ଚାହିଦା ପୂରଣ ଲାଗି ପିଆଜ ଆମଦାନୀ କରୁଛି ଏମ୍‌ଏମ୍‌ଟିସି

ନୂଆଦିଲ୍ଲୀ,୭-୧୨: ରାଷ୍ଟ୍ରାୟତ୍ତ ଟ୍ରେଡିଂ କମ୍ପାନୀ ଏମ୍‌ଏମ୍‌ଟିସି ବିଦେଶରୁ ପିଆଜ ଆମଦାନୀ କରୁଛି। ଚାହିଦା ପୂରଣ ଏବଂ ଦରବୃଦ୍ଧିକୁ ରୋକିବା ଲାଗି ଏମଏମ୍‌ଟିସି ଏଭଳି ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାନଭେ ରାଓସାହେବ ଦାଦାରାଓ କହିଛନ୍ତି। ଆମଦାନୀ ହେଉଥିବା ପିଆଜ ଭାରତରେ ଜାନୁୟାରୀ ୨୦ ସୁଦ୍ଧା ପହଞ୍ଚିବ। ବର୍ଷା ଯୋଗୁ ପିଆଜ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଉତ୍ପାଦନ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ସରକାରଙ୍କ ନିକଟରେ ରହିଥିବା ବଫର ଷ୍ଟକରୁ ପିଆଜ ଯୋଗାଣ ହେଉଛି। ପିଆଜ ଦର ଏବେ ବୃଦ୍ଧି ଘଟୁଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୧୦ ଟଙ୍କା ଟପିଛି। ଦେଶର ଅନ୍ୟ କେତେକ ପ୍ରାନ୍ତରେ ପିଆଜ ଦର ଏହାଠାରୁ ଢେର ଅଧିକ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri