Posted inଜାତୀୟ

ଜମ୍ମୁ ପୋଲିସର ଆଡ୍‌ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ

ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ କରୁଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜମ୍ମୁରେ ସ୍ବାଧୀନତା ଦିବସ ସଫଳତାର ସହ ପାଳନ କରିବା ପାଇଁ ପୋଲିସ ଜନସାଧାରଣଙ୍କ ସହଯୋଗ ଲୋଡିଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ଜମ୍ମୁର ବରିଷ୍ଠ ଏସ୍‌ପିଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସେମାନଙ୍କ ସାଙ୍ଗରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଧାରୁଆ ଅସ୍ତ୍ର, ହ୍ୟାଣ୍ଡବ୍ୟାଗ୍‌, ପଲିଥିନ୍‌ ବ୍ୟାଗ, ଟ୍ରାଞ୍ଜିଷ୍ଟର, ଷ୍ଟପ୍‌ ଓ୍ବାଚ୍‌, କୌଣସି ପ୍ରକାର ପାଉଡର କିମ୍ବା ଦିଆସିଲ, ଲାଇଟର ଭଳି ଦାହ୍ୟ ସାମଗ୍ରୀ, କ୍ୟାମେରା ଆଦି ସାଙ୍ଗରେ ନ ନେବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଯବାନଙ୍କୁ ସହଯୋଗ କରିବା ଏବଂ ଆବଶ୍ୟକସ୍ଥଳେ ସେମାନଙ୍କ ପରିଚୟ ଦେବାରେ କୁଣ୍ଠାବୋଧ ନ କରିବାକୁ କୁହାଯାଇଛି।
ଜମ୍ମୁ-କଶ୍ମୀରକୁ ମିଳୁଥବା ସ୍ବତନ୍ତ୍ର ମାନ୍ୟତା ଅଗଷ୍ଟ ୫ରୁ ରଦ୍ଦ ହେବା ପରଠାରୁ ଜିଲା ପ୍ରଶାସନ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛି। ସେଠାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟେ ସେଥିପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଧୀରେ ଧୀରେ କଟକଣା କୋହଳ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri