ଚିକିତ୍ସା ଲାଗି ଟଁକା ବାଧକ:ଅଜନା ରୋଗ୍‌ରେ ବାପ୍‌ ଖଟେ, ପୁଓ ମାନ୍‌ସିକ ରୁଗୀ

ସିନାପାଲି, ୨୮।୬ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁା। ସିନାପାଲି ସଦରନୁ ୧୨ କି.ମି. ଦୂରେ ରହିଥିବାର ଇ ଗଁାରେ ବାସ କରୁଛନ୍‌ ରାଧେଶ୍ୟାମ ବାଗ(୪୫)। ପରିବାର କହେଲେ ମାଏକିନା ସନ୍ତୋଷୀ(୪୨), ବଡ଼ପୁଓ ବିଷୁ(୧୦), ରୁପିନା(୬) ଆର ଯାଅଁାଲାଜିଅଁା ଦୁଇ ଝି’ ଦେବେନ୍ଦ୍ରି(୨), ଝରଣା(୨)କେ ନେଇ ତାକର ସଁସାର। ପରିବାରଟା ହଁସ୍‌ଖୁସିରେ ଚାଲିଥିଲା, ହେଲେ ହଠାତ୍‌ ରାଧେଶ୍ୟାମ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଉଠିବସି ନାଇଁ ପାରଲେ। ଗୋଡ଼ହାତ ଅଚଲ ହେଇଯାଇଛେ, ଖାଇପିଇ ବି ନାଇଁ ପାରବାର। ଏନ୍‌ତା ପରିସ୍ଥିତିରେ ମାଏକିନା ସନ୍ତୋଷୀ ତାକର ସେବାଯତନ୍‌ କରୁଛନ୍‌। ଇଆଡ଼େ ବଡ଼ପୁଓ ବିଷ୍ଣୁ ବି ଝନେ ମାନସିକ୍‌ ରୁଗୀ। ଏନ୍‌ତାଥି ଦୁଇ ଛୋଟ ଛୋଟ ଯାଅଁାଲାଜିଅଁା ଝି’କେ ଛାଡ଼ି ସନ୍ତୋଷୀ ବାହାରକେ କାମବୁତା କରିଯାଇ ନାଇଁ ପାରବାର। ଏହେଦେ ପରିବାର ଲାଗି ମାସିକ ମିଲୁଥିବାର ସରକାରୀ ଚାଉଲ ଆର ବଡ଼ପୁଓର ଭତା ସାହାଭରସା ହେଇଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନା’କେ ଜମିବାଡ଼ି ଟିକେ ଅଛେ। ଏନ୍‌ତାଥି ଆପ୍‌ନେ କି ପୁଓର ଚିକିସତ୍ା କରାବାର ଉପେ ନାଇଁ ବଲି କଁଦ୍‌କଁଦିନିଅଁା ହେଇ ସନ୍ତୋଷୀ କହିଥିଲେ। ଇଆଡ଼େ ସରକାର ଗରିବ୍‌ ଦୁଖିକର ହିତ୍‌ ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ ଦୁଖି ପରିବାରଟା ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛେ। ପରିବାରଟା ଗୁଟେ ଅଧାଗଢ଼ା ଘରେ ପଲିଥିନ ଢ଼ାପି ରହୁଥିଲାବେଲେ ଆଏଜ୍‌ତକ କେହେନ୍‌ସି ସରକାରୀ ବାବୁକଁର ନଜର ଇ ଦୁଖି ପରିବାର ଉପରେ ନାଇଁ ପଡ଼ିପାରି। ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧାକାରୀ ଡା.ସୁକାନ୍ତି ପଣ୍ଡାକୁଁ ପଚରାଲାରୁ ସେ ସଂଗେ ସଂଗେ ଚିକିସତ୍ା ବେବସ୍‌ତା ଲାଗି ଗଁାକେ ଯାଇଥିଲେ ଆର ଅଧ୍‌କା ଚିକିସତ୍ା ଲାଗି ନୂଆପଡ଼ା ମୁଖିଆ ଡାକ୍‌ତରଖାନାକେ ପଠାଯିବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri