ଚିନ୍ତା ବଢାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୨୨।୬: କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି କଟକଣା କୋହଳ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ରଖି ସବୁ କିଛି କାର୍ଯ୍ୟ ସମ୍ପାଦନ ହେଉଛି। ବର୍ତ୍ତମାନ ଯାଏ କୋଭିଡ୍‌ ନିୟନ୍ତ୍ରଣାଧୀନ ହୋଇନାହିଁ। କଳକାରଖାନା ବନ୍ଦ ରହିଥିବା ଯୋଗୁ ଅନେକ ଲୋକ ରୋଜଗାର ହରାଇଛନ୍ତି। ସବୁ କିଛି ଟ୍ରାକ୍‌କୁ ଫେରିବା ଲାଗି ସମୟ ମଧ୍ୟ ଲାଗିବ। ଏଭଳି ସ୍ଥିତିରେ ଦେଶର ସହରାଞ୍ଚଳଗୁଡିକ ବେକାରୀ ହାର ଚିନ୍ତାଜନକ ସ୍ଥିତିରେ ରହିଛି। କାରଣ କଟକଣା କୋହଳ ହୋଇଥିଲେ ମଧ୍ୟ ବେକାରୀ ହାର ଉର୍ଦ୍ଧ୍ୱରେ ରହିଛି। କୋଭିଡ୍‌ ମାମଲା ବଢୁଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକଟ କରାଯାଉଛି। ବିଶେଷ କରି ସହରାଞ୍ଚଳଗୁଡିକରେ କରୋନା ମାମଲା ବଢୁଥିବାରୁ ସହରାଞ୍ଚଳରେ ବେକାରୀ ହାର ୧୧.୧୯% ସ୍ତରରେ ରହିଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ବେକାରୀ କ୍ଷେତ୍ରରେ ସୁଧାର ଆସୁଥିବା ରିପୋର୍ଟରୁ ଜଣାପଡିଛି। ଜୁନ ୨୧ରେ ସୁଦ୍ଧା ଗ୍ରାମାଞ୍ଚଳ ବେକାରୀ ୭.୨୬%କୁ ଖସି ଆସିଛି। ଏହାର ପୂର୍ବ ସପ୍ତାହରେ ଏହି ହାର ୧୦.୯୬% ସ୍ତରରେ ରହିଥିଲା।
ଗ୍ରାମାଞ୍ଚଳ ବେକାରୀ ୮% ନିମ୍ନରେ ରହିବା ଯୋଗୁ ଏହା ଗତ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ମାର୍ଚ୍ଚ ୨୫ର ପୂର୍ବ ସପ୍ତାହଠାରୁ ମଧ୍ୟ ଏହା ନିମ୍ନ ବୋଲି କୁହାଯାଉଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ)ର ଏକ ରିପୋର୍ଟରେ କୁହାଯାଇଛି ଯେ, ଜୁନ ୨୧ ସୁଦ୍ଧା ଦେଶରେ ମୋଟ ବେକାରୀ ହାର ୮.୪୮% ରହିଛି। ଲକଡାଉନ ପୂର୍ବ ସପ୍ତାହରେ ଗ୍ରାମାଞ୍ଚଳରେ ନିଯୁକ୍ତି ହ୍ରାସ ହାର ୮.୨୯% ରହିଥିଲା। ଏହି ସମୟରେ ମୋଟ ବେକାରୀ ହାର ୮.୪୧% ସ୍ତରରେ ରହିଥିଲା। ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଖୋଲିବ,ଉନ୍ନତ ମୌସୁମୀ ଭଳି ବିଭିନ୍ନ ପ୍ରସଙ୍ଗ ଯୋଗୁ ଗ୍ରାମାଞ୍ଚଳରେ ନିଯୁକ୍ତି ବଢିଛି ବୋଲି ବଜାର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଦେଶର ଅଧିକାଂଶ ଭାଗରେ ମୌସୁମୀ ସନ୍ତୋଷ ଜନକ ରହିଥିବା ଜଣାପଡିଛି।
ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥର ଅର୍ଥନୀତି ବିଭାଗ ପ୍ରଫେସର ଅରୁପ ମିତ୍ର କହିଛନ୍ତି ଯେ, ମୌସୁମୀ ସ୍ବାଭାବିକ ରହିବା ଯୋଗୁ କୃଷି କାର୍ଯ୍ୟରେ ଲୋକମାନେ ନିୟୋଜିତ ହେଉଛନ୍ତି। କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲୋକଙ୍କୁ ସୁଯୋଗ ମିଳି ଯାଉଛି। ସେହିଭଳି ପ୍ରବାସୀଙ୍କୁ କାମ ଯୋଗାଣ ଲାଗି କେନ୍ଦ୍ର ଏବଂ ରାଜ୍ୟଗୁଡିକ ଗ୍ରହଣ କରିଥିବା ପଦକ୍ଷେପ ଏ ଦିଗରେ ସହଯୋଗ କରୁଛି। ଉନ୍ନତ ମୌସୁମୀ ଯୋଗୁ କୃଷି କାର୍ଯ୍ୟ ଉନ୍ନତ ହେଉଥିବାରୁ ନିଯୁକ୍ତି ଦିଗରେ ଏହା ସହାୟତା କରୁଛି ବୋଲି ସିଏମ୍‌ଆଇଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ମହେଷ ବ୍ୟାସ ସୂଚନା ଦେଇଛନ୍ତି। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଗ୍ରାମାଞ୍ଚଳ ନିଯୁକ୍ତିରେ ଯୋଗଦାନ ରଖିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri