ଚିକେନ ରାଜପୁତାନା

ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍‌ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ ପ୍ଲେଟ ଦାମ୍‌ ୨୩୦ ଟଙ୍କା। ହୋଟେଲର ମୁଖ୍ୟ ଶେଫ୍‌ ଆକାଶ ଏହାର ପ୍ରସ୍ତୁତି ସମ୍ପର୍କରେ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:
ଚିକେନ : ୧ କିଗ୍ରା
ଅଦା/ରସୁଣ ପେଷ୍ଟ: ୩ ଚାମଚ
ପିଆଜ: ୩ଟି
ହଳଦୀ ଗୁଣ୍ଡ: ୨ ଚାମଚ
ଜିରା ଗୁଣ୍ଡ: ୧ ଚାମଚ
ଚାର୍ଟ ମସଲା: ଅଧା ଚାମଚ
ଧନିଆ ଗୁଣ୍ଡ: ୧ ଚାମଚ
ପାନମଧୁରୀ ଗୁଣ୍ଡ: ୧ ଚାମଚ
ଲଙ୍କା ଗୁଣ୍ଡ: ୧ ଚାମଚ
ଛୋଟ ଛୋଟ କଟା ଶୁଖିଲା ଲଙ୍କା: ୧ ଚାମଚ
ଦହି: ୧୦୦ ଗ୍ରାମ୍‌
ଅମୂଲ କ୍ରିମ୍‌: ୧ ଚାମଚ
ଧଳା ରାଶି(ଭଜା ଯାଇଥିବା): ଅଧା ଚାମଚ
ତେଲ: ୮ ଚାମଚ
ଧନିଆ ପତ୍ର: ଅଧା ଚାମଚ
ସ୍ବାଦ ଅନୁଯାୟୀ ଲୁଣ
(ବି.ଦ୍ର: ଏକ କେଜି ଚିକେନ ପାଇଁ ପ୍ରସ୍ତୁତି)

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଛୋଟ ଛୋଟ କରି କଟାଯାଇଥିବା ଚିକେନକୁ ଭଲ ଭାବେ ଧୋଇ ଦେବେ। ନିଅଁାରେ ପ୍ୟାନ ବସାଇ ତେଲ ଗରମ କରିବେ। ତେଲ ଗରମ ହୋଇଗଲା ପରେ ଏଥିରେ ଚିକେନ ପକାଇ ଛାଣିବେ। ବାଉନ ରଙ୍ଗ ହୋଇଗଲେ ଚିକେନକୁ କାଢିଦେବେ। ଛଣା ଯାଇଥିବା ତେଲରେ ଅଦାରସୁଣ ପେଷ୍ଟ ଓ ହଳଦୀ ଗୁଣ୍ଡ ପକାଇ ମସଲା କରିବେ। ଏହା ମିଶିଯିବା ପରେ ପୂର୍ବରୁ ଛଣାଯାଇଥିବା ଚିକେନକୁ ଏହି ମସଲାରେ ପକାଇବେ। ସେଥିରେ ପୂର୍ବରୁ ଛଣାଯାଇଥିବା ପିଆଜ, ଶୁଖିଲା ଲଙ୍କା, ପକାଇବେ। ଏହାପରେ ଚାର୍ଟ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ପାନମଧୁରୀ ଗୁଣ୍ଡ, ଦହି ଏବଂ ସ୍ବାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇବେ। କିଛି ସମୟ ଏହାକୁ କସିବା ପରେ ଅଳ୍ପ ପାଣି ଦେଇ ୧୫ରୁ ୨୦ ମିିନିଟ ପର୍ଯ୍ୟନ୍ତ ଏହାକୁ ଘୋଡାଇବେ। ମଝିରେ ମଝିରେ ଢାଙ୍କୁଣୀ କାଢ଼ି ଏହାକୁ ଗୋଳାଇ ଦେଉଥିବେ। ପରେ ଏଥିରେ ମେଥିପତ୍ର ପକାଇ ଏହାକୁ ଗୋଳାଇ ଓହ୍ଲାଇ ଦେବେ। ପ୍ଲେଟରେ କାଢ଼ି ଛୋଟ ଛୋଟ କଟାଯାଇଥିବା ଧନିଆ ପତ୍ର, ଅମୂଲ କ୍ରିମ୍‌ ଏବଂ ଭଜା ଧଳା ରାଶିକୁ ପକାଇ ଗରମ ଗରମ ପରଷିଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri