ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସି ଜବତ, ୨ ଗିରଫ

ବଇଣ୍ଡା,୧୮।୮(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ଆଠମଲିକ ବ୍ଲକ ଠାକୁରଗଡ଼ ଥାନା ଶିଣ୍ଡୋଳ ଗ୍ରାମରେ ରବିବାର ଏକ ଚୋରା କେନ୍ଦୁପତ୍ର ବୋଝେଇ ଟାଟାଏସିକୁ ଧଣ୍ଡାତୋପା ବନ ବିଭାଗ ଜବତ କରିଛି। ସେଥିରୁ ୧୦ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଗାଡ଼ିର ଡ୍ରାଇଭର ଆଠମଲିକ ଥାନା ଟାଇଁସର ଗ୍ରାମର ରଞ୍ଜନ ମହାକୁଡ଼ (୨୫) ଓ ତେଲିନଈ ଗ୍ରାମର ବ୍ୟବସାୟୀ କମଳ ପ୍ରଧାନ(୨୨)ଙ୍କୁ ଗିରଫ କରାଯାଇଛି। ଘଟଣାରୁ ଜଣାପଡ଼ିଛି ଯେ, ଓଡି -୧୯- ଏନ୍‌- ୦୬୪୧ ଟାଟାଏସି ଗାଡ଼ିରେ ମାଧପୁର ଅଞ୍ଚଳରୁ ଅନୁଗୋଳ ଅଭିମୁଖେ ଚୋରା କେନ୍ଦୁପତ୍ର ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଆଠମଲିକ ଡିଏଫ୍‌ଓ ସମ୍ୟକ୍‌ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ, ଫରେଷ୍ଟର କିଶୋର ଚନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ଶାନ୍ତନୁ କୁମାର ଦେହୁରୀ, ଓ୍ବାଚର ପ୍ରଦୀପ କୁମାର ଦେହୁରୀ, ସନ୍ତୋଷ କୁମାର ବାଘ, କମଳ ଲୋଚନ ନାୟକ ପ୍ରମୁଖ ଚଢ଼ାଉ କରିଥିଲେ। ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଠମଲିକ କୋର୍ଟକୁ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri