Posted inଫୁରସତ

ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ

ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍‌ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ ଏକ ଅନ୍ତିମ ସଂସ୍କାର ଗୁପ୍ତ ଗୃହର ସନ୍ଧାନ ମିଳିଛି। କାର୍ବନ ଡାଟିଂରୁ ଏହା ୩୮୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଅନ୍ତିମ ସଂସ୍କାର ସମୟରେ ମୃତଦେହରେ ରାସାୟନିକ ପ୍ରଲେପ ଲଗାଯାଇ ଏହାକୁ ଏହି ଗୃହରେ ରଖାଯାଉଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗୃହରେ ପ୍ରବେଶ କରିବା ପାଇଁ ଦକ୍ଷିଣ ଦିଗରେ ଦ୍ୱାରା ରହିଛି। ଏହା ସହିତ ଧନୁଶର, ରଥ, ଖଣ୍ଡା, ଯୁଦ୍ଧରେ ବ୍ୟବହୃତ ଶିରଣାସ୍ତ୍ର ଆଦି ମଧ୍ୟ ମିଳିଛି। ଏହାକୁ ନିଶ୍ଚିତ ଭାବେ କୌଣସି ଯୋଦ୍ଧା ବ୍ୟବହାର କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କହାଯାଇଛି। ଏସବୁ ସାମଗ୍ରୀର ପରୀକ୍ଷଣ ପାଇଁ ଲକ୍ଷ୍ନୌସ୍ଥିତ ଲ୍ୟାବ୍‌କୁ ପଠାଯାଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୩୮୦୦ ବର୍ଷ ତଳେ ଉତ୍ତର ବୈଦିକ ଯୁଗ ଥିଲା। ଏହି ସମୟରେ ମହାଭାରତ ଯୁଦ୍ଧ ହୋଇଥିବାର ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ: ଗ୍ରାହକଙ୍କ ସୁବିଧା ପାଇଁ …

ଚେନ୍ନାଇ,୨୮।୮: ତାମିଲନାଡୁରେ ମଦର ଖୁଚୁରା ବିକ୍ରି ଉପରେ ସରକାରୀ ଏକାଧିକାର ରଖୁଥିବା ସଂସ୍ଥା TASMAC ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri