଁ ୪ ଡିସେମ୍ବରରେ ଏହି ଦିବସ ପାଳନ କରାଯାଉଛି। ୪ ଡିସେମ୍ବର ୧୯୭୧ର ଘଟଣା। ଏହି ଦିନ ଭାରତୀୟ ନୌସେନା ତା’ର ଅଦମ୍ୟ ସାହସ ପ୍ରଦର୍ଶନ କରି ଅପରେଶନ ଟ୍ରାଇଡେଣ୍ଟରେ ପାକିସ୍ତାନର ପିଏନ୍‌ଏସ ଖୈବର ସମେତ ୪ଟି ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଥିଲା। ଏଥିତ୍ରେ ପାକିସ୍ତାନର ଶହଶହ ନୌସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦିବସରେ ଭାରତ- ପାକିସ୍ତାନ ଯୁଦ୍ଧରେ ମୃତ୍ୟୁହୋଇଥିତ୍ବା ବ୍ୟକ୍ତିଙ୍କୁ ମଧ୍ୟ ସ୍ମରଣ କରାଯାଇଥାଏ। ୨୦୧୯ରେ ଏହି ଦିବସର ସ୍ଲୋଗାନ୍‌ ‘ସାଇଲେଣ୍ଟ୍‌, ଷ୍ଟ୍ରଙ୍ଗ୍‌ ଆଣ୍ଡ୍‌ ସ୍ବିଫ୍ଟ ’ ବା ‘ଶାନ୍ତ ,ମଜଭୁତ ଓ ଦ୍ରୁତଗାମୀ’ ରଖାଯାଇଛି।
ନୌସେନା ଦିବସ ଅବସରରେ ଦେଶର ବହୁ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ନୌସେନା ପକ୍ଷରୁ ସମୁଦ୍ରରେ ସୁଇମିଂ ପ୍ରତିଯୋଗିତା କରାଯାଏ। ଯୁଦ୍ଧ ଜାହାଜଗୁଡିକୁ ଦେଖିବା ଲାଗି ସ୍କୁଲ୍‌ପିଲା ଓ ଅନ୍ୟମାନଙ୍କ ପାଇଁ ଖୋଲା ରଖାଯାଏ। ଇଣ୍ଟରସ୍କୁଲ୍‌ କୁଇଜ୍‌ ପ୍ରତିଯୋଗିତା ଏବଂ ଏକ ହାଫ୍‌ ମାରାଥନ୍‌ ନୌସେନା ଦ୍ୱାରା ଆୟୋଜନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?