Odisha Elections 2024
Posted inଜାତୀୟ

ଜଳପଥରେ ଜେଇଏମ୍‌ର ଆକ୍ରମଣ ଯୋଜନା

ପୁଣେ,୨୭ା୮(ପି.ଟି.): ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଅନୁପ୍ରବେଶ କରି ନ ପାରି ପାକିସ୍ତାନୀ ଆତଙ୍କବାଦୀମାନେ ଏବେ ବିକଳ୍ପ ସନ୍ଧାନରେ ଅଛନ୍ତି। ପାକ୍‌ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଜଳପଥରେ ଆସି ଭାରତରେ ଆକ୍ରମଣ କରିପାରେ ବୋଲି ଗୋଇନ୍ଦା ସୂଚନା ମିଳିଛି। ତେବେ ଜଳପଥରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନା ପୂରା ଦମ୍‌ରେ ପ୍ରସ୍ତୁତ ରହିଛି ବୋଲି ଏହାର ମୁଖ୍ୟ ଆଡମିରାଲ କରମବୀର ସିଂ ସୋମବାର କହିଛନ୍ତି।
ସୂଚନା ଅନୁଯାୟୀ, ଜେଇଏମ୍‌ର ଅଣ୍ଡରଓ୍ବାଟର ଶାଖା ଜଳପଥରେ ଆକ୍ରମଣ ପାଇଁ କିଛି ଯୁବକଙ୍କୁ ତାଲିମ ଦେଉଛି। ତେବେ ସେମାନଙ୍କ ଲକ୍ଷ୍ୟ ପୂରଣ ହେବାକୁ ଦିଆଯିବ ନାହିଁ ବୋଲି ନୌସେନା ମୁଖ୍ୟ କହିଛନ୍ତି। ଏଥିପାଇଁ ନୌସେନା ଓ ତଟସୁରକ୍ଷା ବାହିନୀର ଯବାନମାନେ ସଜାଗ ଅଛନ୍ତି। ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରିବାକୁ କଦାପି ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଖବରଦାତାମାନଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ଆଡମିରାଲ ସିଂ କହିଥିଲେ, ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ବଦଳୁଛି। ସେଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ଆଶଙ୍କା ରହିଛି। ହେଲେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ତଟସୁରକ୍ଷା ଉପରେ ନୌସେନା ତୀକ୍ଷ୍ଣ ନଜର ରଖିଛି। ତଟସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି ବୋଲି ଆଡମିରାଲ ସିଂ କହିଛନ୍ତି।
ଦେଶ ଭିତରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ଦ୍ୱାରା ମୁମ୍ବାଇ ଭଳି ଆକ୍ରମଣ ଯୋଜନା ପାକ୍‌ ଆତଙ୍କବାଦୀ ସଂଗଠନଗୁଡିକ କରୁଥିବା ଦୁଇ ସପ୍ତାହ ପୂର୍ବରୁ ଗୋଇନ୍ଦା ସୂଚନା ମିଳିଥିଲା। ଏଥିସହିତ ସମୁଦ୍ର ପଥରେ ଆତଙ୍କବାଦୀ ସେମାନଙ୍କ ସହ ସାମିଲ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆରବ ସାଗରରେ ବୋଟରେ ଆସି ଭାରତରେ ପ୍ରବେଶ କରିବା ସମ୍ଭବ ହେବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହା ସତ୍ତ୍ୱେ ସମସ୍ତ ନାଭାଲ ବେସ୍‌କୁ ସଜାଗ ରହିବା ଲାଗି କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏଲ୍‌ଓସିରେ ସକ୍ରିୟ ଥିବା ଆତଙ୍କବାଦୀମାନେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଅନ୍ୟତ୍ର ପଳାୟନ କରିଥିଲେ। ଜେଇଏମ୍‌ ଆତଙ୍କବାଦୀମାନେ ବାଲାକୋଟ ଆକ୍ରମଣର ପ୍ରତିଶୋଧ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି। ସେମାନେ ଜୈଶ୍‌ ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କ ସାନଭାଇ ରୌଫ୍‌ ଅଜଘରଙ୍କୁ ପିଓକେକୁ ଆକ୍ରମଣ ଯୋଜନା ତଦାରଖ କରିବା ପାଇଁ ପଠାଇଥିବା ମଧ୍ୟ ସୂଚନା ମିଳିଥିଲା। ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ମାନ୍ୟତା ହଟିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେବା ପରେ ପାକିସ୍ତାନ ରକ୍ତଚାଉଳ ଚୋବାଉଛି। ଆତଙ୍କବାଦୀଙ୍କୁ ଭାରତରେ ପୂରାଇ ଅସ୍ଥିରତା ସୃଷ୍ଟି କରିବା ପାଇଁ ଇସ୍‌ଲାମାବାଦ ଉଦ୍ୟମ ଚଳାଇଥିବା ମଧ୍ୟ ଜଣାପଡିଛି। କଶ୍ମୀର ପ୍ରସଙ୍ଗରେ କୂଟନୈତିକ ସ୍ତରରେ ବିଫଳ ହେବା ପରେ ପାକିସ୍ତାନ ଯେକୌଣସି ସ୍ତରକୁ ଯାଇପାରେ ବୋଲି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ: ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ପରୀକ୍ଷା

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟଣା ଏହାର ନିରାପତ୍ତା...

ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ

ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି।...

ଶେଷ ପର୍ଯ୍ୟାୟ ନିର୍ବାଚନ ପୂବରୁ ଅଖିଳେଶଙ୍କୁ ଝଟକା? ଭାଜପାରେ ସାମିଲ ହେବେ…

ଲକ୍ଷ୍ନୌ,୨୬।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛି, ସମାଜବାଦୀ ପାର୍ଟିର ବହୁ ବିଶିଷ୍ଟ ନେତା ଦଳ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ...

ଭାଜପା ପ୍ରଚାର ଗାଡି ଉପରକୁ ଆକ୍ରମଣ, ଭାଙ୍ଗିଲା କାଚ

ପାଟନା,୨୬।୫: ବର୍ତ୍ତମାନ ସମଗ୍ର ଦେଶରେ ଏକ ନିର୍ବାଚନ ପରିବେଶ ଅଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ବକ୍ସର ଜିଲାରେ ମଧ୍ୟ ରାଜନୀତି ଶିଖରରେ ରହିଛି। ଯେଉଁଠାରେ...

ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ...

ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ

ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍‌ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ...

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri