ଚାଷୀଙ୍କ କାମରେ ଲାଗୁନି ସ୍ଲୁଇସ ଗେଟ୍‌

ନାଉଗାଁ,୫ା୮(ସ୍ବ.ପ୍ର.): ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିବା ସହ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସର୍ବ ପ୍ରଥମ ଆବଶ୍ୟକତା ଜଳସେଚନ ସୁବିଧା ନ ଥିବାରୁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଉଗାଁ ବ୍ଲକରେ ସାଧାରଣତଃ ଚାଷୀଙ୍କ ଏକମାତ୍ର ଭରସା ହେଉଛି ବର୍ଷାଜଳ। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷକାର୍ଯ୍ୟ ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଛି। କେନାଲ, ଉଠା ଜଳସେଚନ ପ୍ରକଳ୍ପ, ସ୍ଲୁଇସ ଗେଟ୍‌ ଆଦି ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେସବୁ କାଗଜ କଲମରେ ଚାଲିଛି। ଅନେକ ସ୍ଥାନରେ ସ୍ଲୁଇସ ଗେଟ୍‌ ଓ ଚେକ ଡ୍ୟାମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ସେସବୁ ଚାଷୀଙ୍କ କାମରେ ଲାଗୁନାହିଁ। ଏହି ବ୍ଲକ ତିରୁଣା ପଞ୍ଚାୟତ ପୂର୍ବ ଦିଗରେ ରହିଛି ବାଉଁଶ ଯୋରୀ। ଉକ୍ତ ପଞ୍ଚାୟତ ଖାଲୁଆ ଅଞ୍ଚଳ ହୋଇଥିବାବେଳେ ଏହି ଯୋରୀ ମାଧ୍ୟମରେ ତିରୁଣା ସମେତ ଜାମୁଗାଁ, ଡାବର, କୋରୁଅ ଆଦି ପଞ୍ଚାୟତର ଚାଷଜମିରୁ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ଗୋବରୀ ଓ ଦେବୀ ନଦୀରେ ବନ୍ୟା ଆସିଲେ ଏହି ଯୋର ଦେଇ ଡାବର, ତିରୁଣା, ଜାମୁଗାଁ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଥାଏ। ନଦୀରୁ ପାଣି ନ କମିବା ପର୍ଯ୍ୟନ୍ତ ଚାଷଜମି ବୁଡି ରହିଥାଏ। ଫଳରେ ଜଳ ନିଷ୍କାସନରେ ବିଳମ୍ବ ହୋଇଥାଏ। ଅଲଣା ପଞ୍ଚାୟତ ଦେଇ ପ୍ରବାହିତ ହାତୀ ଯୋରରେ ଅଲଣା, ନୂଆଗାଁ, ଗଜରାଜପୁର, ଘୋଡାଂଶ, ଜାମୁଗାଁ ପଞ୍ଚାୟତର ଉଦ୍‌ବୃତ ଜଳ ଦେବୀ ନଦୀକୁ ନିଷ୍କାସିତ ହୁଏ। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ଉମେଶ ସ୍ବାଇଁଙ୍କ ପ୍ରଚେଷ୍ଟାରେ ୧୯୮୦ରେ କୋରୁଅ ପଞ୍ଚାୟତ ତେଲସରାଠାରେ ଡ୍ରେନେଜ ବିଭାଗ ଦ୍ୱାରା ଏକ ସ୍ଲୁଇସ ଗେଟ୍‌ ନିର୍ମାଣ ହୋଇଥିଲା। ଏହା ଦ୍ୱାରା ବନ୍ୟାଜଳ ରୋକିବା ସହ ମରୁଡ଼ି ସମୟରେ ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଦୀର୍ଘ ୩୯ ବର୍ଷ ହେଲା ଏହା ନିର୍ମାଣ ହୋଇଥିବାବେଳେ ମରାମତି ଅଭାବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।
ଫଳରେ ଏହା ଦ୍ୱାରା ଜଳ ସଂରକ୍ଷିତ ହୋଇପାରୁନି। ଏହି ସ୍ଲୁଇସ ଗେଟ୍‌ ଉପରେ ତିରୁଣା, ଡାବର, ଜାମୁଗାଁ ଓ କୋରୁଅ ପଞ୍ଚାୟତ ଅଧୀନ ବହୁ ଗ୍ରାମର ଚାଷୀ ନିର୍ଭରଶୀଳ। ଏହି ସ୍ଲୁଇସ ଗେଟ୍‌ର କବାଟଗୁଡିକ ଭାଙ୍ଗିଗଲାଣି। ଯଦି ଏହା ମରାମତି କରାଯାଆନ୍ତା, ତେବେ ବର୍ତ୍ତମାନ ସ୍ବଳ୍ପବୃଷ୍ଟି ସମୟରେ ହଜାର ହଜାର ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରନ୍ତା ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri