ଜନଧନ ଆକାଉଣ୍ଟରେ ଜମା ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୧୮-୮: ସମାଜର ଗରିବ ଶ୍ରେଣୀ ନିକଟରେ ବ୍ୟାଙ୍କକୁ ପହଞ୍ଚାଇବା ଲାଗି ୫ ବର୍ଷ ପୂର୍ବେ ଏନ୍‌ଡିଏ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଏବେ ଏହି ଯୋଜନା ଅଧୀନରେ ଖୋଲା ଯାଇଥିବା ଆକାଉଣ୍ଟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ହୋଇସାରିଲାଣି। ଆର୍‌ଟିଆଇ ତଥ୍ୟରୁ ଏହା ଜଣାପଡିଛି। ମଧ୍ୟପ୍ରଦେଶର ନିମଚ ଜିଲାର ସାମାଜିକ କର୍ମୀ ଚନ୍ଦ୍ରଶେଖର ଗୌଡ ଆର୍‌ଟିଆଇ ଅଧୀନରେ ଅର୍ଥ ମନ୍ତ୍ରଣାଳୟ ନିକଟରୁ ଜନଧନ ଯୋଜନା ସମ୍ପର୍କରେ ତଥ୍ୟ ମାଗିଥିଲେ। ପ୍ରାପ୍ତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ୧୭ ସୁଦ୍ଧା ଏହି ଯୋଜନା ଅଧୀନରେ ୩୬.୨୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି ଓ ଏଥିରେ ୧,୦୦,୮୩୧ କୋଟି ଟଙ୍କା ଜମା ରହିଛି। ସେହିପରି ୫ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ୪.୯୯ କୋଟି ଆକାଉଣ୍ଟରେ ଅଦ୍ୟାବଧି କୌଣସି ଅର୍ଥ ଜମା ହୋଇନାହିଁ। ଅର୍ଥାତ୍‌ ଏହି ଆକାଉଣ୍ଟକୁ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଇପାରିବ। ସମ୍ପୂର୍ଣ୍ଣ ଜନଧନ ଆକାଉଣ୍ଟଧାରୀଙ୍କ ମଧ୍ୟରେ ଏଭଳି ଆକାଉଣ୍ଟ ସଂଖ୍ୟା ପ୍ରାୟ ୧୪% ରହିଛି, ଯେଉଁଥିରେ ଟଙ୍କାଟିଏ ମଧ୍ୟ ନାହିଁ। ସୂଚନାଥାଉ କି, ଉକ୍ତ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟ ପାଇଁ କୌଣସି ବାଲାନ୍ସ ସୀମା ଧାର୍ଯ୍ୟ ହୋଇନାହିଁ। ଅର୍ଥାତ୍‌ ଯେକୌଣସି ଗରିବ ବ୍ୟକ୍ତି ‘ଜିରୋ ବାଲାନ୍ସ’ରେ ଜନଧନ ଆକାଉଣ୍ଟ ଖୋଲିପାରିବ। ଆକାଉଣ୍ଟରେ ଟଙ୍କାଟିଏ ନ ଥିଲେ ମଧ୍ୟ ଏହା ଚାଲୁ ରହିଥାଏ। ବ୍ୟାଙ୍କ ଏଥିପାଇଁ କୌଣସି ଚାର୍ଜ ଆଦାୟ କରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ସରକାରଙ୍କ ପ୍ରଥମ ପାଳିରେ କ୍ଷମତାକୁ ଆସିବା ମାତ୍ରେ ୨୦୧୪ରେ ଜନଧନ ଯୋଜନା ସମ୍ପର୍କରେ ସ୍ବାଧୀନତା ଦିବସରେ ଲାଲକିଲାରୁ ଘୋଷଣା କରିଥିଲେ। ଏହି ଯୋଜନାକୁ ଔପଚାରିକ ଭାବେ ସେହିବର୍ଷ ଅଗଷ୍ଟ ୨୮ରୁ ଶୁଭାରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri